ଆଜିର ରାଶିଫଳ 29 : ଜାଣନ୍ତୁ କେମିତି ବିତିବ ଆପଣଙ୍କ ଦିନ
ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ୱାନ ଇଣ୍ଡିଆ ଓଡିଆକୁ ଫଲୋ କରନ୍ତୁ...
ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ୱାନ ଇଣ୍ଡିଆ ଓଡିଆକୁ ଫଲୋ କରନ୍ତୁ...

ବୃଷ: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ମଧ୍ୟମ ଧରଣର ରହିଛି । ଆଜି ଘରକୁ କିଛି ଦାମୀ ଜିନିଷ କିଣିପାରନ୍ତି । ନିଜ କଳାକୁ ନେଇ ଅନ୍ୟ ଆଗରେ ପ୍ରଶଂସିତ ହେବେ । ଆର୍ଥିକ ଦୃଷ୍ଟିକୋଣରୁ ଆପଣ ବହୁତ ଲାଭ ପାଇବେ । ଅବଶ୍ୟ, ସେଥିପାଇଁ ଆପଣ ଅତ୍ୟଧିକ ଖର୍ଚ୍ଚ କରନ୍ତୁ ନାହିଁ ।
ମିଥୁନ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିଛି । ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଆଜି ଆପଣଙ୍କୁ ଆଉ ଏକ ସୁଯୋଗ ମିଳିପାରେ । ଅପରାହ୍ନରେ ଆପଣଙ୍କ ଘରର ରୂପ ବଦଳାଇବାକୁ ଯୋଜନା କରନ୍ତୁ । ସଂଧ୍ୟା ସମୟରେ ଛୋଟ ବେଳର ବନ୍ଧୁଙ୍କ ସହ ଏକ ଭଲସ୍ଥାନକୁ ବୁଲିବାକୁ ଯାଇପାରନ୍ତି ।
କର୍କଟ: ଅତ୍ୟଧିକ କାର୍ଯ୍ୟଭାର ଆପଣଙ୍କୁ କ୍ଲାନ୍ତି ଆଣିପାରେ, ମାତ୍ର ଅପରାହ୍ନରେ ଆପଣ ନିଜକୁ ହାଲକା ମନେକରିବେ। ଆଜି ବନ୍ଧୁଙ୍କ ସହ ବୁଲିବାକୁ ଯାଇପାରନ୍ତି । ସାମାଜିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ ।
ସିଂହ: ଆଜି ଆପଣ ଶାରୀରିକ ଓ ମାନସିକ ଅସୁସ୍ଥତା ଯୋଗୁଁ କ୍ଲାନ୍ତ ଏବଂ ବିଚଳିତ ହୋଇପାରନ୍ତି । ନିଜର କ୍ରୋଧାନ୍ୱିତ ମନକୁ ନିଜ ନିୟନ୍ତ୍ରଣରେ ନରଖିଲେ କଳହ ହୋଇପାରେ । ଅଫିସ୍ର ଉପରିସ୍ଥ କର୍ମଚାରୀମାନଙ୍କ ସହ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିପାରନ୍ତି ।
କନ୍ୟା: ଆଜି ଆପଣ ଅତ୍ୟଧିକ ଚିନ୍ତାମଗ୍ନ ରହିବେ । ଆଧ୍ୟାତ୍ମିକ ଭାବନା ଆଡକୁ ଆକର୍ଷିତ ହୋଇପାରନ୍ତି । ମତାନ୍ତର ଓ ମନାନ୍ତରରୁ ଦୂରେଇ ରହିବବା ନିମନ୍ତେ ନିଜର ବାର୍ତ୍ତାଳାପରେ ସଂଞ୍ଜତ ହୁଅନ୍ତୁ । ଆପଣଙ୍କର ସାମାନ୍ୟ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । ଅପରାହ୍ନରେ ଯାତ୍ରା ଯୋଗ ଅଛି ଏହି ଯାତ୍ରା କୌଣସି ନିର୍ଦ୍ଦିଷ୍ଟ ଉତ୍ସବ ପାଇଁ କିମ୍ଵା ତୀର୍ଥସ୍ଥାନକୁ ହୋଇପାରେ ।
