ମଙ୍ଗଳବାର ରାଶିଫଳ: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ
ମେଷ: ଦାମ୍ପତ୍ୟ ଜୀବନରେ ମନାନ୍ତର ହୋଇପାରେ । ପିଲାମାନଙ୍କୁ ନେଇ ଚିନ୍ତାରେ ରହିବେ । ଆଜି ଆପଣଙ୍କ ଜୀବନ ସାଥୀ କୌଣସି ଉପହାର ଦେଇ ପାରନ୍ତି । ଚାକିରୀ କରୁଥିବା ଲୋକଙ୍କ ଦିନ ସ୍ୱାଭାବିକ ହେବ । ଆଜି ଆପଣ କୌଣସି କାର୍ଯ୍ୟକୁ ଅସମ୍ପୂର୍ଣ୍ଣ ଛାଡନ୍ତୁ ନାହିଁ । ଆର୍ଥିକ ଅବସ୍ଥା ଭଲ ରହିବ।
ବୃଷ: ବ୍ୟକ୍ତିଗତ ଜୀବନର ସମସ୍ୟା ଆଜି ଆପଣଙ୍କ ବୃତ୍ତିଗତ କାର୍ଯ୍ୟ ପ୍ରଭାବିତ କରିବ । ଆର୍ଥିକ ସମସ୍ୟାର ସମାଧାନ ହେବ । କୌଣସି କ୍ଷେତ୍ରକୁ ଶୁଭଫଳ ମିଳିବାର ସମ୍ଭାବନା ରହିଛି । ଅନାବଶ୍ୟକ ଚିନ୍ତା କରି ନିଜ ସମୟ ନଷ୍ଟ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆଜି କାହାକୁ ପରାମର୍ଶ ଦେବା ଠାରୁ ଦୂରେଇ ରୁହନ୍ତୁ ।

ମିଥୁନ: ଧନଲାଭର ସମ୍ଭାବନା ରହିଛି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ । ଆଜି କିଛି ଦାନ-ପୁଣ୍ୟ କରନ୍ତୁ ମାନସିକ ଶାନ୍ତି ମିଳିବ । ଆପଣ କମ୍ ପରିଶ୍ରମରେ ସଫଳତା ପାଇବେ । ଅଟକି ରହିଥିବା କାର୍ଯ୍ୟ ସମାପ୍ତ କରିବାର ସମୟ । ରାଜନୈତିକ କ୍ଷେତ୍ରରେ ସମ୍ମାନିତ ହେବେ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ଆଜି ଆପଣ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ଅଜଥା ଖର୍ଚ୍ଚାନ୍ତ ହୋଇପାରନ୍ତି ।
କର୍କଟ: ନିଜ ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ବ୍ୟବସାୟୀ ମାନେ ବଡ଼ ନିଷ୍ପତ୍ତି ନେଇ ପାରନ୍ତି । ପରିବାରର ସମର୍ଥନ ମିଳିବ । ବ୍ୟବସାୟୀଙ୍କ ପାଇଁ ଆଜିର ଦିନ ଉତ୍ତମ ରହିବ । ସାଥୀଙ୍କ ସହିତ ମତଭେଦ ହୋଇପାରେ । ଆର୍ଥିକ ସ୍ଥିତି ସ୍ୱାଭାବିକ ରହିବ । ଆଜି ସାହିତ୍ୟ କ୍ଷେତ୍ରରରେ ସୁଫଳ ପାଇହବେ ।
ସିଂହ: ଆଜି ଆପଣ ପରିବାର ସଦସ୍ୟଙ୍କ ସହିତ ଭଲ ସମୟ ଅତିବାହିତ କରିବେ । କୌଣସି ବଡ଼ ଇଭେଣ୍ଟରେ ମଧ୍ୟ ଯୋଗ ଦେଇପାରନ୍ତି । ଆର୍ଥିକ ସ୍ଥିତି ଭଲ ରହିବ । ଆଜି ନିଜ ଜୀବନ ସାଥିଙ୍କଠୁ କିଛି ଉପକାରୀ ପରାମର୍ଶ ପାଇପାରନ୍ତି । ବ୍ୟବସାୟୀ ମାନେ ଲାଭରେ ରହିବେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
କନ୍ୟା: ବ୍ୟବସାୟୀଙ୍କୁ କ୍ଷତି ସହିବା ପାଇଁ ପଡିପାରେ । ବୈବାହିକ ଜୀବନ ସୁଖଦ ରହିବ । ଆପଣଙ୍କର କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ଉପୁଜିପାରେ । ଆର୍ଥିକ ସ୍ଥିତି ସ୍ୱାଭାବିକ ରହିବ । ପାରିବାରିକ ଜୀବନ ସୁଖଦ ହେବ । ଆପଣ ପିତାମାତାଙ୍କ ଆଶୀର୍ବାଦ ପାଇବେ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ଦୁରଯାତ୍ରା କରିପାରନ୍ତି ।
ତୁଳା: ହସ ଖୁସିରେ ଦିନଟି କଟିବ । ପୂର୍ବ ସମସ୍ୟାର ସରଳ ସମାଧାନ ବାହାର କରିବେ । ବ୍ୟବସାୟରେ ଲାଭବାନ ହେବେ । ଧାର୍ମିକ ଓ ସାମାଜିକ ଉତ୍ସବ ପାଇଁ ଉତ୍ତମ ଦିନ । ନୂତନ ସମ୍ପତ୍ତି କିଣିବା ପାଇଁ ଇଚ୍ଛା ପ୍ରକାଶ କରିପାରନ୍ତି । ବ୍ୟବସାୟ କରୁଥିବା ଲୋକମାନେ ଆଜି ଦୂର ଯାତ୍ରା କରିପାରନ୍ତି ।
ବିଛା: ପରିବାର ଚିନ୍ତାରେ ମନ ଭାରାକ୍ରାନ୍ତ ହେବ । ବିଦ୍ୟାର୍ଥୀମାନଙ୍କ ପାଇଁ ଆଜି ଉତ୍ତମ ଦିନଟିଏ । କୌଣସି ଯାତ୍ରା ଯୋଜନା ଥିଲେ , ସ୍ଥଗିତ ରଖନ୍ତୁ । ନିଜ ଭବିଷ୍ୟତ ପାଇଁ ସଞ୍ଚୟ କରନ୍ତୁ। ଧନ ସଞ୍ଚୟ କରିବା ଦ୍ବାରା ଆପଣଙ୍କ ଭବିଷ୍ୟତ ଉଜ୍ଜଳମୟ ହେବ। ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ । ବ୍ୟବସାୟୀମାନଙ୍କୁ କଠିନ ପରିଶ୍ରମ କରିବା ପାଇଁ ପଡିବ ।
ଧନୁ: ପାରିବାରିକ କ୍ଷେତ୍ରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ । ଅପରାହ୍ନରେ କୌଣସି ଶୁଭ ଖବର ମିଳିପାରେ । ବିଦ୍ୟାର୍ଥୀମାନେ ପଠାପଢାରେ କୃତିତ୍ୱ ଅର୍ଜନ କରିବେ । ଆଜି କୌଣସି ନୂଆ କାର୍ଯ୍ୟର ଶୁଭାରମ୍ଭ କରିପାରନ୍ତି । ଆର୍ଥିକ ସ୍ଥିତି ଭଲ ରହିବ । ଘରର ପରିବେଶ ସ୍ୱାଭାବିକ ରହିବ । କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରିପାନ୍ତି । ମସଲାଯୁକ୍ତ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।
ମକର: କୌଣସି ସ୍ଥାନକୁ ବୁଲାବୁଲି କରିବା ପାଇଁ ଯାଇପାରନ୍ତି । ବିଦ୍ୟାର୍ଥୀମାନଙ୍କ ପାଇଁ ଆଜି ଦିନଟି ସର୍ବୋତ୍ତମ । ଆପଣ ନିଜର ପ୍ରତିଯୋଗୀ ମାନଙ୍କୁ ହରାଇବେ । ନୂତନ କାର୍ଯ୍ୟର ଶୁଭାରମ୍ଭ ପାଇଁ ଆଜି ଏକ ଶୁଭଦିନ ଆପଣଙ୍କ ଯାତ୍ରା ଲାଭଦାୟକ ହେବାକୁ ଯାଉଛି । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ ।
କୁମ୍ଭ: ଆର୍ଥିକସ୍ଥିତି ସୁଦୃଢ ରହିବ । ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ । ଚାକିରୀ କରୁଥିବା ଲୋକଙ୍କୁ ଅଫିସରେ ବହୁତ ପରିଶ୍ରମ କରିବାକୁ ପଡିପାରେ । ଆପଣ ଶୀଘ୍ର ଭଲ ଫଳାଫଳ ପାଇପାରନ୍ତି । ଆର୍ଥିକ ଅବସ୍ଥା ଦୃଢ ହେବ । ଆଜି ଆପଣ ଏକ ନୂତନ ଆୟର ଉତ୍ସ ପାଇପାରନ୍ତି । ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମ ଆହୁରି ଗଭୀର ହେବ । ସ୍ୱାସ୍ଥ୍ୟ ଭଲ ରହିହ ।
ମୀନ: ଆଜି ଆପଣଙ୍କ ଦିନଟି ମିଶ୍ରିତ ରହିବ । ପରିବାରରେ ଲାଗି ରହିଥିଲା ସମସ୍ୟାକୁ ଚିନ୍ତାରେ ରହିବେ । ଛୋଟ ଅବହେଳା ପାଇଁ କ୍ଷତିରେ ପଡିପାରନ୍ତି । ବ୍ୟବସାୟୀମାନଙ୍କୁ ଲାଭ ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ । ଆର୍ଥିକ ସ୍ଥିତି ଭଲ ରହିବ । ପେଟ ସମ୍ବନ୍ଧୀୟ କିଛି ସମସ୍ୟା ସୃଷ୍ଟି ହୋଇ ପାରେ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications