Get Updates
Get notified of breaking news, exclusive insights, and must-see stories!

ଆଜିର ରାଶିଫଳ: ବ୍ୟବସାୟୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ

ମେଷ : ଆଜି ଆପଣଙ୍କୁ ସତର୍କ ରହିବା ପାଇଁ ପଡିବ । ଯଦି ଆପଣ ବ୍ୟବସାୟ କରନ୍ତି ତେବେ ଅତ୍ୟଧିକ ଆତ୍ମବିଶ୍ୱାସରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ନଚେତ୍ ଭବିଷ୍ୟତରେ ଆପଣଙ୍କୁ ଅନୁତାପ କରିବାକୁ ପଡିପାରେ । ଚାକିରୀ କରୁଥିବା ଲୋକଙ୍କୁ ଆଜି ହଠାତ୍ ଯାତ୍ରା କରିବାକୁ ପଡିପାରେ । ଆପଣଙ୍କର ଏହି ଯାତ୍ରା ବହୁତ ଶୁଭ ହେବାକୁ ଯାଉଛି । ଆଜି ଖର୍ଚ୍ଚ କମ୍ ହେବ । ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବା ପାଇଁ ପଡିବ । ପାରିବାରିକ ସ୍ଥିତି ଭଲ ରହିବ ।

ବୃଷ: ଯଦି ଆପଣ ହାର୍ଟ ରୋଗୀ ତେବେ ଆଜି ଅଧିକ ସତର୍କ ରୁହନ୍ତୁ । ଖୁବ ଶୀଘ୍ର ଆପଣ ନିଜ କଠିନ ପରିଶ୍ରମର ସୁଫଳ ପାଇବେ । ବ୍ୟବସାୟୀମାନେ ଆଜି ବିତର୍କରୁ ଦୂରେଇ ରୁହନ୍ତୁ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ଆଜି ଆପଣ କମ୍ ପରିଶ୍ରମରେ ସଫଳତା ପାଇପାରିବେ ।

ମିଥୁନ: ନିଜ ବଜେଟ୍ ଅନୁଯାୟୀ ଖର୍ଚ୍ଚ କରନ୍ତୁ । ଅନାବଶ୍ୟକ ଖର୍ଚ୍ଚ ଆପଣଙ୍କ ସମସ୍ୟା ବୃଦ୍ଧି କରିପାରେ । ବ୍ୟବସାୟୀ କୌଣସି ନୂଆ ବ୍ୟବସାୟ କରିବାର ଆରମ୍ଭ କରିବା ପାଇଁ ଚିନ୍ତା କରିପାରନ୍ତି । ସାବଧାନତାର ସହିତ ପଦକ୍ଷେପ ନିଅନ୍ତୁ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ଆଜି ଆପଣ ନିଜ ସାଥୀଙ୍କ ସହିତ ଅଧିକ ସମୟ ଅତିବାହିତ କରିବାର ସୁଯୋଗ ପାଇବେ ।

astrology

କର୍କଟ: ଅଫିସ୍ ପରିବେଶ ଭଲ ରହିବ । ଆପଣ ନିଜର ସମସ୍ତ କାର୍ଯ୍ୟକୁ ସହଜରେ ସଂପୂର୍ଣ୍ଣ କରିବେ । ବ୍ୟବସାୟୀମାନଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଖର୍ଚ୍ଚାନ୍ତ ହୋଇ ପାରନ୍ତି । ପିତାମାତାଙ୍କ ଆଶୀର୍ବାଦ ପାଇବେ । ସ୍ୱାସ୍ଥ୍ୟ ଭଲ ରହିବ ।

ସିଂହ: ଘରକୁ ଅତିଥି ଆସିପାରନ୍ତି । ବ୍ୟବସାୟରେ କ୍ଷତି ସହିପାରନ୍ତି । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ଆଜି ଘରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇପାରେ । ଆମଦାନୀ-ରପ୍ତାନିରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଆର୍ଥିକ ସ୍ଥିତି ଭଲ ରହିବ। ଆଜି ଆପଣ ନିଜ ସାଥୀଙ୍କୁ ମୂଲ୍ୟବାନ ଉପହାର ମଧ୍ୟ ଦେଇପାରନ୍ତି ।

କନ୍ୟା: ନିଜ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ । ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟୀମାନେ ଭଲ ଆର୍ଥିକ ଲାଭ ପାଇପାରିବେ । ଦାମ୍ପତ୍ୟ ଜୀବନ ଭଲ ରହିବ । ଦୂରଯାତ୍ରାରୁ ସୁଫଳ ମିଳିବ । ଅଜଥା ଖର୍ଚ୍ଚାନ୍ତ ହୋଇ ପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ସୁସ୍ୱାଦୁ ଭୋଜନ କରିବେ ।

