ଆଜିର ରାଶିଫଳ : ଜାଣନ୍ତୁ, କେମିତି ରହିବ ଦିନ
କେମିତି ବିତିବ ଆପଣଙ୍କ ଦିନ ? ପ୍ରେମ, ଶିକ୍ଷା ଏବଂ ପାରିବାରିକ ଜୀବନରେ କିପରି ରହିବ ଗ୍ରହର ସ୍ଥିତି ? ଏସମସ୍ତ ବିଷୟରେ ଜାଣିବା ପାଇଁ ପଢନ୍ତୁ, ୱାନଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...
କେମିତି ବିତିବ ଆପଣଙ୍କ ଦିନ ? ପ୍ରେମ, ଶିକ୍ଷା ଏବଂ ପାରିବାରିକ ଜୀବନରେ କିପରି ରହିବ ଗ୍ରହର ସ୍ଥିତି ? ଏସମସ୍ତ ବିଷୟରେ ଜାଣିବା ପାଇଁ ପଢନ୍ତୁ, ୱାନଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ମେଷ: ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିପାରେ । ଏଥିପାଇଁ ଆପଣ ଧ୍ୟାନ ଓ ଯୋଗର ସାହାଯ୍ୟ ନେଲେ ଏଥିରୁ ମୁକ୍ତି ପାଇପାରିବେ । ଆଜି କୌଣସି ଆଇନ ସମ୍ପର୍କିତ କାଗଜରେ ଦସ୍ତଖତ କରିବାବେଳେ ସତର୍କତା ଅବଲମ୍ଵନ କରନ୍ତୁ । ନିଜର ଧ୍ୟାନ ରଖନ୍ତୁ ।
ବୃଷ: ଆପଣ ସାମାଜିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ବଣଭୋଜି କରିବାକୁ ଯାଇ ମୌଜ ମଜଲିସରେ ସମୟ କାଟିପାରନ୍ତି ।
ମିଥୁନ: ଆଜି ଦିନଟି ଉତ୍ତମ ଫଳ ଦେବ । କାର୍ଯ୍ୟସ୍ଥଳରେ ଗୁରୁଜନମାନେ ଆପଣଙ୍କ ଉପରେ ଖୁସି ହୋଇପାରନ୍ତି । ଏହି ସମୟରେ ବ୍ୟବସାୟରେ ଥିବା ବ୍ୟକ୍ତିମାନଙ୍କ ପାଇଁ ଲାଭ ଦାୟକ ହେବ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ।
କର୍କଟ: ଆପଣ କାର୍ଯ୍ୟ କ୍ଷେତ୍ରରେ ଅସ୍ଥାୟୀ ଭାବରେ ଅସୁବିଧାରେ ପଡି ପାରନ୍ତି । କାହାରି ସହିତ ବିଶେଷ କରି ଆପଣଙ୍କ ସିନିଅର୍ଙ୍କ ସହ କାର୍ଯ୍ୟ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିବରଣୀ ଦେଇ କଥାବାର୍ତ୍ତା କରନ୍ତୁ ନାହିଁ । କଳହ ସୃଷ୍ଟି ହୋଇପାରେ ।
ସିଂହ: ନିଜପ୍ରତି ଯତ୍ନବାନ ହୁଅନ୍ତୁ । ଯଦି ସମ୍ଭବ ବେଆଇନ୍ କାର୍ଯ୍ୟକଳାପ କିମ୍ବା ଅନୈତିକ କାର୍ଯ୍ୟଠାରୁ ଦୁରେଇ ରୁହନ୍ତୁ । ଯାହାକି ଆପଣଙ୍କୁ ହଇରାଣରେ ପକାଇଦେଇପାରେ । ଆପଣଙ୍କ କାହା ସହ ବେଶୀ କଥାବାର୍ତ୍ତା କରନ୍ତୁ ନାହିଁ । ଯୁକ୍ତିତର୍କ ହେବାର ସମ୍ଭାବନା ରହିଛି।
କନ୍ୟା: ସାମାଜିକ ଜୀବନରେ ଆପଣଙ୍କ ସମ୍ମାନ ବୃଦ୍ଧି ପାଇବା ସହିତ ସ୍ୱୀକୃତି ମିଳିପାରେ । ଆପଣଙ୍କ ବୃତ୍ତିରେ ଆପଣଙ୍କ ଅଂଶୀଦାର ବ୍ୟବସାୟୀ ମାନେ ଆପଣଙ୍କ ଆଡକୁ ସହଯୋଗର ହାତ ବଢାଇବେ। ଏବଂ ଆପଣ ଅର୍ଥଲାଭ କରିବେ ।