ତୁଳା: ଆଜି ଆପଣ ନିଜର ପେଷାରେ ଏବଂ ଅନ୍ୟ ଦିଗରୁ ଉଚ୍ଚ ପ୍ରଶଂସାର ପାତ୍ର ହେବେ । ପ୍ରିୟଜନଙ୍କ ଗହଣରେ ଆନନ୍ଦ ଉଲ୍ଳାସରେ ସମୟ କଟାଇବେ । ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ରୋମାଞ୍ଚକର ଓ ମଧୁମୟ ହେବ । ମଧ୍ୟାହ୍ନ ଭୋଜନ ପରେ ଆପଣ ନିଜର କଥାବାର୍ତ୍ତା ଓ ବ୍ୟବହାରକୁ ସଂଞ୍ଜତ କରନ୍ତୁ । ଯଦି ପାରନ୍ତି, ଯାତ୍ରା କରନ୍ତୁ ନାହିଁ । ଆଧ୍ୟାତ୍ମିକ କାର୍ଯ୍ୟ ସମ୍ପାଦନ କରିପାରନ୍ତି ।
ବିଛା: ଆଜି ଆପଣ ବିଭିନ୍ନ କାର୍ଯ୍ୟକଳାପରେ ନିଜକୁ ବ୍ୟସ୍ତ ରଖିବେ । ଦିନସାରା ଆପଣ ଖୁସିରେ ରହିବେ । ନିଜର ଅଫିସ୍ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । କର୍ମକ୍ଷେତ୍ରରେ ଉପକୃତ ହେବେ, ବହୁ ନୂଆ ଲୋକଙ୍କୁ ଆପଣ ଭେଟିବା ହେତୁ ଙ୍କ କିଛି ଅଧିକ ଜ୍ଞାନ ଆହରଣ କରିପାରିବେ । ଭାବର ଆଦାନ ପ୍ରଦାନ ମଧ୍ୟ ହୋଇପାରିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ସାମାଜିକ କାର୍ଯ୍ୟରେ ପ୍ରଶଂସା ଭାଜନ ହେବେ ।
ଧନୁ: ଆପଣ ଯେତେ ପରିମାଣରେ କଷ୍ଟକରି କାର୍ଯ୍ୟ କରିବେ, ତାହା ତୁଳନାରେ ସନ୍ତୋଷଜନକ ଫଳ ମିଳିବ ନାହିଁ । ମାତ୍ର ମଧ୍ୟାହ୍ନ ପରେ ଶାରୀରିକ ଓ ମାନସିକ ଶାନ୍ତି ପାଇପାରନ୍ତି । ନିଜ ପରିବାରର ସଦସ୍ୟ ତଥା ବନ୍ଧୁମାନଙ୍କ ଗହଣରେ ହସ ଖୁସିରେ ଦିନଟିକୁ କାଟିପାରନ୍ତି ।
ମକର: ମାନସିକ ଦୁଃଶ୍ଚିନ୍ତା କାରଣରୁ ନିଜର ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ । ଦୃଢ ମନୋଭାବ ପରିହାର କରି ନିଜକୁ ଟିକିଏ କୋହଳ କରିବାକୁ ଚେଷ୍ଟା କରନ୍ତୁ । ନିଜ ପିଲାଙ୍କୁ ନେଇ ବିଚଳିତ ହୋଇପାରନ୍ତି । ସରକାରୀ କାର୍ଯ୍ୟରେ ଏବଂ ଉପରିସ୍ଥ ଗୁରୁଜନ ମାନଙ୍କ ସହିତ ବାର୍ତ୍ତାଳାପରେ ସନ୍ତୋଷଲାଭ କରିବେ । ଆଜି ଦିନରେ ଯାତ୍ରା ଶୁଭ ନୁହେଁ ।
କୁମ୍ଭ: ଆଜି ଧନ ପ୍ରାପ୍ତିର ସୁଯୋଗ ରହିଛି । କିଛି ସମସ୍ୟାର ସିଦ୍ଧାନ୍ତ ନେବାବେଳେ ତରବର ହୁଅନ୍ତୁ ନାହିଁ । ଆର୍ଥିକ ସମସ୍ୟାରେ ପ୍ରତିବନ୍ଧକ ଆସିପାରେ । କେହି ଜଣେ ବ୍ୟକ୍ତି କଥାରେ ବା ବ୍ୟବହାରରେ ଆପଣଙ୍କ ମନରେ ଦୁଃଖ ଦେଇପାରେ ।
ମୀନ: ଏହି ଦିନଟି ଆପଣଙ୍କ ପାଇଁ ଶୁଭଫଳ ହେବ । ଆପଣଙ୍କର ବିଶ୍ୱାସ ଏବଂ ମନୋବଳ ବୃଦ୍ଧି ହେବ। ଏପରି କି ଆପଣଙ୍କର ଶରୀରର ରକ୍ଷଣାବେକ୍ଷଣ ଆପଣଙ୍କୁ ନିରାଶ କରିବ ନାହିଁ । ପରିବାର ବାତାବରଣ ଆନନ୍ଦମୟ ରହିବ । ଆପଣଙ୍କର ପ୍ରତିଦ୍ୱନ୍ଦୀ ପରାଜୟ ସ୍ୱୀକାର କରିବେ ।












Click it and Unblock the Notifications