ତୁଳା: ଅନେକ ସମସ୍ୟାର ସମାଧାନ ହେବ । ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ଆଜି ଆପଣ କାର୍ଯ୍ୟକୁ ନେଇ ବହୁତ ବ୍ୟସ୍ତ ରହିବେ । ଚାକିରି ହେଉ କିମ୍ବା ବ୍ୟବସାୟ ହେଉ, ଆପଣଙ୍କୁ ଆଜି ସମସ୍ତ କାର୍ଯ୍ୟ ସମାପ୍ତ କରିବାକୁ କଠିନ ପରିଶ୍ରମ କରିବା ପାଇଁ ପଡିବ ।

ବିଛା : ବ୍ୟବସାୟୀ ଲାଭରେ ରହିବେ । ଅଫିସରେ ସହକର୍ମୀମାନଙ୍କ ସମର୍ଥନ ମିଳିବ । ନିଜର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଧନ ଲାଭର ସୁଯୋଗ ରହିଛି ।ନୂଆ ଲୋକଙ୍କ ସହିତ ସମ୍ପର୍କ ସୁଦୃଢ ହେବ । ଦୂରସ୍ଥାନକୁ ଯାତ୍ରା କଲେ ଲାଭ ପାଇପାରିବେ ।

ଧନୁ: ଅଫିସର ମାହୋଲ କିଛି ଖାସ ଭଲ ରହିବ ନାହିଁ । କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଦୂରଯାତ୍ରା କରିପାରନ୍ତି । ପିତାମାତାଙ୍କର ସମର୍ଥନ ପାଇବେ । କାହା ପ୍ରତି ଭୁଲ ଶବ୍ଦ ବ୍ୟବହାର କରନ୍ତୁ ନାହିଁ । ଅର୍ଥ ଲାଭର ସୁଯୋଗ ରହିଛି । ଆଜି ଆପଣଙ୍କୁ ସତର୍କ ରହିବା ପାଇଁ ପଡିବ । ବ୍ୟବସାୟୀଙ୍କୁ ଅଧିକ ପରିଶ୍ରମ କରିବା ପାଇଁ ପଡିପାରେ ।

ମକର: ପ୍ରତିଯୋଗିତାରେ ଜୟଯୁକ୍ତ ହେବେ । ପତିପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ । ଅଟକି ରହିଥିବା କାର୍ଯ୍ୟ ଶେଷ ହେବ । ଆଜି ଆପଣଙ୍କୁ କ୍ଷମତା ପ୍ରଦର୍ଶନ କରିବା ପାଇଁ ସୁଯୋଗ ମିଳିବ । ପୁରୁଣା ସାଙ୍ଗ ଘରକୁ ଆସି ପାରନ୍ତି । ଅନେକ ବର୍ଷ ପରେ ସେମାନଙ୍କୁ ଦେଖି ଆନନ୍ଦିତ ହେବେ । ସଞ୍ଚୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ।

କୁମ୍ଭ: ବନ୍ଧୁଙ୍କର ସାହାଯ୍ୟ ପାଇପାରନ୍ତି । ଅଧିକ ଚିନ୍ତା କରନ୍ତୁ ନାହିଁ । ଧନ ଲାଭ ହେବା ସମ୍ଭାବନା ରହିଛି । ନିଜ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ । ବ୍ୟବସାୟରେ ଲାଭ ପାଇପାରିବେ । ଦୂର ବନ୍ଧୁଙ୍କ ସହିତ ଦେଖା ହୋଇ ପାରେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମୀନ: କର୍ମକ୍ଷେତ୍ରରେ ସହକର୍ମୀଙ୍କର ସହଯୋଗ ପାଇବେ । ଆଜି ଦିନଟି ଆପଣଙ୍କ ପାଇଁ ମିଶ୍ରିତ ରହିବ । ସାଙ୍ଗମାନଙ୍କ ସହିତ ସମୟ ବିତାଇବା ପସନ୍ଦ କରିବେ । ଅର୍ଥ ଲାଭ ହେବାର ସମ୍ଭାବନା ରହିଛି । ଆପଣଙ୍କର ସମସ୍ତ କାର୍ଯ୍ୟ ସହଜରେ ସମାପ୍ତ ହେବ । ପିତାମାତାଙ୍କ ସହିତ ସମ୍ପର୍କ ମଜବୁତ ହେବ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+