ତୁଳା: ଆପଣ ନିଜର ଆତ୍ମବିଶ୍ୱାସ ଓ ଦୃଢ ମନୋବଳ ଯୋଗୁଁ ସବୁକାର୍ଯ୍ୟରେ ସଫଳତା ଅର୍ଜନ କରିବେ । ଅଧିକ ଖୁସି ଆପଣଙ୍କ ପାଇଁ ହାନିକାରକ ହୋଇପାରେ । ଉତ୍ତେଜନା ଓ ବାର୍ତ୍ତାଳପର ଶୈଳୀକୁ ଆୟତ୍ତ ରଖିବାକୁ ଚେଷ୍ଟା କରନ୍ତୁ । ନଚେତ ସମସ୍ୟା ହୋଇପାରେ ।
ବିଛା: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ। ଅଧିକାଂଶ ସମୟ ପ୍ରୁସ୍ତକ ପଢିବାରେ କଟାଇଦେବେ । ଯେଉଁ ବିଦ୍ୟାର୍ଥୀ ମାନେ ଶିକ୍ଷା ଜଗତରୁ ବିଦାୟ ନେଇସାରିଛନ୍ତି ସେହି ମାନଙ୍କ ପାଇଁ ଏହା ଶୁଭ ସଂକେତ । ବିନା ପ୍ରତିବନ୍ଧକରେ ଆପଣଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରିବେ।
ଧନୁ: ଆପଣଙ୍କ ମାଆଙ୍କ ଶାରୀରିକ ଅସୁସ୍ଥତା, ପରିବାରରେ ଅଶାନ୍ତ ପରିବେଶ ଆପଣଙ୍କୁ ଭାରାକ୍ରାନ୍ତ କରିବ । ତେଣୁ ଧୈର୍ଯଧରି ଶୁଭ ସମୟକୁ ଅପେକ୍ଷା କରନ୍ତୁ । ନଚେତ୍ ଏହାର କୁପ୍ରଭାବ ଆପଣଙ୍କ ମନ ଓ ଶରୀରକୁ ଅସୁସ୍ଥ କରିପାରେ । ଅର୍ଥହାନୀ ଘଟିପାରେ ।
ମକର: ପରିବାରର ପରିବେଶ ଶାନ୍ତ ଓ ପ୍ରୀତିପଦ ରହିବ । ଆପଣ ଥଟ୍ଟା ତମସା ଓ ମୌଜ ମଜଲିସରେ ସେମାନଙ୍କର ସହ ସମୟ କାଟିବାକୁ ଚେଷ୍ଟା କରିବେ । ବନ୍ଧୁବାନ୍ଧବଙ୍କ ସହ ଆତ୍ମୀୟତା ବୃଦ୍ଧି ପାଇବ । ବ୍ୟକ୍ତିଗତ ଜୀବନରେ ଆପଣଙ୍କ ଦକ୍ଷତା ଓ କର୍ମ କୁଶଳତା ପ୍ରଦର୍ଶିତ କରି ପ୍ରତିଦ୍ୱନ୍ଦୀଙ୍କୁ ପରାଜିତ କରିବେ ।
କୁମ୍ଭ: ଆଜି ଦିନଟି ଆପଣଙ୍କ ପାଇଁ କଷ୍ଟଦାୟକ ହୋଇପାରେ । ବାର୍ତ୍ତାଳାପ କରିବା ପୂର୍ବରୁ ନିଜକୁ ସମୀକ୍ଷା କରନ୍ତୁ, କାରଣ କୌଣସି ଅପ୍ରିତିକର ପରିସ୍ଥିତିକୁ ନିଜର ମଧୁର ବଚନରେ ସମାଧାନ କରିପାରିବେ । ଦିନଟି ଅଶାନ୍ତ ଯୋଗୁଁ ଆପଣଙ୍କର ମନକୁ ଭାରାକ୍ରାନ୍ତ କରିପାରେ ।
ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର । ଆପଣଙ୍କ ପାରିବାରିକ ଜୀବନ ଅତ୍ୟନ୍ତ ସୁଖମୟ ହେବ । ମାତ୍ର ଆପଣ ନିଜର ଉତ୍ତେଜନା ଏବଂ ତିକ୍ତ ବାର୍ତ୍ତାଳାପକୁ ନିଜର ଆୟତ୍ତରେ ରଖନ୍ତୁ। ନଚେତ ପାରିବାରିକ ଜୀବନରେ ଅଶାନ୍ତି ସୃଷ୍ଟି ହେବ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ











Click it and Unblock the Notifications