ରାଶିଫଳ: ୧୦ ସେପ୍ଟେମ୍ବର ୨୦୨୧ (ଶୁକ୍ରବାର)
ରାଶିଫଳ: ୧୦ ସେପ୍ଟେମ୍ବର ୨୦୨୧ (ଶୁକ୍ରବାର)

ମେଷ: ଭାଗ୍ୟ ସାଥୀଦେବା ଯୋଗୁଁ ଆପଣଙ୍କୁ ବିଭିନ୍ନ କାମରେ ଆଜି ବହୁତ ଭଲ ପରିଣାମ ମିଳିବ। କେତେକ ଜଟୀଳ ସମସ୍ୟାର ସମାଧାନ କରିବାରେ ଆଜି ଆପଣ ସକ୍ଷମ ହେବେ। ପାରିବାରିକ ଜୀବନ ସନ୍ତୋଷଜନକ ରହିବ।
ବୃଷ: ଅଯଥା କଥାରେ ଆପଣଙ୍କ ମୁଡ୍ ଖରାପ ହେବା ସମ୍ଭାବନା ରହିଛି ତେଣୁ କାହା ସହିତ ଅଯଥା ବଚସାରୁ ଦୂରେଇ ରୁହନ୍ତୁ। ଘର, ଜମିବାଡି ଇତ୍ୟାଦିରେ ଲାଭ ହେବା ଯୋଗ ରହିଛି। ତେବେ କାର୍ଯ୍ୟରେ ବିଳମ୍ବ ଯୋଗ ରହିଛି।
ମିଥୁନ: ଆଜି ଆପଣଙ୍କ ଦିନଟି ଠିକ୍ ଠାକ୍ ରହିବ। ଦିନରେ ଟିକିଏ ମୁଡ୍ ଖରାପ ହେବା ଯୋଗ ରହିଥିଲେ ମଧ୍ୟ ସନ୍ଧ୍ୟା ପରେ ସବୁ ଠିକ୍ ହୋଇଯିବ। ଆପଣଙ୍କ ସାମାଜିକ ସ୍ଥିତି ଭଲ ରହିବ। ଆଜି ଭଗବାନ ଗଣେଶଙ୍କୁ ବୁନ୍ଦି ଭୋଗ ସହ ପୂଜା କରନ୍ତୁ।
କର୍କଟ: ଆଜି ଆପଣଙ୍କ ଉତ୍ସାହ ଚରମରେ ରହିବ। ଆଜି କାର୍ଯ୍ୟରେ ସଫଳତା ମିଳିବ। ପରିବାର ତଥା ବନ୍ଧୁ ବର୍ଗରେ ସମ୍ପର୍କ ଭଲ ରହିବ। ପରିବାରରେ ଶାନ୍ତି ରହିବ।
ସିଂହ: ସାହିତ୍ୟ, କଳା ଏବଂ ସଂଗୀତ ସହ ସମ୍ବନ୍ଧୀୟ ଲୋକମାନେ ଆଜି ନିଜର ପ୍ରତିଭା ପ୍ରଦର୍ଶନ କରିପାରିବେ। ଏହି ରାଶିର ଲୋକଙ୍କ କାର୍ଯ୍ୟ ସିଦ୍ଧି ଯୋଗ ରହିଛି। ପାରିବାରିକ ଜୀବନ ମଙ୍ଗଳମୟ ହେବ।
କନ୍ୟା: ପରିସ୍ଥିତି ସେତିକି ଖରାପ ହେବ ନାହିଁ ଯେତିକି ଆପଣଙ୍କୁ ଦେଖା ଯାଉଛି। ମନକୁ ସକାରାତ୍ମକ ରଖନ୍ତୁ। ବ୍ୟବସାୟ କରୁଥିବା ଲୋକମାନେ ସତର୍କତା ଅବଲମ୍ବନ କରନ୍ତୁ। ଆଜିର ଦିନଟି ଶୁଭ ଏବଂ ଆନନ୍ଦମୟ ହେବ।
ତୁଳା: ଆଜି ଆପଣଙ୍କ ଦିନଟି ଭଲରେ କଟିବ। ପରିବାରରେ ଶାନ୍ତି ରହିବ। ଆଜି ମନ୍ଦିରରେ ଘିଅ ଦାନ କରନ୍ତୁ। ବ୍ୟବସାୟ ସହ ଜଡିତ ଲୋକମାନଙ୍କପାଇଁ ଦିନଟି ଅନୁକୂଳ ଅଟେ।
ବୃଷ: ଆଜି କାହା ସହିତ ଜରୁରୀ ଆଲୋଚନା ଅଥବା ଚାକିରି ପାଇଁ ଇଣ୍ଟରଭିଉ ଦେଉଥିଲେ ଶୁଭ ହେବ। ପରିବାରରେ କେହି ନୁଆ ସଦସ୍ୟଙ୍କ ଆଗମନ ହୋଇପାରେ। ସ୍ବାସ୍ଥ୍ୟ ଭଲ ରହିବ।
ଧନୁ: ପ୍ରତିଯୋଗୀତାରେ ଭାଗ ନେଉଥିବା ଲୋକଙ୍କ ପାଇଁ ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ବ୍ୟବସାୟରେ କିଛିଟା ଅଶାନ୍ତି ପରିସ୍ଥିତି ଉପୁଜି ପାରେ। ତେବେ ସବୁ ଠିକ୍ ଠାକ୍ ହୋଇଯିବ। ପାରିବାରିକ ଜୀବନ ଅନୁକୂଳ ହେବ।
ମକର: ସ୍ବଭାବରେ ବିନମ୍ର ଭାବ ଏବଂ ବାଣୀରେ ସଂଯମତା ରଖନ୍ତୁ। ପିଲାମାନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରତିଶ୍ରୁତି ପାଳନ କରନ୍ତୁ। ପାରିବାରିକ ଜୀବନ ସ୍ବଭାବିକ ରହିବ। ବନ୍ଧୁ ସହ ମନୋମାଳିନ୍ୟ ହୋଇପାରେ।
କୁମ୍ଭ: ଗୁରୁଜନଙ୍କ କଥାମାନି ଚଳିଲେ ଆଜି ଦିନଟି ଠିକ୍ରେ ଅତିବାହିତ ହେବ। ବାହାରକୁ ଯାଉଥିଲେ ଫେରିବାରେ ସାମାନ୍ୟ ବିଳମ୍ବ ହୋଇପାରେ। ସ୍ବାସ୍ଥ୍ୟ ଭଲ ରହିବ। ପରିବାରରେ ଶାନ୍ତି ରହିବ। ଦିନଟି ଭଲରେ କଟିବ।
ମୀନ: ଆପଣଙ୍କ ପାଇଁ ଆଜି ଦିନଟି ଭଲରେ କଟିବ। ଭବିଷ୍ୟତ ଯୋଜନା ପାଇଁ ମନୋନିବେଶ କରନ୍ତୁ। ବନ୍ଧୁଙ୍କ ସହ ମତଭେଦ ଦୂର ହେବ। ଶୁଭ ଖବର ପ୍ରାପ୍ତ ହେବା ଯୋଗ ରହିଛି।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications