Get Updates
Get notified of breaking news, exclusive insights, and must-see stories!

14 ନଭେମ୍ବର 2024 ଗୁରୁବାର ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ?

ମେଷ ରାଶି: ପରିବାର ମଧ୍ୟରେ ଲାଗି ରହିଥିବା ସମସ୍ୟା ଦୂର କରିବା ପାଇଁ ଚେଷ୍ଟା କରିବେ । କିଛି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇ ପାରେ । କୋର୍ଟରେ ବିଚାରଧୀନ ମାସି ମୋକଦମାରେ ଜୟଯୁକ୍ତ ହେବେ । ଆର୍ଥିକ ଲାଭ ମଧ୍ୟ ହେବାର ସମ୍ଭାବନା ଅଛି । ପ୍ରେମିକ -ପ୍ରେମିକାଙ୍କ ପାଇଁ ଦିନଟି ଭଲ । ପରିବାରର ପୂର୍ଣ୍ଣ ସହଯୋଗ ପାଇବେ । ଆଜି ଆପଣ ଟଙ୍କା ଏବଂ ଉପହାର ପାଇଁପାରନ୍ତି ।

ବୃଷ ରାଶି: ବ୍ୟବସାୟୀମାନେ ଆଜି ଭଲ ଆର୍ଥିକ ଲାଭ ପାଇପାରିବେ । ବିଶେଷକରି ଯଦି ଆପଣ ଜଣେ ପୋଷାକ ବ୍ୟବସାୟୀ, ତେବେ ଆପଣଙ୍କୁ ଏକ ବଡ଼ ଅର୍ଡର ମିଳିପାରେ । ଆଜି ଆପଣଙ୍କ ସାଥୀ ସମର୍ଥନ ପାଇଁ ଖୁସି ହେବେ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ପରିବାର ସଦସ୍ୟମାନଙ୍କର ସମର୍ଥନ ପାଇବେ । ଖର୍ଚ୍ଚ ଦୃଷ୍ଟିରୁ ଦିନଟି ମହଙ୍ଗା ହେବାକୁ ଯାଉଛି। ଅନାବଶ୍ୟକ ଖର୍ଚ୍ଚ ହୋଇପାରେ ।

ମିଥୁନ ରାଶି: ଅର୍ଥ ହାନି ହେବା ସମ୍ଭାବନା ରହିଛି । ଇଚ୍ଛା ନଥିଲେ ମଧ୍ୟ ଆପଣଙ୍କୁ ଆଜି ଖର୍ଚ୍ଚ କରିବାକୁ ପଡିପାରେ । ପାରିବାରିକ ସ୍ଥିତି ସୁଖଦ ହେବ । ଯଦି ଆପଣ ବିବାହିତ ତେବେ ବିବାହିତ ଜୀବନ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ଆଜି ଆପଣଙ୍କୁ ଥଣ୍ଡା, ଜ୍ୱର ଭଳି ସମସ୍ୟା ହୋଇପାରେ । କୌଣସି କ୍ଷେତ୍ରକୁ ଶୁଭଫଳ ମିଳିବାର ସମ୍ଭାବନା ରହିଛି । ଅନାବଶ୍ୟକ ଚିନ୍ତା କରି ନିଜ ସମୟ ନଷ୍ଟ କରନ୍ତୁ ନାହିଁ ।

Today s Horoscope in Odia

କର୍କଟ ରାଶି: ବ୍ୟବସାୟୀମାନଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଉତ୍ତମ ଦିନଟିଏ । ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରେ । ଆଜି କିଛି ଅଭିଜ୍ଞ ବ୍ୟକ୍ତିଙ୍କ ସମର୍ଥନ ମଧ୍ୟ ପାଇପାରନ୍ତି । ଆଜି ଆପଣ ବହୁତ ଭଲ ଅନୁଭବ କରିବେ । ପରିବାର ମଧ୍ୟରେ ସୁଖ ଶାନ୍ତି ଫେରାଇ ଆଣିବାରେ ସଫଳ ହେବେ । ଟଙ୍କା ରୋଜଗାର କରିବାର ଏକ ସୁଯୋଗ ମଧ୍ୟ ପାଇପାରନ୍ତି । ଦୂର ଯାତ୍ରା କରିପାରନ୍ତି । ନିଜ ଖାଇବା ଏବଂ ପିଇବା ଅଭ୍ୟାସକୁ ପରିବର୍ତ୍ତନ କରିବାକୁ ପଡିବ, ନଚେତ୍ ପେଟ ସହିତ ଜଡିତ କିଛି ସମସ୍ୟା ଦେଖାଦେଇ ପାରେ ।

ସିଂହ ରାଶି: ବିଶେଷକରି ଷ୍ଟକ୍ ମାର୍କେଟରେ କାର୍ଯ୍ୟ କରୁଥିବା ଲୋକମାନେ ଭାଗ୍ୟବାନ ହେବେ । ବିପୁଳ ଅର୍ଥ ଲାଭ ହେବାର ସମ୍ଭାବନା ରହିଛି । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦିନଟି ମିଶ୍ରିତ ରହିବ । ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଦିନଟିଏ । କର୍ମକ୍ଷେତ୍ରରେ ବଡ଼ ସଫଳତା ପାଇପାରନ୍ତି । ଆଜି ଆପଣ ସଞ୍ଚୟ ପ୍ରତି ଅଧିକ ଧ୍ୟାନ ଦେବେ ।

କନ୍ୟା ରାଶି: ଆଜି ଆପଣ ନିଜର ସମସ୍ତ କାର୍ଯ୍ୟ ଠିକ୍ ସମୟରେ ସଂପୂର୍ଣ୍ଣ କରିବାରେ ସଫଳ ହେବେ । ବ୍ୟବସାୟୀଙ୍କ ପାଇଁ ପରିବର୍ତ୍ତନର ସମୟ ଚାଲିଛି । ଯଦି ଆପଣ ବିନିଯୋଗ କରିବାକୁ ଚିନ୍ତା କରୁଛନ୍ତି ତେବେ ଆଜି କରିପାରନ୍ତି । ଆଜି ଘରର ପରିବେଶ ଭଲ ରହିବ । କୌଣସି ସମସ୍ୟାକୁ ନେଇ ଚିନ୍ତାରେ ରହିପାରନ୍ତି । ନିଜ ଜୀବନସାଥୀଙ୍କ ସମର୍ଥନ ପାଇବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ ।

ତୁଳା ରାଶି: ଆର୍ଥିକ ସ୍ଥିତି ଭଲ ରହିବ। ଆଜି ହଠାତ୍ ଅର୍ଥ ଲାଭ ହୋଇପାରେ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ଆଜି ଆପଣ ନିଜର ସମସ୍ତ କାର୍ଯ୍ୟ ଠିକ୍ ସମୟରେ ସଂପୂର୍ଣ୍ଣ କରିବାରେ ସଫଳ ହେବେ । ବ୍ୟବସାୟୀଙ୍କ ପାଇଁ ପରିବର୍ତ୍ତନର ସମୟ ଚାଲିଛି ।

ବିଛା ରାଶି: ଯଦି ଆପଣ ବିନିଯୋଗ କରିବାକୁ ଚିନ୍ତା କରୁଛନ୍ତି ତେବେ ଆଜି କରିପାରନ୍ତି । ଆଜି ଘରର ପରିବେଶ ଭଲ ରହିବ । କୌଣସି ସମସ୍ୟାକୁ ନେଇ ଚିନ୍ତାରେ ରହିପାରନ୍ତି । ଚିନ୍ତା କରି ନିଷ୍ପତ୍ତି ନିଅନ୍ତୁ । ଶୀଘ୍ର ସମସ୍ତ ସମସ୍ୟା ଦୂର ହେବ । କୌଣସି ଛୋଟ ପ୍ରସଙ୍ଗକୁ ନେଇ ଜୀବନ ସାଥୀଙ୍କ ସହିତ ଯୁକ୍ତିତର୍କ ହୋଇପାରେ । ନିଜ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ।

