ଆଜିର ରାଶିଫଳ :ଜାଣନ୍ତୁ କିପରି ବିତିବ ଦିନ
ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....
ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....

ମେଷ: ଆଜି ଆପଣ ସୁସ୍ଥ ରହିବେ। ଆପଣଙ୍କ ସହକର୍ମୀଙ୍କ ଠାରୁ ଦୂରେଇ ରୁହନ୍ତୁ। ତେଣୁ ଆପଣ ନିଜ ଜିନିଷ ଦାୟିତ୍ଵରେ ରଖନ୍ତୁ। ଆପଣଙ୍କ ଜୀବନସାଥୀଙ୍କ ସହ ଅଧିକ ସମୟ ବିତାଇବେ। ମାନସିକ ଶାନ୍ତି ଅତ୍ୟନ୍ତ ଜରୁରୀ। ଏଥିପ୍ରତି ଧ୍ୟାନ ଦିଅନ୍ତୁ।
ବୃଷ : ଯାହା ସହ କେବେ କେବେ ଦେଖା ହୁଏ ତାଙ୍କ ସହ ସମ୍ପର୍କ ବଢେଇବା ପାଇଁ ଭଲ ଦିନ । ଆପଣଙ୍କ ପସନ୍ଦର କାମ କରିବେ । ଘରୁ ବାହାରିବା ବେଳେ ଗୁରୁଜନ ଙ୍କ ଆଶୀର୍ବାଦ ନେଇ ଯାଆନ୍ତୁ। ଏହାଦ୍ବାରା ଆପଣଙ୍କୁ ଧନ ଲାଭ ହୋଇପାରେ।
ମିଥୁନ: ବନ୍ଧୁଙ୍କ ଠାରୁ ଅର୍ଥ ମିଳିପାରେ। ଭୋରୁ ଉଠି କାମ କରିବା ଆରମ୍ଭ କରନ୍ତୁ । ନହେଲେ ଆପଣ ପୁରା ଦିନ ବର୍ବାଦ ହେବା ଭଳି ଆପଣକୁ ଅନୁଭବ ହେବ । ସମସ୍ତଙ୍କ ସହ ଭଲ ବ୍ୟବହାର କରନ୍ତୁ ।
କର୍କଟ: ଜୀବନସାଥିଙ୍କ ପ୍ରତି ଧ୍ୟାନ ଦିଅନ୍ତୁ, ତାଙ୍କୁ ଭଲ ବ୍ୟବହାର କରନ୍ତୁ। ଆଜି ପୁଞ୍ଜି ନିବେଶ କରିବା ପାଇଁ ଭଲ ଦିନ। ଆପଣଙ୍କ ପସନ୍ଦର ବହି ପଢ଼ିବା ସହ ଗୀତ ଶୁଣନ୍ତୁ। ନିଜ ପାଇଁ ବେଶୀ ସମୟ ମିଳିବ। ସଠିକ୍ ଭାବେ ଉପଯୋଗ କରନ୍ତୁ।
ସିଂହ: ଦିନଟି ଅନ୍ୟ ଦିନ ଅପେକ୍ଷା ଭଲରେ ବିତିବ। ପରିବାର ସହ ସବୁଠୁ ଭଲ ସମୟ ବିତାଇବେ। ଆଜିର ଦିନଟି ଆର୍ଥିକ ସ୍ଥରରେ ବେଶୀ ଖରାପ ରହିବ ନାହିଁ। ଆପଣଙ୍କ ଘରକୁ ଅତିଥି ଆସି ପାରନ୍ତି।
କନ୍ୟା: ଦିନଟି ଲାଭ ଦାୟକ ହେବ । କେଉଁ ପୁରୁଣା ରୋଗ ରୁ ଟିକେ ତ୍ରାହି ପାଇ ପାରନ୍ତି। ଅଯଥା ଖର୍ଚ୍ଚ ବନ୍ଦ କରିବା ଦ୍ଵାରା ଧାନ ସଞ୍ଚୟ କରିପାରିବେ। ଏହିକଥା ଆଜି ଆପଣ ନିଜେ ବୁଝିବେ। ଆପଣଙ୍କ ମନ କଥା ପ୍ରେମୀକୁ କହି ଦିଅନ୍ତୁ।
