Get Updates
Get notified of breaking news, exclusive insights, and must-see stories!

ଆଜିର ରାଶିଫଳ ( 9 ଜୁନ) : ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

କେମିତି ରହିବ ଆପଣଙ୍କ ଦିନ ? ଦାମ୍ପତ୍ୟ ଜୀବନ ଠାରୁ ଶିକ୍ଷା ପର୍ଯ୍ୟନ୍ତ କ୍ଷେତ୍ରରରେ କେମିତି ବିତିବ ଆପଣଙ୍କ ଦିନ ? ଏବାବଦରେ ଜାଣିବା ପାଇଁ ଯୋଡି ହୁଅନ୍ତୁ ୱାନଇଣ୍ଡିଆ ଓଡିଆ ଦୈନିକ ରାଶିଫଳ ସହିତ ....

କେମିତି ରହିବ ଆପଣଙ୍କ ଦିନ ? ଦାମ୍ପତ୍ୟ ଜୀବନ ଠାରୁ ଶିକ୍ଷା ପର୍ଯ୍ୟନ୍ତ କ୍ଷେତ୍ରରରେ କେମିତି ବିତିବ ଆପଣଙ୍କ ଦିନ ? ଏବାବଦରେ ଜାଣିବା ପାଇଁ ଯୋଡି ହୁଅନ୍ତୁ ୱାନଇଣ୍ଡିଆ ଓଡିଆ ଦୈନିକ ରାଶିଫଳ ସହିତ ....

horoscope

ମେଷ : ଆଜି ନିଜର ସକ୍ଷମ ମୁତାବକ କିଛି ଖାଦ୍ୟ କୌଣସି ଅସହାୟ ଲୋକକୁ ସାହାଯ୍ୟ କରନ୍ତୁ । ଇଚ୍ଛା ପୂରଣ ହୋଇପାରେ । ପିତାଙ୍କ ସହିତ ମତଭେଦ ହେବ ଏବଂ ଆଜି ଅଯଥା ଖର୍ଚ୍ଚାନ୍ତ ହେବ । ଦିନଟି ଆପଣଙ୍କ ପାଇଁ ଏବେ ଶୁଭ ଦାୟକ ନୁହେଁ ତେଣୁ ଘରୁ ବାହାରିବା ବେଳେ ଧ୍ୟାନ ରଖନ୍ତୁ ।

ବୃଷ : ଆଜି ଆପଣଙ୍କର ଆର୍ଥିକ କ୍ଷତି ହୋଇପାରେ । ନିଚ୍ଚଲୋକ ଠାରୁ ଅପମାନିତ ହେବାର ସମ୍ଭାବନା ରହିଛି । ସ୍ୱାମୀ ସ୍ତ୍ରୀ କିମ୍ବା ପ୍ରେମୀଯୁଗଳଙ୍କ ଭିତରେ ମତାନ୍ତର ହୋଇପାରେ । ଏନେଇ ମନ ବିଚଳିତ ରହିବ, କିଛି ଖାଦ୍ୟ ଦାନ କରନ୍ତୁ । ଆଜି ଚାକିରି ହେଉ କିମ୍ବା ବ୍ୟବସାୟରେ ସଂପୂର୍ଣ୍ଣ ସତର୍କ ରହିବେ ନଚେତ ଦଣ୍ଡିତ ହୋଇପାରନ୍ତି ।

ମିଥୁନ : ଆଜି ସାଧାରଣ କଥାକୁ ନେଇ ବିଶୃଙ୍ଖଳା ଘଟିବ ଫଳରେ ମନ ଦୁର୍ବଳ ରହିବ କାର୍ଯ୍ୟ ବିଗିଡିଯିବ । ଆଜି କୌଣସି ତରବରିଆ ନିଷ୍ପତି ନେବେ ନାହିଁ ନହେଲେ ନିଜର କ୍ଷତି ହେବ। ନିଜର କାମଗୁଡିକ ସହଜରେ ପୂରଣ ହେବନାହିଁ । ଶତୃ ଆଜି ମିତ୍ର ପାଲଟିଯିବ, ନହେଉଥିବା କାମ ସହଜରେ ହୋଇଯିବ, ମନ ଉତ୍ସାହିତ ରହିବ ।

କର୍କଟ : ପାରିବାରିକ ବୋଝ ସହିତ ଚାକିରି କିମ୍ବା ବ୍ୟବସାୟରେ ଭୁଲବୁଝାବଣାର ଶିକାର ଏବଂ ଅର୍ଥଚିନ୍ତା ବଢିବ । ଆଜି ମନ ସନ୍ଦେହ ଭିତରେ ରହିବ । ତେଣୁ ଚାକିରି ହେଉ କିମ୍ବା ବ୍ୟବସାୟ ବିଭିନ୍ନ ସମସ୍ୟା ଉପୁଜିବ । ପ୍ରତି କାମ ବିଳମ୍ବରେ ହାସଲ ହେବ, ପ୍ରତି ମୂହୁର୍ତ୍ତରେ ମନ ଭିତରେ ଅଜଣା ଭୟ ରହିବ ।

ସିଂହ : କିଛି ଅର୍ଥ ଆଜି କୌଣସି ଅସହାୟକୁ ସାହାର୍ଯ୍ୟ କରନ୍ତୁ ମନମୁତାବକ ଫଳ ମିଳିବ । ନିଜର କୌଣସି ସମ୍ପର୍କୀୟଙ୍କର ଦେହ ଖରାପ ରହିବ ଫଳରେ ବ୍ୟସ୍ତ ରହିବେ । ଏହାଦ୍ବାରା ମାନସିକ ଚିନ୍ତା ଓ ଅର୍ଥାଭାବ ବଢିପାରେ । ଖର୍ଚ୍ଚ ବଢିଚାଲିବ କିନ୍ତୁ ରୋଜଗାର ସେହି ଅନୁପାତରେ ହେବନାହିଁ ଫଳରେ ମନ ବିଚଳିତ ରହିବ ।

କନ୍ୟା : ଜାଗାବାଡି କିମ୍ବା ନୂଆ କୌଣସି ଗାଡି କିଣିବାର ସମ୍ଭାବନା ରହିଛି। ପୂର୍ବରୁ ନିବେଶ କରିଥିବା ଅର୍ଥର ଲାଭାଶଂ ମିଳିବ । ଆର୍ଥିକ ଅଭିବୃଦ୍ଧି, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଲାଭ ହେବ କିନ୍ତୁ ମାନସମ୍ମାନରେ କମି ରହିବ । ପ୍ରତି କାର୍ଯ୍ୟରେ ମନମୁତାବକ ଫଳ ମିଳିବ । କିନ୍ତୁ ଛାତି କିମ୍ବା ମୁଣ୍ଡ ଜନିତ ବ୍ୟଥା ଭୋଗିବେ ।

ତୁଳା : କୌଣସି ପ୍ରକାରେ ଲାଭାନ୍ୱିତ ହେବେ। କିନ୍ତୁ ଅଚାନକ ଅସୁସ୍ଥତା ମନକୁ ଅଶାନ୍ତ କରିଦେବ । ପିଲାମାନଙ୍କ ମଧ୍ୟରେ ଆତ୍ମବଳ ବଢିବ, କୌଣସି ଲକ୍ଷ ପୂର୍ଣ୍ଣ ହେବ । କିନ୍ତୁ ଟଙ୍କାପଇସାର ଅଭାବ କିଛି ଅଂଶରେ ରହିବ । ଆଜି କୌଣସି ପ୍ରକାରେ ବାଧାବିଘ୍ନ ଏଥିପ୍ରତି ସତର୍କ ହୁଅନ୍ତୁ ।

ବିଛା : ଆର୍ଥିକ ଅଭାବ ସହିତ କର୍ମକ୍ଷେତ୍ରରେ ଅଶୁଭ ସୂଚନା ବଢିବ ଯୋଜନାରେ ଅସଫଳ ହେବେ । ପାରିବାରିକ ମାନସିକଚାପ, ଆର୍ଥିକ ଅନାଟନ ବଢିବ । ବିବାହ ଯୋଗ୍ୟ ପିଲାଙ୍କର ବିବାହର ସମ୍ଭାବନା ଷୃଷ୍ଟି ହେବ । ନିତିଦିନ ଜୀବନରେ ସଂଘର୍ଷ ବଢି ଚାଲିବ, ଜୀବନ ଜୀବିକାକୁ ନେଇ ଚିନ୍ତା ଦେଖାଦେବ ।

ଧନୁ : ନିଜ ବନ୍ଧୁପରିଜନରେ କିମ୍ବା ସମାଜରେ କଲ୍ୟାଣକାରି କାର୍ଯ୍ୟକରି ଆତ୍ମସମ୍ମାନ ବୃଦ୍ଧି ହେବ । କିଛି ନା କିଛି ମନମୁତାବକ ଇଛା ପୁରଣ ହେବ, ଅନ୍ୟର ସୁଖରେ ସୁଖି ହେବେ ଫଳରେ ମାନସମ୍ନାନ ବଢିବ ।

ମକର : କୌଣସି ଅଟକିଥିବା କାର୍ଯ୍ୟ ହାସଲ ହେବା ସହ ପୁରୁଣା ବକେୟା ଅର୍ଥ ମିଳିବ । ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ । କୌଣସି ସ୍ଥାନକୁ ବୁଲିବାକୁ ଯିବେ । ଏହାଦ୍ବାରା ମନ ପ୍ରଫୁଲ୍ଲ ରହିପାରେ ।

କୁମ୍ଭ : ଚେଷ୍ଟା ଅନୁଯାୟୀ ଫଳ ମିଳିବ ନାହିଁ । ରାଜଦଣ୍ଡର ସୁଚନା ରହିଛି ତେଣୁ ପ୍ରତି କ୍ଷେତ୍ରରେ ସତର୍କର ସହିତ ରହିବା ଜରୁରୀ । ଦିନଟିକୁ ଖୁବ ସତର୍କତାର ସହିତ ବିତାନ୍ତୁ । ନଚେତ ଆପଣଙ୍କୁ କଷ୍ଟ ହେବ ।

ମୀନ : ସାରା ଦିନ ମନ ଅଜଣା ଭୟ ମଧ୍ୟରେ ଭରି ରହିବ । ଅର୍ଥ ବ୍ୟୟ ଏବଂ ମାନସିକ ଅଶାନ୍ତି ବଢିବ । ପକ୍ଷୀଙ୍କୁ ଖାଇବାକୁ ଦେଲେ ଆପଣଙ୍କୁ ମାନସିକ ଶାନ୍ତି ଓ କଲ୍ୟାଣ ଲାଭ ହୋଇପାରେ। ଆୟ ଠାରୁ ବ୍ୟୟ ଅଧିକ ହେବ । ଚାକିରିରେ ଅନିଶ୍ଚିତତା ପରିସ୍ଥିତି ଷୃଷ୍ଟି ହେବ, ମନ ଅସ୍ଥିର ରହିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+