ଧନୁ ରାଶି: କର୍ମକ୍ଷେତ୍ରରେ ମହିଳା ମାନେ ପ୍ରଶଂସନୀୟା ହେବେ । ବ୍ୟବସାୟୀଙ୍କ ପାଇଁ ଦିନଟି ଶୁଭପ୍ରଦ ହେବ । ଚାକିରୀ କରୁଥିବା ଲୋକଙ୍କ ପାଇଁ ଆଜି ଏକ ଉତ୍ତମ ଦିନ । ଆର୍ଥିକ ସ୍ଥିତିରେ ଏକ ବଡ଼ ଉନ୍ନତି ହୋଇପାରେ । କୌଣସି ଛୋଟ ସମସ୍ୟାକୁ ମଧ୍ୟ ଅଣଦେଖା କରନ୍ତୁ ନାହିଁ । ଆଜି ପରିବାର ସହ ସମୟ ବିତାଇବା ପାଇଁ ପସନ୍ଦ କରିବେ ।

ମକର ରାଶି: ବୃତ୍ତିଗତ କାର୍ଯ୍ୟ ପାଇଁ ଦୂରଯାତ୍ରା କରି ପାରନ୍ତି । ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ । ପାରିବାରିକ ସମସ୍ୟାର ସମଧାନ ହେବ । ଆର୍ଥିକ ସ୍ଥିତି ଭଲ ରହିବ । ଆଖିର ଯତ୍ନ ନିଅନ୍ତୁ । କିଛି ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ବିଶେଷକରି ଯଦି ଆପଣ ଆସବାବପତ୍ର, ଖାଦ୍ୟ, ଔଷଧ ଇତ୍ୟାଦି କାରବାର କରନ୍ତି ତେବେ ଆପଣଙ୍କର ବ୍ୟବସାୟରେ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦିନଟି ଉତ୍ତମ । ପୁରୁଣା ସାଙ୍ଗ ଘରକୁ ଆସି ପାରନ୍ତି ।

କୁମ୍ଭ ରାଶି: ବନ୍ଧୁଙ୍କ ସାହଯ୍ୟ ପାଇବେ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ଭଲ ରହିବ । ସହକର୍ମୀମାନଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ । ବ୍ୟବସାୟୀମାନେ ଏକ ଭଲ ସୁଯୋଗ ପାଇପାରନ୍ତି । ଛାତ୍ରଛାତ୍ରୀ ମାନେ ପାଠପଢାରେ ଅଧିକ ସମୟ ବିତାଇବେ । ଅର୍ଥ ଲାଭର ସୁଯୋଗ ରହିଛି । ଦେଇଥିବା ଟଙ୍କା ଫେରି ପାଇପାରନ୍ତି । ପାରିବାରିକ ଜୀବନ ସୁଖଦ ରହିବ ।

ମୀନ ରାଶି: ଯଦି ଆପଣ ଜଣେ ବ୍ୟବସାୟୀ, ତେବେ ଆପଣ ସରକାରୀ ନିୟମ ଉଲ୍ଲଂଘନ କରନ୍ତୁ ନାହିଁ ନଚେତ୍ ଆପଣଙ୍କୁ ବଡ କ୍ଷତି ସହିବା ପାଇଁ ପଡିପାରେ । ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ । ଆଜି ଆପଣ ସଞ୍ଚୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ । ପରିବାରକୁ ସମୟ ଦିଅନ୍ତୁ । ଅବହେଳା କଲେ କ୍ଷତିରେ ପଡିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+