Get Updates
Get notified of breaking news, exclusive insights, and must-see stories!

ଆଜିର ରାଶିଫଳ ୮ ସେପ୍ଟେମ୍ବର

ଆଜି ସେପ୍ଟେମ୍ବର ମାସ ୦୮ ତାରିଖ ୨୦୨୧ ମସିହା (ବୁଧବାର)
ଶକାବ୍ଦ -୧୯୪୩
ସମ୍ବତ -୨୦୭୮
ସାଲ-୧୪୨୮
ସମ୍ବତ୍ସର-ରାକ୍ଷସ
ଭାଦ୍ରମାସ-ଶୁକ୍ଳପକ୍ଷ
ତିଥି-ଦ୍ଵିତୀୟା ରାତ୍ରି ଘ୦୨/୫୪ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା


ସୁର୍ୟୋଦୟ-ପ୍ରାତଃ ଘ୦୫/୩୭/୦୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୩/୩୮

ବୃଷ ରାଶିର ଘାତଚନ୍ଦ୍ର
କର୍କଟ ରାଶିର ଘାତବାର
ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

ବିଶୁଦ୍ଧ ଅମୃତ ବେଳ। -ଦିବା ଘ୦୭/୧୩ ମଧ୍ୟେ ଓ ରାତ୍ରି ଘ୦୬/୪୨ ଗତେ ଘ୦୯/୦୫ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୪/୦୧ ଗତେ ଘ୦୯/୦୫ ମଧ୍ୟେ ଓ ରାତ୍ରି ଘ୦୯/୦୮ ଗତେ ଘ୧୦/୪୫ ମଧ୍ୟେ

ଆଜିର ରାଶିଫଳ

ajira rashifala

ମେଷ: ଯାହା ବି କାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ଚାକିରିରେ ପଦୋନ୍ନତି ମିଳିପାରେ। ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ।

ବୃଷ: ଆଜି ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ର ପାତ୍ର ହେବ । ଦେବଦର୍ଶନର ସୁଯୋଗ ପାଇବେ।

ମିଥୁନ: ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବ୍ୟବସାୟରେ ବଡଲାଭ ହାତରେ ଲାଗିପାରେ।

କର୍କଟ: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବ। ଯୌଥ ବ୍ୟବସାୟରୁ ଭଲ ଲାଭ ହେବ। ପ୍ରେମରେ ସଫଳତା ମିଳିବ।

ସି˚ହ: ମନରେ ଦ୍ବନ୍ଦ୍ବ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। ନୂଆ କାମ ଆରମ୍ଭ କରିବା ଓ କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହିବେ।

କନ୍ୟା: ଆପଣଙ୍କ ଭାବନା ରଚନାତ୍ମକ ରହିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। କୌଣସି କ˚ପାନିରେ ଚାକିରିର ସୁଯୋଗ ଆସିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ।

ତୁଳା: ନୂଆ ଆହ୍ବାନର ସାମନା କରିବେ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଘରକୁ ଅତିଥି ଆସିବେ।

ବିଛା: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ।

ଧନୁ: ସାବଧାନର ସହ କାମ କରନ୍ତୁ, ଲାଭ ପାଇବେ। ବ୍ୟସ୍ତତାରେ ରହିବା ସତ୍ତ୍ବେ ଅୟସ ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।

ମକର: ପୂରାଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ ଏବ˚ ତହିଁରୁ ଲାଭ ପାଇବେ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।

ମୀନ: ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ।ଦାମ୍ପତ୍ୟ ଜୀବନ ମଧୂର ରହିବ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+