ଆଜିର ରାଶିଫଳ 21 ନେଭେମ୍ବର 2024: ଏହି ରାଶିର ଆର୍ଥିକ ଅବସ୍ଥା ସୁଧୁରିବ
ମେଷ: ଅଟକି ରହିଥିବା କାର୍ଯ୍ୟ ସମାପ୍ତ କରିବାର ସମୟ । ରାଜନୈତିକ କ୍ଷେତ୍ରରେ ସମ୍ମାନିତ ହେବେ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ଆଜି ଆପଣ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ଅଯଥା ଖର୍ଚ୍ଚାନ୍ତରୁ ଦୂରେଇ ରୁହନ୍ତୁ । ଆର୍ଥିକ ସ୍ଥିତି ଭଲ ରହିବ । ଆଜି ଆପଣ ଏକ ନୂତନ ଆୟର ଉତ୍ସ ପାଇପାରନ୍ତି । ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମ ଆହୁରି ଗଭୀର ହେବ ।
ବୃଷ: ମାତା-ପିତାଙ୍କ ସହିତ ସମୟ ବିତାନ୍ତୁ । ବାକି ଦେଇଥିବା ଅର୍ଥ ଫେରିପାଇବେ । ବ୍ୟବସାୟରେ ଲାଭ ପାଇବେ । ରାଜନୀତି କରୁଥିବା ବ୍ୟକ୍ତି ସମ୍ମାନ ପାଇବେ । କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁ ବୃଦ୍ଧି ପାଇବେ । ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଦିନଟିଏ । କୌଣସି କାରଣରୁ ମନ ଅଶାନ୍ତ ରହିବ ।

ମିଥୁନ: ଆର୍ଥିକ ଅବସ୍ଥା ସୁଧୁରିବ। ନିଜ ଲୋକଙ୍କ ସହିତ କୌଣସି ବିବାଦ କରନ୍ତୁ ନାହିଁ । ଏଥିନେଇ ମାନସିକ ଅଶାନ୍ତି ଦେଖାଦେଇ ପାରେ । କଳହ ଠାରୁ ନିଜକୁ ଦୂରେଇ ରଖନ୍ତୁ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ମନ ଭଲ ରହିବ ନାହିଁ । ବ୍ୟବସାୟୀ ମାନେ ଲାଭବାନ ହେବେ ।
କର୍କଟ: ଆଜି ଏହି ରାଶିର କିଛି ବେରୋଜଗାର ଲୋକମାନଙ୍କ ପାଇଁ ଶୁଭ ଦିନଟିଏ । କାରଣ ଆଜି ସେମାନଙ୍କୁ ଚାକିରୀ ମିଳିପାରେ ଯାହାଦ୍ୱାରା ସେମାନଙ୍କର ଆର୍ଥିକ ଅବସ୍ଥା ସୁଧୁରିବ। ଛାତ୍ରଛାତ୍ରୀ ମାନେ ପାଠପଢାରେ ଉନ୍ନତି କରିବେ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ସିଂହ: କୌଣସି ନୂତନ ଯୋଜନା ଉପରେ କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ । ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ସଫଳତା ପାଇବା ସହ ବନ୍ଧୁଙ୍କ ସହଯୋଗ ପାଇବେ । ବ୍ୟବସାୟରେ ଉନ୍ନତି ହେବା ସହ ଆକସ୍ମିକ ଧନ ଲାଭ ହେବାର ସମ୍ଭାବନା ରହିଛି । ଆଜି ଅଜଥା ବିବାଦରେ ପାଦ ଦିଅନ୍ତୁ ନାହିଁ । ଅସୁବିଧାରେ ପଡିପାରନ୍ତି ।
କନ୍ୟା: ଆଜିର ଦିନରେ ପରିବାର ସହିତ ଅଧିକ ସମୟ ବିତାଇବେ । ଚାକିରୀ କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟୀ ଲାଭବାନ ହେବେ । କାର୍ଯ୍ୟ ଦୃଷ୍ଟିକୋଣରୁ ଆଜି ଆପଣଙ୍କ କୌଣସି ଶୁଭ ଖବର ମିଳିପାରେ । ବ୍ୟବସାୟୀ ଆଜି ଦୁଇଗୁଣ ଲାଭ ପାଇପାରିବେ । ଯଦି ଆପଣ ସରକାରୀ ଚାକିରୀ ପାଇଁ ଚେଷ୍ଟା କରୁଛନ୍ତି ତେବେ ଖୁବ ଶୀଘ୍ର ସଫଳତା ପାଇପାରନ୍ତି । ଆର୍ଥିକ ପରିସ୍ଥିତି ଭଲ ରହିବ ।
ତୁଳା : ନିଜ ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ । ଆଜି ବ୍ୟବସାୟୀମାନେ ଲାଭରେ ରହିବେ । ନୂତନ ଘର, ସମ୍ପତ୍ତି ଇତ୍ୟାଦି କିଣିବାକୁ ଚିନ୍ତା କରିପାରନ୍ତି । ପାରିବାରିକ ସ୍ଥିତି ସ୍ୱାଭାବିକ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଦେଇଥିବା ଟଙ୍କା ଫେରି ପାଇବେ । ପୁରୁଣା ବନ୍ଧୁଙ୍କ ସହିତ ମିଳନ ହୋଇପାରେ ।
ବିଛା : ସାମାଜିକ କାର୍ଯ୍ୟରେ ସମ୍ମାନିତ ହେବେ । ପରିବାରରେ ହସଖୁସିରେ ସମୟ ଅତିବାହିତ କରିବେ । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିପାରନ୍ତି । ମହିଳା ମାନଙ୍କୁ ସମ୍ମାନ ମିଳିବ । ବୈବାହିକ ଜୀବନ ସୁଖଦ ରହିବ । ଆପଣଙ୍କର କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ଉପୁଜିପାରେ । ଆର୍ଥିକ ସ୍ଥିତି ସ୍ୱାଭାବିକ ରହିବ ।
ଧନୁ: ଆଜି ସତର୍କ ରୁହନ୍ତୁ । ଟଙ୍କା ବିନିଯୋଗରୁ ଦୂରେଇ ରୁହନ୍ତୁ । ବ୍ୟବସାୟୀମାନେ ଆଜି ଲାଭରେ ରହିବେ । ଆଜି ନିଜ ପ୍ରିୟ ଲୋକଙ୍କ ସହିତ ଭଲ ସମୟ ବିତାଇବ । ସ୍ୱାସ୍ଥ୍ୟ ଭଲ ରହିବ ।ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଅପରାହ୍ନରେ କୌଣସି ଶୁଭ ଖବର ମିଳିପାରେ । ବିଦ୍ୟାର୍ଥୀମାନେ ପଠାପଢାରେ କୃତିତ୍ୱ ଅର୍ଜନ କରିବେ । ଆଜି କୌଣସି ନୂଆ କାର୍ଯ୍ୟର ଶୁଭାରମ୍ଭ କରିପାରନ୍ତି ।
ମକର: କାମକାର୍ଯ୍ୟରେ ଆପଣ ବହୁତ ଲାଭ ପାଇପାରନ୍ତି । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିସମାଜ ସେବାରେ ମନ ବଳାଇବେ । ବ୍ୟବସାୟରେ ଲାଭ ମିଳିବାର ସମୟ । ଦୂରଯାତ୍ରା କରିବାର ଯୋଜନା କରିପାରନ୍ତି ।
କୁମ୍ଭ : କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଯିବ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ । ଧନଲାଭର ସମ୍ଭାବନା ରହିଛି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ । ଆଜି କିଛି ଦାନ-ପୁଣ୍ୟ କରନ୍ତୁ ମାନସିକ ଶାନ୍ତି ମିଳିବ । ଆପଣ କମ୍ ପରିଶ୍ରମରେ ସଫଳତା ପାଇବେ ।
ମୀନ: ଘରକୁ ଅତିଥି ଆସି ପାରନ୍ତି । କର୍ମକ୍ଷେତ୍ରରେ ସମ୍ମାନ ମିଳିବ । ବ୍ୟବସାୟରେ ଲାଭ ମିଳିବ । ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ପୂଜାର୍ଚ୍ଚନାରେ ଅଧିକ ସମୟ ଅତିବାହିତ କରିବେ । ଦୂରଯାତ୍ରା କରିବାର ସୁଯୋଗ ରହିଛି । ଆର୍ଥିକ ସ୍ଥିତି ଭଲ ରହିବ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications