Holi 2024: ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେଉଁ କାର୍ଯ୍ୟ କରିବା ଅନୁଚିତ୍
Holi-Chandra Grahan: ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ସେହିପରି ଆଜି ହୋଲି ପର୍ବ ମଧ୍ୟ ପାଳନ କରାଯାଉଛି । ଯଦିଓ ଏହା ଏକ ଭୌଗୋଳିକ ଘଟଣା କିନ୍ତୁ ବୈଦିକ ଧର୍ମରେ ଚନ୍ଦ୍ରଗ୍ରହଣକୁ ଭଲ ବିବେଚନା କରାଯାଏ ନାହିଁ ଏବଂ ଯେଉଁଥି ପାଇଁ ଲୋକଙ୍କ ମନରେ ଅନେକ ସନ୍ଦେହ ସୃଷ୍ଟି ହୋଇଥାଏ । ହେଲେ ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ ତେଣୁ ଏହାର ସୂତକ ଅବଧି ପାଳନ କରାଯିବ ନାହିଁ ଏବଂ ହୋଲି ଉପରେ ଏହାକ କୌଣସି ପ୍ରଭାବ ପଡିବ ନାହିଁ । ୧୦୦ ବର୍ଷ ପରେ ହୋଲିରେ ଚନ୍ଦ୍ର ଗ୍ରହଣ ଘଟିବା ପାଇଁ ଯାଉଛି ।
ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚନ୍ଦ୍ରଗ୍ରହଣ ପ୍ରଭାବ ପ୍ରତ୍ୟେକ ରାଶି ଉପରେ ପଡିଥାଏ । ତେଣୁ ଏହି ଦିନ କିଛି ଖାସ ଜିନିଷ ଉପରେ ଧ୍ୟାନ ଦେବା ସହ କିଛି ନିୟମର ପାଳନ କରିବା ଉଚିତ୍ ।

ଚନ୍ଦ୍ରଗ୍ରହଣ ସମୟରେ କାହା ସହିତ ଝଗଡ଼ କରନ୍ତୁ ନାହିଁ ।
ରଙ୍ଗ ଖେଳିବାକୁ ବାହାରକୁ ଯାଆନ୍ତୁ ନାହିଁ, ବିଶେଷକରି ଗର୍ଭବତୀ ମହିଳାମାନେ ବାହାରକୁ ଯିବା ଅନୁଚିତ୍ ।
ଚନ୍ଦ୍ରଗ୍ରହଣ ସମୟରେ ଖାଇବା କିମ୍ବା ପିଇବା ଠାରୁ ଦୂରେଇ ରୁହନ୍ତୁ ।
ଗର୍ଭବତୀ ମହିଳାମାନେ ଅଧିକ ସମୟ ଭୋକରେ ରୁହନ୍ତୁ ନାହିଁ ।
ତେଣୁ ଏହି ସମୟରେ ଲାଇଟ୍ ଫୁଡ୍ ଖାଇବା ଉଚିତ୍ । ସେହିପରି ଖଟା ଜିନିଷ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।
ମନ୍ଦିରରେ ପୂଜା କରନ୍ତୁ ନାହିଁ କିମ୍ବା ଚନ୍ଦ୍ରଗ୍ରହଣ ସମୟରେ ଭଗବାନଙ୍କ ପ୍ରତିମାକୁ ସ୍ପର୍ଶ କରନ୍ତୁ ନାହିଁ ।
ମଦ୍ୟପାନ, ଆମିଷ ଖାଦ୍ୟ ଖାଇବା ଅନୁଚିତ୍ ।
ଚନ୍ଦ୍ର ଗ୍ରହଣ ସମୟରେ ତୁଳସୀ ଗଛକୁ ସ୍ପର୍ଶ କରନ୍ତୁ ନାହିଁ ।
ଗର୍ଭବତୀ ମହିଳାମାନେ ଛୁରୀରେ କିଛି କଟାକଟି କରନ୍ତୁ ନାହିଁ ।
ଚନ୍ଦ୍ରଗ୍ରହଣ ସମୟରେ ଭବବାନଙ୍କ ନାମ ଜପ କରନ୍ତୁ ।
ଘରର ପରିବେଶକୁ ଶାନ୍ତ ଏବଂ ସକରାତ୍ମକ ରଖନ୍ତୁ ।












Click it and Unblock the Notifications