Get Updates
Get notified of breaking news, exclusive insights, and must-see stories!

ଆଜି ସୂର୍ଯ୍ୟୋ ପରାଗ: ଜାଣନ୍ତୁ, ଗ୍ରହଣ ସ୍ପର୍ଶ ଓ ସର୍ବମୋକ୍ଷର ସମୟ

ଆଜି ସୂର୍ଯ୍ୟରେ ଲାଗିବ ପରାଗ । ଚଳିତ ବର୍ଷର ଏହା ଦ୍ୱିତୀୟ ସୂର୍ଯ୍ୟପରାଗ । ତେବେ ସୂଚନା ଆନୁସାରେ ଅପରାହ୍ନ ୪ଟା ୫୬ ମିନିଟ୍‌ ୫୨ ସେକେଣ୍ଡରେ ସୂର୍ଯ୍ୟରେ ଗ୍ରହଣ ସ୍ପର୍ଶ କରିବ

Solar Eclipse (Surya Grahan) 2022: ଆଜି ହେଉଛି ୨୦୨୨ ବର୍ଷର ଶେଷ ସୂର୍ଯ୍ୟ ପରାଗ । ଏହା ଆଜି ଅପରାହ୍ଣ ୨.୨୮ରେ ଆରମ୍ଭ ହୋଇ ୫ଟା ୩୨ ମିନିଟରେ ଶେଷ ହେବ । ଭୁବନେଶ୍ୱରରେ ଏହା ଅପରାହ୍ଣ ୪ ଟା ୫୬ ମିନିଟରୁ ୫ଟା ୧୬, ପ୍ରାୟ ୨୦ ମିନିଟ୍ ପାଇଁ ଦୃଶ୍ୟମାନ ହେବ । । ଏସିଆ, ୟୁରୋପର ଦକ୍ଷିଣ-ପଶ୍ଚିମ ଭାଗରେ, ଆଟଲାଣ୍ଟିକ୍, ଆଫ୍ରିକା ମହାଦେଶର ଉତ୍ତର-ପୂର୍ବ ଭାଗରେ ଏହି ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ। ନୂଆଦିଲ୍ଲୀ, ବେଙ୍ଗାଲୁର, କୋଲକାତା, ଚେନ୍ନାଇ, ଉଜ୍ୱୈନ, ବାରଣାସୀ ଓ ମଥୁରାରେ ଏହି ପରାଗ ଦେଖାଯିବ ।

ସୂର୍ଯ୍ୟ ପରାଗ ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ଅର୍ଥାତ୍ ଆଜି ଭୋର ୪ଟା ୫୭ ମିନିଟରୁ ଅନ୍ନଭୋଜନ, ପାକତ୍ୟାଗ ଓ ଦେବନୀତି ନିଷେ‌ଧ କରାଯାଇଛି । ଗ୍ରହଣ ସ୍ପର୍ଶ ଆଜି ଅପରାହ୍ନ ୪ଟା ୫୬ ମିନିଟ ୫୨ ସେକଣ୍ଡରେ ଏବଂ ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୨୬ ମିନିଟ୍ ୫୨ ସେକେଣ୍ଡରେ ରହିଛି । ବାଳ, ବୃଦ୍ଧ ଓ ରୋଗୀମାନଙ୍କ ପାଇଁ ଉକ୍ତ ନିୟମ ଉଲଙ୍ଘନିୟ ।

ଆଜି ଶ୍ରୀମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ରୀତିନୀତି ପାଳନ କରାଯାଇଛି। ରାତି ୧୨ଟାରେ ଦ୍ୱାରଫିଟା ନୀତି ହୋଇ ୪ଟା ୫୫ମିନିଟ ସୁଦ୍ଧା ପ୍ରଥମ ଭୋଗମଣ୍ଡପ ବଢି ନୀତି ଶେଷ ହେବା ସହ ଅବଢା ରୋଷେଇ ବି ସରିଛି । । ଏହି ସମୟ ମଧ୍ୟରେ ମହାପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ ନାହିଁ । ନୀଳାଦ୍ରି ଭକ୍ତ ନିବାସ ପରିସରରେ ଶ୍ରୀମନ୍ଦିର ନୀତିକାନ୍ତି ଉପରେ ଅନୁଷ୍ଠିତ ନୀତି ସବ୍‌କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

Solar Eclipse

ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼େ ସେଠାରେ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହୁଏ ।ବୈଜ୍ଞାନିକମାନେ ସୂର୍ଯ୍ୟ ପରାଗକୁ ଖାଲି ଆଖିରେ ନ ଦେଖିବା ପାଇଁ ସତର୍କ କରିଛନ୍ତି ।

ସୂର୍ଯ୍ୟ ଗ୍ରହଣର ମହତ୍ୱ ଉଭୟ ବୈଜ୍ଞାନିକ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ରହିଛି । ସୂର୍ଯ୍ୟ ଗ୍ରହଣ ଦିନ ହୋଇଥିବା ଅନେକ ଘଟଣା ସମ୍ପର୍କରେ ଶାସ୍ତ୍ରରେ ଉଲ୍ଲେଖ ରହିଛି । ଗ୍ରହ ନକ୍ଷତ୍ର ସମ୍ବନ୍ଧୀୟ ଜ୍ଞାନ ମୁନି ରୁଷିଙ୍କ ପାଖରେ ବହୁ ପୂର୍ବରୁ ରହିଛି। ଗ୍ରହଣ ସମ୍ବନ୍ଧୀୟ ଜ୍ଞାନ ଦେବାରେ ମହର୍ଷି ଅତ୍ରି ସର୍ବ ପ୍ରଥମ । ଋକବେଦର ଏକ ମନ୍ତ୍ରରେ ସୂର୍ଯ୍ୟ ଗ୍ରହଣକୁ ନେଇ ଏକ ଚମତ୍କାର ଭାବେ ବର୍ଣ୍ଣନା କରାଯାଇଛି । ଏହି ବର୍ଣ୍ଣନା ଅନୁଯାୟୀ, ଅସୁର ରାହୁ ସୂର୍ଯ୍ୟଙ୍କୁ ଆକ୍ରମଣ କରି ସୂର୍ଯ୍ୟଙ୍କୁ ଅନ୍ଧକାରରେ ଢାଙ୍କି ଦେଇଥାଏ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+