Get Updates
Get notified of breaking news, exclusive insights, and must-see stories!

6th December Horoscope: ଜାଣନ୍ତୁ ଆଜି କେମିତି ରହିବ ଆପଣଙ୍କ ଦିନ

ଜାଣନ୍ତୁ କିପରି ରହିବ ଆପଣଙ୍କ ଆଜିର ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....

ମେଷ : ଯଦି ଆପଣଙ୍କୁ ଅଫିସରେ କୌଣସି ଦାୟିତ୍ୱ ଦିଆଯାଇଛି, ତେବେ ଏହାକୁ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ । ଅବହେଳା କଲେ ଆପଣଙ୍କର ସମସ୍ୟା ବୃଦ୍ଧି ପାଇପାରେ । ଅର୍ଥ ହାନି ହେବାର ସମ୍ଭାବନା ରହିଛି । ନିଜ ବକ୍ତବ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପରିବାର ମଧ୍ୟରେ ଲାଗି ରହିଥିବା ସମସ୍ୟା ଦୂର କରିବା ପାଇଁ ଚେଷ୍ଟା କରିବେ । କିଛି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇ ପାରେ ।

ବୃଷ: ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ପରିବାର ସଦସ୍ୟମାନଙ୍କର ସମର୍ଥନ ପାଇବେ । ଖର୍ଚ୍ଚ ଦୃଷ୍ଟିରୁ ଦିନଟି ମହଙ୍ଗା ହେବାକୁ ଯାଉଛି। ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଆଜି ଆପଣଙ୍କର ସମସ୍ତ କାର୍ଯ୍ୟ ବିଳମ୍ବରେ ହେଉ ପଛେ ସୁରୁଖୁରୁରେ ସମାପ୍ତ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ବନ୍ଧୁଙ୍କ ସାହାଯ୍ୟ ପାଇବେ । ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇପାରିବେ । ଆଜି ଅସହାୟ ବ୍ୟକ୍ତିଙ୍କୁ ଦାନ କରନ୍ତୁ ।

ମିଥୁନ: ବ୍ୟକ୍ତିଗତ ଜୀବନର ସମସ୍ୟା ଆଜି ଆପଣଙ୍କ ବୃତ୍ତିଗତ କାର୍ଯ୍ୟ ପ୍ରଭାବିତ କରିବ । ଆର୍ଥିକ ସମସ୍ୟାର ସମାଧାନ ହେବ । କୌଣସି କ୍ଷେତ୍ରକୁ ଶୁଭଫଳ ମିଳିବାର ସମ୍ଭାବନା ରହିଛି । ଅନାବଶ୍ୟକ ଚିନ୍ତା କରି ନିଜ ସମୟ ନଷ୍ଟ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆଜି କାହାକୁ ପରାମର୍ଶ ଦେବା ଠାରୁ ଦୂରେଇ ରୁହନ୍ତୁ ।

କର୍କଟ: ବ୍ୟବସାୟୀମାନଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଉତ୍ତମ ଦିନଟିଏ । ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରେ । ଆଜି କିଛି ଅଭିଜ୍ଞ ବ୍ୟକ୍ତିଙ୍କ ସମର୍ଥନ ମଧ୍ୟ ପାଇପାରନ୍ତି । ଆଜି ଆପଣ ବହୁତ ଭଲ ଅନୁଭବ କରିବେ । ପରିବାର ମଧ୍ୟରେ ସୁଖ ଶାନ୍ତି ଫେରାଇ ଆଣିବାରେ ସଫଳ ହେବେ । ଟଙ୍କା ରୋଜଗାର କରିବାର ଏକ ସୁଯୋଗ ମଧ୍ୟ ପାଇପାରନ୍ତି । ଦୂର ଯାତ୍ରା କରିପାରନ୍ତି । ନିଜ ଖାଇବା ଏବଂ ପିଇବା ଅଭ୍ୟାସକୁ ପରିବର୍ତ୍ତନ କରିବାକୁ ପଡିବ, ନଚେତ୍ ପେଟ ସହିତ ଜଡିତ କିଛି ସମସ୍ୟା ଦେଖାଦେଇ ପାରେ ।

ସିଂହ: ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଦିନଟିଏ । କର୍ମକ୍ଷେତ୍ରରେ ବଡ଼ ସଫଳତା ପାଇପାରନ୍ତି । ଆଜି ଆପଣ ସଞ୍ଚୟ ପ୍ରତି ଅଧିକ ଧ୍ୟାନ ଦେବେ । ଆଜି ଆପଣ ନିଜର ସମସ୍ତ କାର୍ଯ୍ୟ ଠିକ୍ ସମୟରେ ସଂପୂର୍ଣ୍ଣ କରିବାରେ ସଫଳ ହେବେ । ବ୍ୟବସାୟୀଙ୍କ ପାଇଁ ପରିବର୍ତ୍ତନର ସମୟ ଚାଲିଛି । ଯଦି ଆପଣ ବିନିଯୋଗ କରିବାକୁ ଚିନ୍ତା କରୁଛନ୍ତି ତେବେ ଆଜି କରିପାରନ୍ତି । ଆଜି ଘରର ପରିବେଶ ଭଲ ରହିବ । କୌଣସି ସମସ୍ୟାକୁ ନେଇ ଚିନ୍ତାରେ ରହିପାରନ୍ତି ।

daily horoscope
କନ୍ୟା:ବ୍ୟବସାୟରେ ଲାଭରେ ରହିବେ । ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଏବଂ ଲାଭପ୍ରଦ ହେବ । ପୁରୁଣାବନ୍ଧୁଙ୍କ ସହ ଦେଖା ହୋଇ ପାରେ । ଆର୍ଥିକ ସ୍ଥିତି ଭଲ ହେବ । ବ୍ୟବସାୟୀମାନେ ଲାଭରେ ରହିବେ । କାହାକୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ । ନିଜ ଜୀବନସାଥୀଙ୍କ ସମର୍ଥନ ପାଇବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ ।

ତୁଳା: ଆଜି ଆପଣ ଲୋକପ୍ରିୟ ହେବେ । ହସ ଖୁସିରେ ଦିନଟି କଟିବ । ପୂର୍ବ ସମସ୍ୟାର ସରଳ ସମାଧାନ ବାହାର କରିବେ ।ବ୍ୟବସାୟରେ ଲାଭବାନ ହେବେ । ଧାର୍ମିକ ଓ ସାମାଜିକ ଉତ୍ସବ ପାଇଁ ଉତ୍ତମ ଦିନ । ନୂତନ ସମ୍ପତ୍ତି କିଣିବା ପାଇଁ ଇଚ୍ଛା ପ୍ରକାଶ କରିପାରନ୍ତି । ବ୍ୟବସାୟ କରୁଥିବା ଲୋକମାନେ ଆଜି ଦୂର ଯାତ୍ରା କରିପାରନ୍ତି ।

ବିଛା : କ୍ରିୟା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିପାରନ୍ତି । କର୍ମକ୍ଷେତ୍ରରେ ମହିଳା ମାନେ ପ୍ରଶଂସନୀୟା ହେବେ । ବ୍ୟବସାୟୀଙ୍କ ପାଇଁ ଦିନଟି ଶୁଭପ୍ରଦ ହେବ । ଚାକିରୀ କରୁଥିବା ଲୋକଙ୍କ ପାଇଁ ଆଜି ଏକ ଉତ୍ତମ ଦିନ । ଚିନ୍ତା କରି ନିଷ୍ପତ୍ତି ନିଅନ୍ତୁ । ଶୀଘ୍ର ସମସ୍ତ ସମସ୍ୟା ଦୂର ହେବ । କୌଣସି ଛୋଟ ପ୍ରସଙ୍ଗକୁ ନେଇ ଜୀବନ ସାଥୀଙ୍କ ସହିତ ଯୁକ୍ତିତର୍କ ହୋଇପାରେ । ନିଜ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ।

ଧନୁ: ଆଜି ପରିବାର ସହ ସମୟ ବିତାଇବା ପାଇଁ ପସନ୍ଦ କରିବେ । ବୃତ୍ତିଗତ କାର୍ଯ୍ୟ ପାଇଁ ଦୂରଯାତ୍ରା କରି ପାରନ୍ତି । ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ । ପାରିବାରିକ ସମସ୍ୟାର ସମଧାନ ହେବ । ଆର୍ଥିକ ସ୍ଥିତି ଭଲ ରହିବ । ଆଖିର ଯତ୍ନ ନିଅନ୍ତୁ । କିଛି ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି ।

ମକର: ବନ୍ଧୁଙ୍କ ସାହଯ୍ୟ ପାଇବେ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ଭଲ ରହିବ । ସହକର୍ମୀମାନଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ । ବ୍ୟବସାୟୀମାନେ ଏକ ଭଲ ସୁଯୋଗ ପାଇପାରନ୍ତି । ବିଶେଷକରି ଯଦି ଆପଣ ଆସବାବପତ୍ର, ଖାଦ୍ୟ, ଔଷଧ ଇତ୍ୟାଦି କାରବାର କରନ୍ତି ତେବେ ଆପଣଙ୍କର ବ୍ୟବସାୟରେ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦିନଟି ଉତ୍ତମ । ପୁରୁଣା ସାଙ୍ଗ ଘରକୁ ଆସି ପାରନ୍ତି ।

କୁମ୍ଭ: ଯଦି ଆପଣ ଜଣେ ବ୍ୟବସାୟୀ, ତେବେ ଆପଣ ସରକାରୀ ନିୟମ ଉଲ୍ଲଂଘନ କରନ୍ତୁ ନାହିଁ ନଚେତ୍ ଆପଣଙ୍କୁ ବଡ କ୍ଷତି ସହିବା ପାଇଁ ପଡିପାରେ । ଛାତ୍ରଛାତ୍ରୀ ମାନେ ପାଠପଢାରେ ଅଧିକ ସମୟ ବିତାଇବେ । ଅର୍ଥ ଲାଭର ସୁଯୋଗ ରହିଛି । ଦେଇଥିବା ଟଙ୍କା ଫେରି ପାଇପାରନ୍ତି । ପାରିବାରିକ ଜୀବନ ସୁଖଦ ରହିବ ।

ମୀନ: କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିବ । ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ । ଆଜି ଆପଣ ସଞ୍ଚୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ । ପରିବାରକୁ ସମୟ ଦିଅନ୍ତୁ । ଅବହେଳା କଲେ କ୍ଷତିରେ ପଡିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+