ଆଜିର ରାଶିଫଳ ସେପ୍ଟେମ୍ବର ୩୦ ତାରିଖ ୨୦୨୧

ଆଜିର ରାଶିଫଳ: 30 ସେପ୍ଟେମ୍ବର, ୨୦୨୧ (ଗୁରୁବାର)

ajira rashifala

ମେଷ: ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ । ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ ।

ବୃଷ: ଆଜି ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ । କର୍ମକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ପ୍ରଶଂସା ମିଳିପାରେ । ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ । ପରିବାରରେ ସଦସ୍ୟଙ୍କ ସହ କୌଣସି ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି ।ସାମାଜିକ ପ୍ରତିଷ୍ଠା, ଯଶ କୀର୍ତ୍ତି ମିଳିପାରେ ।

ମିଥୁନ: ଆଜି ପରିବାରରେ ସୁଖ-ଶାନ୍ତିରେ ସମୟ କାଟିବେ ।ସ୍ବାସ୍ଥ୍ୟବାନ ରହିବା ସହ ଅର୍ଥପ୍ରାପ୍ତି ହେବ । ଅଯଥା କଥାରେ ରାଗନ୍ତୁ ନାହିଁ;ନଚେତ ଅସୁବିଧା ହୋଇପାରେ । କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିପାରେ ।ବ୍ୟାପାରରେ ପାର୍ଟନରଙ୍କ ସହଯୋଗ ଦ୍ୱାରା ନୂତନ ଯୋଜନାକୁ କାର୍ଯ୍ୟକାରୀ କରି ଲାଭ ମିଳିବ।

କର୍କଟ: ଆଜି ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାବୃଦ୍ଧି କରିପାରେ । କଟୁବାକ୍ୟ କହିବାରୁ ନିକଟ ସମ୍ପର୍କୀୟଙ୍କ ସହ କଳହ ହୋଇପାରେ । ଅଯଥା ଖର୍ଚ୍ଚବୃଦ୍ଧି ଯୋଗୁଁ ଚିନ୍ତିତ ରହିବେ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ନିନ୍ଦା ଅପବାଦ ମିଳିପାରେ । ବ୍ୟାପାରରେ ନୂତନ ନିବେଶରୁ ଦୂରେଇ ରୁହନ୍ତୁ ।

ସିଂହ: ଆଜି ବ୍ୟାପାରରେ ଦିନଟି ମଧ୍ୟମ ରହିବ ।ପରିବାରରେ ମାତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ । ନିଜ ପ୍ରିୟଜନଙ୍କ ସହ କିଛି କଥା କଟାକଟି ହେବାରୁ ମନ ଅଶାନ୍ତ ରହିବ । ଦୁଃସମ୍ବାଦମିଳିପାରେ ।କାର୍ଯ୍ୟକ୍ଷେତ୍ରରେ ଜରୁରୀ କାଗଜପତ୍ରରେ ଭୁଲ ହେବାରୁ ଚିନ୍ତିତ ରହିବେ ।

କନ୍ୟା: ଆଜି ଶତ୍ରୁ ପରାଜୟ ହୋଇପାରେ । ବନ୍ଧୁଙ୍କ ସହ ଉତ୍ତମ ସମୟ ବିତେଇବେ । ଆଧ୍ୟାତ୍ମ୍ୟ ଦିଗରେ ସମୟ ନିୟୋଜିତ କରିବେ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ କିଛି ନୂଆ ଯୋଜନା ପାଇଁ ବିଦେଶ ଯାତ୍ରା କରିବେ ।ବ୍ୟାପାରରେ ଲାଭବାନ ହେବେ ।ପରିବାରରେ ସୁଖରେ ସମୟ ବିତିବ।

