Get Updates
Get notified of breaking news, exclusive insights, and must-see stories!

ମଙ୍ଗଳବାର ରାଶିଫଳ: କର୍ମକ୍ଷେତ୍ରରେ ମିଳିବ ସଫଳତା

ମେଷ: କର୍ମକ୍ଷେତ୍ରରେ ମିଳିବ ସଫଳତା। କୌଣସି ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ଆଜି ଆପଣ ଜମି କିମ୍ବା ନୂଆ ଗାଡ଼ି ଇତ୍ୟାଦି କିଣିବାକୁ ଯୋଜନା କରିପାରନ୍ତି । ବ୍ୟବସାୟରେ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । ଆଜି ଆପଣ ସଞ୍ଚୟ ପ୍ରତି ଅଧିକ ଧ୍ୟାନ ଦେବେ । ନିଜ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ ।

ବୃଷ: ଆଜିର ଦିନ ମିଶ୍ରିତ ଏବଂ ଫଳପ୍ରଦ ହେବାକୁ ଯାଉଛି । ଆଜି ଆପଣଙ୍କର ମନ ଖୁସି ରହିବ । ପିଲାଙ୍କ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ । କୌଣସି ଶୁଭ ଖବର ପାଇପାରନ୍ତି । ପରିବାରରେ ସୁଖ, ଶାନ୍ତି ବଜାୟ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟରେ ଅଧିକ ଖର୍ଚ୍ଚ ହେବାରୁ ମନ ଅଶାନ୍ତ ରହିବ ।

ମିଥୁନ: ଅବିବାହିତ ବ୍ୟକ୍ତିଙ୍କ ପାଇଁ ଆଜି ସର୍ବୋତ୍ତମ ବିବାହ ପ୍ରସ୍ତାବ ଆସିପାରେ । ପରିବାର ମଧ୍ୟରେ ତିକ୍ତତା ଦେଖାଦେଇପାରେ । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଆର୍ଥିକ ସ୍ଥିତି ଭଲ ରହିବ । ବ୍ୟବସାୟୀମାନଙ୍କୁ ଆଜି କଠିନ ପରିଶ୍ରମ କରିବାକୁ ପଡିପାରେ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିପାରନ୍ତି ।

horoscope 2025

କର୍କଟ: ଆଜି ଘରକୁ ବନ୍ଧୁଙ୍କ ଆଗମନ ହେବ । ଲାଗି ରହିଥିବା ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଆପଣ ଅସୁବିଧାରେ ପଡ଼ିପାରନ୍ତି । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ, ହେଲେ ଆଜି କାହାକୁ ଟଙ୍କା ଋଣ ଆକାରରେ ଦିଅନ୍ତୁ ନାହିଁ । ବ୍ୟବସାୟୀଙ୍କ ପାଇଁ ଆଜି ଦିନଟି ସ୍ୱାଭାବିକ ରହିବ । ଆଜି ଆପଣ ପରିବାର ସଦସ୍ୟଙ୍କ ସ୍ନେହ ଏବଂ ସମର୍ଥନ ପାଇବେ । ଛାତ୍ରଛାତ୍ରୀଙ୍କ ପାଇଁ ଆଜି ଉତ୍ତମ ଦିନଟିଏ ।

ସିଂହ: ବ୍ୟବସାୟରେ ଭଲ ଲାଭ ପାଇବେ । ଆର୍ଥିକ ସମସ୍ୟା ଦୂର ହେବ । ମନ ଭଲ ରହିବ । ନିଜ କାମ ପ୍ରତି ଅଧିକ ଧ୍ୟାନ ଦେବାର ସମୟ । ମହିଳା ମାନେ କୌଣସି ନୂତନ ଜିନିଷ କିଣି ପାରନ୍ତି । ପିଲାମାନଙ୍କ ସହ ଜଡିତ କୌଣସି କାର୍ଯ୍ୟରେ ଆପଣ ଅବହେଳା କରିବା ଉଚିତ୍ ନୁହେଁ । ଛାତ୍ରମାନଙ୍କ ପାଇଁ ଆଜି ଏକ ଅତ୍ୟନ୍ତ ଅନୁକୂଳ ଦିନ ହେବାକୁ ଯାଉଛି । ଭଲ ଖବର ପାଇପାରନ୍ତି । ସ୍ୱାସ୍ଥ୍ୟରେ ଉନ୍ନତି ହୋଇପାରେ । ବ୍ୟବସାୟ ସହିତ ଜଡିତ ବ୍ୟକ୍ତିମାନେ ଟଙ୍କା ପ୍ରସଙ୍ଗରେ ବହୁତ ସତର୍କ ରୁହନ୍ତୁ ।