ତୁଳା: ସନ୍ଧ୍ୟା ସମୟରେ ଆରାମ କରନ୍ତୁ। ଭାଗିଦାରୀ ବ୍ୟବସାୟ ଅର୍ଥ ନିବେଶ କରନ୍ତୁ ନାହିଁ। ଅନେକ ଦିନରୁ ଅସୁସ୍ଥ ଥିବା ବନ୍ଧୁଙ୍କୁ ଦେଖିବା ପାଇଁ ଯାଆନ୍ତୁ। ଛୋଟ ପିଲମାନଙ୍କ ସହ ନିଜେ ପିଲା ଭଳି ବ୍ୟବହାର କରିବେ । ଅନେକ ସମୟ ପିଲାଙ୍କ ସହ ବିତିପାରେ।
ବିଛା: ଅଯଥା ଖର୍ଚ୍ଚରୁ ନିଜକୁ ବଞ୍ଚେଇ ରଖନ୍ତୁ। ସନ୍ଧ୍ୟା ସମୟ ବନ୍ଧୁ ଙ୍କ ସହ କଟିବ। ସାଙ୍ଗ ହେଇ ଛୁଟି କଟାଇବା ନେଇ ଚର୍ଚ୍ଚା ହେଇପାରେ। ଆପଣଙ୍କ କଥା କହିବା ଶୈଳୀ ଓ କ୍ଷମତା ଫଳପ୍ରଦ ହେବ । ଜୀବନସାଥୀ ଙ୍କ ଠାରୁ ଅଧିକ ପ୍ରେମ ମିଳିପାରେ। ମା ବାପା ଙ୍କ ମନ ପସନ୍ଦ ର ଡିସ୍ ଘରକୁ ଆଣନ୍ତୁ । ଏହା ଦ୍ବାରା ଘରେ ସକାରାତ୍ମକ ମହୋଲ ତିଆରି ହେବ।
ଧନୁ: ସ୍ୱାସ୍ଥ୍ୟ ଟିକେ ଖରାପ ରହିପାରେ। ଜରୁରୀ କାମ କୁ ସମୟ ନ ଦେଇ ଅଯଥା ସମୟ ବର୍ବାଦ କରିବ ଆପଣଙ୍କ ପାଇଁ ଘାତକ ହେବ। ଜୀବନସାଥୀ ଙ୍କ ମିଶି କିଛି ରୋମାଞ୍ଚକ କାର୍ଯ୍ୟ କରିପାରନ୍ତି। ଆଜିଠୁ ଆପଣ ଜିମ୍ ଯିବା କଥା ଭାବି ପାରନ୍ତି।
ମକର: ଶାରୀରିକ ବ୍ୟାୟାମ ଆପଣଙ୍କ ପାଇଁ ଲାଭ ଦାୟକ ହେବ। ଦିନ ଆରମ୍ଭ ରୁ ଅର୍ଥହାନୀ ହେଇ ପରେ। ବିବାହ ପ୍ରସ୍ତାବ ନେଇ ଦିନ ଟି ଖୁବ୍ ଭଲ। ନିଜକୁ ଅଧିକ ସମୟ ଦେବେ। ଆପଣ ଙ୍କ ଜୀବନ ସାଥି ଆପଣ ଙ୍କ ପାଇଁ କିଛି ଖାସ୍ କରି ପାରନ୍ତି। ଆଜି ଆପଣ ଫୋଟୋଗ୍ରାଫି କରି କିଛି ସ୍ମୃତି ସାଇତି ପାରନ୍ତି।
କୁମ୍ଭ: ବାଦ ବିବାଦ ରୁ ବଞ୍ଚି ରୁହନ୍ତୁ। କିଛି ଲୋକ ଜାଣିଶୁଣି ଆପଣ ଙ୍କୁ ଫସାଇବାକୁ ଚେଷ୍ଟା କରିବେ। ଆଜି ଘରେ ବିବାହ କୁ ନେଇ କଥାବାର୍ତ୍ତା ହୋଇପାରେ। ଅଜଣା ବ୍ୟକ୍ତି ଙ୍କ କଥାରେ ଆପଣ ପୁଞ୍ଜି ନିବେଶ କରିଥିଲେ, ଆଜି ତାର ଫଳ ପାଇବେ ।
ମୀନ: ଆପଣଙ୍କ ସ୍ପଷ୍ଟ ଏବଂ ନିଡର ପ୍ରକୃତି ଆପଣଙ୍କ ବନ୍ଧୁଙ୍କୁ କଷ୍ଟ ଦେଇ ପାରେ। ଜୀବନସାଥୀ ଙ୍କ ସହ କିଛି ମୂଲ୍ୟବାନ ଜିନିଷ କିଣି ପାରନ୍ତି। ବନ୍ଧୁ ଏବଂ ଜୀବନସାଥୀ ଙ୍କ ଠାରୁ ସୁଖ ଲାଭ କରିବେ । କିନ୍ତୁ ଦିନ ସାରା ଆପଣ ଭାବୁକ ହୋଇ ପାରନ୍ତି।












Click it and Unblock the Notifications