ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ମେଷ: ଆପଣଙ୍କ ପରିବାରରେ ଖୁସିର ମାହଲୋ ରହିବ । ଆପଣଙ୍କ ଜୀବନସାଥୀଙ୍କ ଭଲ ସମୟ ବିତାଇବେ । ହେଲେ କିଛି ସାଧାରଣ କଥାକୁ ବନ୍ଧୁଙ୍କ ସହ ବିବାଦ ସୃଷ୍ଟି ହୋଇପାରେ । ବିବାହକୁ ନେଇ ଭଲ ଖବର ମିଳିପାରେ । ଦିନଟି ଭଲରେ ବିତିବ ।
ବୃଷ:ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜିର ଦିନଟି ଭଲ ରହିବ। ରାଜନୈତିକ କାର୍ଯ୍ୟକଳାପକୁ ନେଇ ସମ୍ମାନ ବଢିବ। ଧନପ୍ରାପ୍ତିର ସୁଯୋଗ ରହିଛି । କୌଣସି କାମକୁ ନେଇ ଗର୍ବ କରନ୍ତୁ ନାହିଁ, ନଚେତ ଏହା ଆପଣଙ୍କ ଉପରେ ଭାରି ପଡିବ ।
ମିଥୁନ: ଆଜି ଦିନ ଆପଣଙ୍କ ପାଇଁ କିଛି ଖାସ ରହିବ ନାହିଁ । ଆପଣ ନିଜ କ୍ରୋଧ ପାଇଁ ପରିବାରରେ ଅଶାନ୍ତି ସୃଷ୍ଟି ହେବ । ଅଫିସରେ ଅପମାନିତ ହୋଇପାରନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ସାଙ୍ଗସାଥୀଙ୍କ ସହ ଭଲରେ ସମୟ କଟିବ ।

କର୍କଟ: ଏହି ରାଶିର ବ୍ୟକ୍ତି ପାଇଁ ଆଜିର ଦିନଟି ବହୁତ ଭଲରେ କଟିବ । ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି । ଆଜିର ଦିନରେ ପରିବାର ସଦସ୍ୟ କିମ୍ବା ବନ୍ଧୁ ବର୍ଗ ସହ ଭଲ ସମୟ ବିତାଇବେ। କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ, ଶୁଭଫଳ ପ୍ରାପ୍ତି ହେବ ।
ସିଂହ: ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି । ଆତ୍ମବିଶ୍ବାସ ଆଜିର ଦିନରେ ବୃଦ୍ଧି ଘଟିବ । ଆପଣ ଆଜି ଦିନଟିର କାର୍ଯ୍ୟଗୁଡିକୁ ଅତି ଆନନ୍ଦର ସହିତ ତୁଲାଇ ପାରିବେ । ଦିନଟି ଭଲରେ ବିତିବ ।
କନ୍ୟା: ଆଜି ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି । ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚିନ୍ତାରେ ରହି ପାରନ୍ତି , ଯାହା ଆପଣଙ୍କ ମନୋବଳକୁ ଯଥେଷ୍ଟ ବଢାଇବ । ପରିବାର ସହ ସମୟ ଅତିବାହିତ କରିବେ ।
ତୁଳା: ଆଜି ଆପଣଙ୍କ ଅନ୍ୟ ଜଣଙ୍କ ପାଇଁ ଦୟାଳୁ ଭାବ ପ୍ରକାଶ କରିବେ। ସମାଜ ସେବାରେ ବ୍ୟସ୍ତ ରହି ଆପଣ ଅନ୍ୟମାନଙ୍କୁ ସାହାଯ୍ୟର ହାତ ବଢାଇବେ ଆଜି ଆପଣ ସମ୍ପୂର୍ଣ୍ଣ ଖୋଲା ହୃଦୟରେ ରହିବେ । ମନୋବଳ ଦୃଢ ହେବ, ମାନସିକ ଶାନ୍ତି ମିଳିବ ।