କନ୍ୟା: ବନ୍ଧୁଙ୍କ ସହ କୌଣସି କାରଣରୁ ମତଭେଦ ହୋଇପାରେ । ଗୁପ୍ତଶତ୍ରୁ ବୃଦ୍ଧି ପାଇବେ । ପରିବାର ସହ ସମୟ ଅତିବାହିତ କରିବେ । ପିଲାମାନେ ଜିଦଖୋର୍ ହେବେ । ଭଲ ଖବର ପାଇପାରନ୍ତି । ପରିବାର ସଦସ୍ୟ ମାନଙ୍କ ସହ ଯୁକ୍ତି ତର୍କ ହେବାର ସମ୍ଭାବନା ରହିଛି । ଆୟ ତୁଳନାରେ ବ୍ୟୟ ଅଧିକ ହେବାର ସମ୍ଭାବନା ରହିଛି ।

ତୁଳା:ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ । କିଛି ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ପାରିବାରିକ ସମସ୍ୟା ପାଇଁ ଚିନ୍ତାରେ ରହିବେ । ଛାତ୍ରଛାତ୍ରୀ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ । ଦୂର ଯାତ୍ରା କରିବାର ସୁଯୋଗ ରହିଛି । ବ୍ୟବସାୟୀମାନେ ଆଜି ଭଲ ଆର୍ଥିକ ଲାଭ ପାଇପାରନ୍ତି । ଆପଣଙ୍କ ବ୍ୟବସାୟରେ ଅଭିବୃଦ୍ଧି ସମ୍ଭବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ ।

ବିଛା:ଚାକିରୀ କରୁଥିବା ବ୍ୟକ୍ତି ଦୂରଯାତ୍ରା କରିପାରନ୍ତି । ଅର୍ଥ ଦୃଷ୍ଟିରୁ, ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ହେବାର ସମ୍ଭାବନା ଅଛି । ଅଧିକ ଚାପ ନିଅନ୍ତୁ ନାହିଁ । ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ । ଜୀବନସାଥୀଙ୍କର ସହଯୋଗ ପାଇବେ । ଆର୍ଥିକ ସ୍ଥିତିକୁ ନେଇ ଚିନ୍ତାରେ ରହି ପାରନ୍ତି ।

ଧନୁ: ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତିରେ ଦିନଟି ବିତିବ । ରାଜନୀତି କରୁଥିବା ବ୍ୟକ୍ତି ଲାଭରେ ରହିବେ । ବ୍ୟବସାୟୀଙ୍କ ପାଇଁ ଉତ୍ତମ ଦିନଟିଏ । ଆଜି ଚିନ୍ତାକରି ନିଷ୍ପତ୍ତି ନିଅନ୍ତୁ, ସଠିକ୍ ଫଳାଫଳ ପାଇବେ । ଟଙ୍କା ଦୃଷ୍ଟିରୁ ଦିନଟି ମହଙ୍ଗା ହେବାକୁ ଯାଉଛି । ଭ୍ରମଣ ସୁଖର ଯୋଗ ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ।

ମକର: ଅର୍ଥ ଲାଭ ହେବ । ପାରିବାରିକ ଜୀବନର ଅବସ୍ଥା ସୁଖଦ ହେବ । ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ । ଆଜି ଆପଣଙ୍କୁ ନିଜ ସନ୍ତାନଙ୍କ ଦ୍ୱାରା ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି । ବ୍ୟବସାୟୀଙ୍କ ପାଇଁ ଉତ୍ତମ ଦିନଟିଏ । ଯଦି ଆପଣ ଆୟ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି ତେବେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ଆର୍ଥିକ ସମସ୍ୟା ଲାଗିରହିବ ।

କୁମ୍ଭ: ମାନସିକ ସ୍ତରରେ ଚିନ୍ତାରେ ରହିବେ । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଭାବିଚିନ୍ତି ଅନ୍ୟକୁ ପରାମର୍ଶ ଦିଅନ୍ତୁ । ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିବେ । ପରିବାର ସହ ସମ୍ପର୍କ ଭଲ ରହିବ । ମିଥ୍ୟା କହିବା ଠାରୁ ଦୂରେଇ ରୁହନ୍ତୁ । କାମରେ ଜୀବନସାଥୀଙ୍କର ସହଯୋଗ ପାଇବେ ।

ମୀନ:ବ୍ୟବସାୟୀମାନଙ୍କ ପାଇଁ ଆଜି ଭଲ ଦିନ । ସ୍ୱାସ୍ଥ୍ୟ ଭଲ ରହିବ । ଆଜି ଦିନଟି ପରିବାର ଓ ବନ୍ଧୁଙ୍କ ସହ ଆନନ୍ଦ ଉଲ୍ଲାସରେ କଟାଇବେ । ଯୋଜନା କରିଥିବା ସମସ୍ତ କାର୍ଯ୍ୟ କରିବା ପାଇଁ ଆଜି ସମୟ ମିଳିଯିବ । ଅର୍ଥ ଦୃଷ୍ଟିରୁ, ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ହେବାର ସମ୍ଭାବନା ଅଛି । ନୂଆ ଘର କିଣିବା ପାଇଁ ନିଜ ବନ୍ଧୁଙ୍କଠୁ ପରାମର୍ଶ ନେବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+