ତୁଳା: ବନ୍ଧୁ ପରିଜନଙ୍କ ସହ ଉତ୍ତେଜିତ ହୋଇ ବାର୍ତ୍ତାଳାପ କରନ୍ତୁ ନାହିଁ । ଜିଦି ସ୍ଵଭାଵ ଯୋଗୁଁ କାର୍ଯ୍ୟ ବିଗିଡିଯାଇପାରେ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ବାକବିତଣ୍ଡା ହୋଇପାରେ । ବ୍ୟାପାରରେ ହାନି ହୋଇପାରେ । ପରିବାରରେ ସଦସ୍ୟଙ୍କ ସହ ମନୋମାଳିନ୍ୟ ହୋଇପାରେ ।ଆଜି କୌଣସି ଜରୁରୀ ନିର୍ଣ୍ଣୟ ନିଅନ୍ତୁ ନାହିଁ ।

ବିଛା: ଆଜି ନିଜ ବନ୍ଧୁପରିଜନ ଠାରୁ ଉପହାର ମିଳିପାରେ । କୌଣସି ଶୁଭସମାଚାର ପାଇ ମନ ଉଲ୍ଲସିତ ହେବ | କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ଦ୍ୱାରା ନିଜ କାମ ସଫଳ ହେବ । ବ୍ୟବସାୟରେ ଉନ୍ନତି ଯୋଗୁଁ ମାନସିକ ଶାନ୍ତି ମିଳିପାରେ | ପରିବାରରେ ସୁଖ-ଆନନ୍ଦରେ ସମୟ ବିତିବା ସହ ଉତ୍ତମ ଭୋଜନ ମିଳିବ ।

ଧନୁ: ଆଜି ଶାରୀରିକ ଅସୁସ୍ଥତା ଯୋଗୁଁ ଧନଖର୍ଚ୍ଚ ହୋଇପାରେ | ବାକ-ସଂଯତ ରୁହନ୍ତୁ; ନଚେତ ବାଦବିବାଦ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ଅଳସୁଆମୀ ବୃଦ୍ଧି ହେତୁ ଉଚ୍ଚସ୍ଥଅଧିକାରୀଙ୍କ ଗାଳି ଶୁଣିବାକୁ ପଡିପାରେ । ବ୍ୟାପାରରେ ଦିନଟି ମଧ୍ୟମ ରହିବ । ପରିବାରରେ ତର୍କ-ବିତର୍କ ଯୋଗୁଁ କଳହ ଦେଖାଦେବ ।

ମକର: ଆଜି ସାମାଜିକ ମାନ-ସମ୍ମାନ ମିଳିପାରେ । ମିତ୍ରଙ୍କ ସହ ମନୋରଞ୍ଜନ ପାଇଁ ଭ୍ରମଣରେ ଯାଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ କୌଣସି ମହିଳା ସହଯୋଗୀ ସାହାଯ୍ୟ କରିବେ । ବ୍ୟାପାରରେ ନୂତନ ନିବେଶ ଲାଭବାନ କରାଇବ । ପରିବାରରେ କୌଣସି ଶୁଭ କାର୍ଯ୍ୟ ଆୟୋଜନରେ ବ୍ୟସ୍ତ ରହିବେ।

କୁମ୍ଭ: ଆଜି ପ୍ରତି କ୍ଷେତ୍ରରେ ସୁଫଳ ମିଳିବା ସହ ଧନବୃଦ୍ଧି ହୋଇପାରେ । କୌଣସି ଦୀର୍ଘଦିନ ଧରି ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ ହେବାରୁ ମନ ପ୍ରଫୁଲ୍ଲ ରହିବ | ଗୁରୁଜନଙ୍କ ଆଶୀର୍ବାଦ ମିଳିବ । କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ । ବ୍ୟାପାରରେ ନିବେଶ ଶୁଭ ରହିବ । ପରିବାରରେ ସୁଖ-ଆନନ୍ଦରେ ସମୟ କାଟିବେ ।

ମୀନ: ଆଜି ଆଳସ୍ୟ ଓ ଥକ୍କା ଅନୁଭବ କରିବେ । ଜରୁରୀ କାର୍ଯ୍ୟ କିମ୍ୱା ନିର୍ଣୟ ନିଅନ୍ତୁ ନାହିଁ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ । ବ୍ୟାପାରରେ ବାଧା ଆସିପାରେ । ପରିବାରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଥା କଟାକଟି ହୋଇପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+