ବିଛା: କାର୍ଯ୍ୟବ୍ୟସ୍ତ ରହି ଆପଣ ପରିବାର ଠାରୁ ନିଜ ଧ୍ୟାନ ହଟାଇ ଦେଇପାରନ୍ତି ଓ ଆପଣଙ୍କୁ ତାହାର ପରିଣାମ ମଧ୍ୟ ଭୋଗ କରିବାକୁ ପଡିବ। ଆଜି ଆପଣଙ୍କ ଜୀବନସାଥୀଙ୍କ ସହ ଥିବା ଝଗଡ଼ା ର ସମାଧାନ ହେବ । କିନ୍ତୁ ଏହି ସମୟରେ ଆପଣଙ୍କୁ ଶାନ୍ତ ଓ ଧୈର୍ଯ୍ୟବାନ ହେବା ଆବଶ୍ୟକ । କୌଣସି ଯୁକ୍ତି କ୍ଷେତ୍ରରେ ଆପଣଙ୍କ କଥାବାର୍ତ୍ତାକୁ ନିୟନ୍ତ୍ରଣରେ ରଖନ୍ତୁ।
ଧନୁ: ଆପଣଙ୍କ ନିଜ ଲୋକ ଆପଣଙ୍କୁ ସମାଲୋଚନା କରିପାରନ୍ତି । କିନ୍ତୁ ଆପଣଙ୍କ ଚାରିପାଖରେ ଥିବା ସମସ୍ତଙ୍କୁ ଆପଣ ଖୁସି କରିବା ସମ୍ଭବ ନୁହେଁ । ଆପଣଙ୍କ ପ୍ରିୟଜନଙ୍କ ପାଇଁ ଭଲ କାମ କରି ଖୁସି ଅନୁଭବ କରିପାରନ୍ତି । ଆଜି କେହି ପୁରୁଣା ବନ୍ଧୁ ଉପହାର ଦେବାର ସମ୍ଭାବନା ରହିଛି ।
ମକର: ବିଦ୍ୟାର୍ଥୀମାନଙ୍କ ପାଇଁ ଖୁସିର ଦିନଟି, ଯଦି ଆପଣ ବିଦେଶରେ ପଢିବାକୁ ଚେଷ୍ଟା ଚଳାଇଛନ୍ତି, ତେବେ ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ। ଆଜି କେବଳ ଗୋଟିଏ ପରେ ଗୋଟିଏ ସଫଳତା ଆପଣଙ୍କୁ ମିଳିବ, କିନ୍ତୁ ମନେ ରଖନ୍ତୁ କେବଳ ସଠିକ ଭାବେ ଯୋଜନା ସହିତ ଆପଣଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସଫଳ ହେବେ ।
କୁମ୍ଭ: ଆପଣଙ୍କ ପାଇଁ ଦିନ ଟି ମଧ୍ୟମ ଧରଣର ରହିବ । ଆପଣଙ୍କର ଆଧ୍ୟାତ୍ମିକ ମନ ଦିନକୁ ସନ୍ତୁଷ୍ଟମୟ କରିବ ଏବଂ ଆପଣ ସମସ୍ତ ପ୍ରତିକୂଳତାକୁ ଦୂରରେ ରଖିବାରେ ସମର୍ଥ ହେବେ । ଯଦି ଏହା କରିବାରେ ବିଫଳ ହୁଅନ୍ତି, ତେବେ ନିଷ୍ପତ୍ତି ନେବାର ଦକ୍ଷତାରେ ହାନି ପହଞ୍ଚାଇବ ଏବଂ ଆପଣଙ୍କ ଉତ୍ସାହ ମଧ୍ୟ କମ୍ କରିବ।
ମୀନ: ଆଜି ଆପଣଙ୍କର ଦିନ ଭଲରେ କଟିବ । ଅନ୍ୟ ମାନଙ୍କୁ ସମ୍ମାନ ଦିଅନ୍ତୁ । କଳହରୁ ଦୂରେଇ ରୁହନ୍ତୁ । ଠିକ୍ ସମୟରେ ଖାଇବା କଷ୍ଟକର ହୋଇପାରେ । ଦେଖି ଚାହିଁ ଖର୍ଚ୍ଚ କରନ୍ତୁ। ବାହାରକୁ ଯିବା ସମୟ ରେ ସତର୍କତା ଅବଲମ୍ବନ କରନ୍ତୁ ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications