Get Updates
Get notified of breaking news, exclusive insights, and must-see stories!

ଆଜିର ରାଶିଫଳ : ଜାଣନ୍ତୁ କେମିତି ବିତିବ ଆପଣଙ୍କର ଦିନ

ଆଜି ଆପଣଙ୍କ ଦିନ କିପରି ବିତିବ ? ପ୍ରେମ, ଶିକ୍ଷା ଓ ପାରିବାରିକ ଜୀବନ କେମିତି ରହିବ, ସେନେଇ କଣ କହୁଛି ଆପଣଙ୍କ ରାଶି ? ଏସସ୍ତ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନଇଣ୍ଡିଆ ଓଡିଆ ଆଜିର ରାଶିଫଳ...

ଆଜି ଆପଣଙ୍କ ଦିନ କିପରି ବିତିବ ? ପ୍ରେମ, ଶିକ୍ଷା ଓ ପାରିବାରିକ ଜୀବନ କେମିତି ରହିବ, ସେନେଇ କଣ କହୁଛି ଆପଣଙ୍କ ରାଶି ? ଏସସ୍ତ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନଇଣ୍ଡିଆ ଓଡିଆ ଆଜିର ରାଶିଫଳ...

rashi phala

ମେଷ: ଆଜି ଆପଣ ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । ଦିନର ପ୍ରଥମାର୍ଦ୍ଧରେ ଆପଣ କିଛି ସମସ୍ୟା ଘେରରେ ରହିବେ । ସଂନ୍ଧ୍ୟା ସମୟ ଖୁସିରେ ବିତିବ । ଯୟନ୍ତ୍ରଣାକୁ ଭୁଲିବା ପାଇଁ ଧ୍ୟାନ ବା ଯୋଗ କରନ୍ତୁ ।

ବୃଷ: ସାମାଜିକ ଜୀବନରେ ଉଚ୍ଚ ପ୍ରତିଷ୍ଠାର ଅଧିକାରୀ ହୋଇପାରିବେ । ଯେଉଁ ଆଗ୍ରହ ନେଇ ଆପଣ ନିଜ ଉପରେ ନ୍ୟସ୍ତ ଥିବା କର୍ମକୁ ସାରିଥାନ୍ତେ, ସେଥିପାଇଁ ନିଜର ବ୍ୟଗ୍ରତା ପ୍ରକାଶ ନ କରିପାରନ୍ତି । ଏହାଦ୍ୱାରା ଆପଣ ହତୋତ୍ସାହିତ ହୋଇପାରନ୍ତି । ନିଜର କାମ ପ୍ରତି ଯତ୍ନବାନ ହୁଅନ୍ତୁ ।

ମିଥୁନ: ଆଜି ଆପଣ ସୁସ୍ଥ ରହିବେ । ମାନସିକ ଚିନ୍ତାରୁ ମୁକ୍ତ ହୋଇ ନିଜକୁ ହାଲକା ମନେ କରିବେ । କର୍ମକ୍ଷେତ୍ରରେ ନିଜର ଦକ୍ଷତା ପାଇଁ ପ୍ରଂଶସିତ ହେବେ । ସହକର୍ମୀଙ୍କ ଠାରୁ ଆପଣଙ୍କୁ ସହଯୋଗ ମିଳିପାରେ। ସାମାଜିକ ଜୀବନରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ । ପାରିବାରିକ ଜୀବନ ଅତ୍ୟନ୍ତ ମଧୁରମୟ ହେବ ।

କର୍କଟ: ଆଜି ଆପଣଙ୍କ ଉପରିସ୍ଥ କର୍ମଚାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେବେ । ଆପଣ ନିଜର ପଦୋନ୍ନତି ଲାଭ କରିବେ । ପରିବାରର ସଦସ୍ୟଙ୍କ ସହ ଖୁସିରେ ଦିନଟିକୁ କାଟିବେ । ପରିବାର ସହ ସମୟ ବିତାଇବା ସହ ଘରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଚେଷ୍ଟା କରିବେ ।

ସିଂହ: ନିଜର ଚିକିତ୍ସା ପାଇଁ କିଛି ଅର୍ଥ ଖର୍ଚ୍ଚ କରିପାରନ୍ତି । ଅର୍ଥହାନୀ ଚିନ୍ତା ଆଜି ଦିନସାରା ଆପଣଙ୍କୁ ବିବ୍ରତ କରିବ । ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କଲେ ମାନସିକ ଶାନ୍ତି ପାଇବେ ।

କନ୍ୟା: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ହେବ । ଆପଣ ନିଜର ନାମ ଓ ସମ୍ମାନକୁ ବଜାୟ ରଖିବେ । ବ୍ୟବସାୟ କ୍ଷେତ୍ରରେ ଲାଭ ହେବ । ବନ୍ଧୁଙ୍କ ଗହଣରେ ଦୂରସ୍ଥାନକୁ ପରିଭ୍ରମଣରେ ଯାଇ ଆମୋଦ ପ୍ରମୋଦ କରିପାରନ୍ତି ।

ତୁଳା: ଆଜି ଆପଣ ସୁସ୍ଥ ରହିବେ । କାର୍ଯ୍ୟରୁ ଲାଭ ମିଳିପାରେ । ସହକର୍ମୀମାନେ ଆପଣଙ୍କୁ ସାହାଯ୍ୟ କରିପାରନ୍ତି । ପରିବାରର ସଦସ୍ୟଙ୍କ ସହିତ ଦିନଟିକୁ ହସଖୁସିରେ ବିତେଇବେ । ଅଧିକ ଖର୍ଚ୍ଚପ୍ରତି ସତର୍କ ରୁହନ୍ତୁ ।

ବିଛା: ଦିନଟି ଆପଣଙ୍କ ପାଇଁ ସେତେଟା ଭଲ ନାହିଁ । ତେଣୁ ଆପଣ କୌଣସି ପ୍ରକାର ଯୁକ୍ତିତର୍କ ଏବଂ ମୁହାଁମୁହିଁ ହେବାରୁ ନିଜକୁ ଦୂରରେ ରଖନ୍ତୁ । ଏହା କାର୍ଯ୍ୟ କ୍ଷେତ୍ରରେ ହେଉ କିମ୍ୱା ପରିବାର ସଂପର୍କରେ ହେଉ । ନିଜ ସନ୍ତାନଙ୍କ ପାଇଁ ଚିନ୍ତା ବଢିପାରେ ।

ଧନୁ: ଆଜି ଦିନ ଆପଣଙ୍କ ପାଇଁ ଆନନ୍ଦମୟ ହେବ ନାହିଁ । ଆପଣ ଅସୁସ୍ଥ ରହିପାରନ୍ତି । ସେହି ଖରାପ ଏବଂ ହତାସ ଭାବନା ଦୁରେଇ ଦେବା ପାଇଁ ଏହା ହେଉଛି ଏକ ଭଲ ପ୍ରତିକାର । ଆପଣ ଅର୍ଥର ଅଭାବ ଅନୁଭବ କରିପାରନ୍ତି, କିନ୍ତୁ ଏହା ମଧ୍ୟାହ୍ନ ପର୍ଯ୍ୟନ୍ତ ଲାଗି ରହିପାରେ, ତାପରେ ଏହି ସମସ୍ୟା ଦୂର ହୋଇଯାଇପାରେ ।

ମକର: ଆଜି ଦିନ ଆପଣ ପରିବାର ସହିତ ବାହାରକୁ ଯିବା ସହିତ ଆରମ୍ଭ କରିପାରନ୍ତି । ଅବଶ୍ୟ ଧ୍ୟାନ ଦିଅନ୍ତୁ ଯେ ଖର୍ଚ୍ଚ ଅଧିକ ହେବା ଉଚିତ ନୁହେଁ, କାରଣ ଦିନର ଦ୍ୱିତୀୟ ଭାଗରେ ଆର୍ଥିକ ସମସ୍ୟା ରହିପାରେ । ହୁଏତ ହୋଇପାରେ, ଆପଣ ବାହାରକୁ ଯାଇଥିବା ବେଳେ ହୋଇଥିବା ସମସ୍ତ ଖର୍ଚ୍ଚର ଅଧିକାଂଶ ଆପଣ ଫେରି ପାଇ ନପାରନ୍ତି ।

କୁମ୍ଭ: ଦିନର ପ୍ରାରମ୍ଭରୁ ଭୋଗୁଥିବା ଅଶାନ୍ତି ଦିବସର ଅବଶିଷ୍ଟ ଖୁସିର ଦିବସକୁ ନଷ୍ଟ ନ କରେ, ସେଥିପ୍ରତି ସତର୍କତା ଅବଲମ୍ଵନ କରନ୍ତୁ । ଆପଣ ନିଜର ବିବାଦୀୟ ମନ ଓ ଆଚରଣକୁ ନିଜ ଆୟତ୍ତରେ ରଖିପାରିଲେ ସୁଫଳ ମିଳିବ । ସମ୍ପର୍କରେ ତିକ୍ତତା ଦେଖାଯାଇପାରେ ।

ମୀନ: ଆଜି ଆପଣଙ୍କର ସୁସ୍ଥତା ବଜାୟ ରହିବ । ଆପଣଙ୍କର ପାରିବାରିକ ଜୀବନ ଅତ୍ୟନ୍ତ ସୁଖକର ହେବ । ନିଜର ବନ୍ଧୁ ଓ ପ୍ରିୟଜନଙ୍କ ସଙ୍ଗେ ସଙ୍ଗେ ପରିଭ୍ରମଣରେ ଯାଇପାରନ୍ତି । ଅର୍ଥ ଆଗମନର ଶୁଭ ସୂଚନା ମିଳୁଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+