Get Updates
Get notified of breaking news, exclusive insights, and must-see stories!

ଆଜିର ରାଶିଫଳ : ଜାଣନ୍ତୁ କିପରି ବିତିବ ଆପଣଙ୍କର ଦିନ

ଆଜିର ରାଶିଫଳ : ଜାଣନ୍ତୁ କିପରି ବିତିବ ଆପଣଙ୍କର ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....

ମେଷ :ବାକି ଦେଇଥିବା ଟଙ୍କା ଫେରିପାଇପାରନ୍ତି । ସ୍ୱାସ୍ଥ୍ୟ ଭଲ ରହବି । କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ । ସମୟର ଭଲ ଉପଯୋଗ କରିବେ,ଆପଣଙ୍କର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ କିଛି ଟଙ୍କା ଖର୍ଚ୍ଚ କରିପାରିବେ ।

ବୃଷ: ଆଜି ସମ୍ମାନୀତ ହେବେ । ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କେଲେ ବ୍ୟବସାୟୀ ମାନଙ୍କୁ ସୁଫଳ ମିଳିବ । ଭାବପ୍ରବଣ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ସନ୍ତାନମାନଙ୍କ ପାଇଁ ଚିନ୍ତାରେ ରହିବେ । ପିତାମାତା ପିଲାମାନଙ୍କ ସହିତ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିବା ଉଚିତ୍ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇପାରିବେ ।

ମିଥୁନ: ଆଜି ଆପଣଙ୍କର ଦିନଟି ଭଲରେ ବିତିବ । ଅଟକି ରହିଥିବା କାର୍ଯ୍ୟ ଶେଷ ହେବ । ଦୂର ଯାତ୍ରା କରିବାର ସୁଯୋଗ ରହିଛି, ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ । ଅର୍ଥନୈତିକ ସଫଳତା ମିଳିବ ନାହିଁ ।

କର୍କଟ: ଆଜିର ଦିନ ଭଲରେ କଟିବ । ଆଜି କାହାକୁ ପରାମର୍ଶ ଦେବା ଠାରୁ ଦୂରେଇ ରୁହନ୍ତୁ । ନିଜ ଆଚରଣରେ ସକରାତ୍ମକତା ବଜାୟ ରଖିବା ଉଚିତ୍ । କିଛି ବିଷୟକୁ ନେଇ ଚିନ୍ତାରେ ରହିବେ । ଆଜି ଆପଣ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାରେ ସମୟ ଅତିବାହିତ କରିବେ । ନିଜ ଭିତରେ ଅହଂକାରର ଭାବନା ବଢିବା ପାଇଁ ଦିଅନ୍ତୁ ନାହିଁ ।

ସିଂହ:ସୁସ୍ୱାଦ ଭୋଜନ କରିବେ । କର୍ମ କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଦୂରଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ । ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଦିନ ଟିଏ । କୌଣସି ସମସ୍ୟାକୁ ନେଇ ଚିନ୍ତାରେ ରହିପାରନ୍ତି ।

କନ୍ୟା:ବ୍ୟବସାୟରେ ଲାଭରେ ରହିବେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି । ପୁରୁଣାବନ୍ଧୁଙ୍କ ସହ ଦେଖା ହୋଇ ପାରେ । କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି ।

ତୁଳା: ଆଜି ଆପଣ ଲୋକପ୍ରିୟ ହେବେ । ହସ ଖୁସିରେ ଦିନଟି କଟିବ । ପୂର୍ବ ସମସ୍ୟାର ସରଳ ସମାଧାନ ବାହାର କରିବେ ।ବ୍ୟବସାୟରେ ଲାଭବାନ ହେବେ । ଧାର୍ମିକ ଓ ସାମାଜିକ ଉତ୍ସବ ପାଇଁ ଉତ୍ତମ ଦିନ । ନୂତନ ସମ୍ପତ୍ତି କିଣିବା ପାଇଁ ଇଚ୍ଛା ପ୍ରକାଶ କରିପାରନ୍ତି । ବ୍ୟବସାୟ କରୁଥିବା ଲୋକମାନେ ଆଜି ଦୂର ଯାତ୍ରା କରିପାରନ୍ତି ।

ବିଛା : ପାରିବାରିକ ଅଶାନ୍ତି ଯୋଗୁଁ ଆଜି ଆପଣଙ୍କ ମନ କାମରେ ଲାଗିବନାହିଁ । ଏହି ରାଶିର ପିଲାମାନେ ଆଜି ଖେଳ କୁଦରେ ସମୟ କାଟିବାକୁ ଚାହିଁବେ । ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ ।

aji ra rashi

ଧନୁ: ଆର୍ଥିକ ଦୃଷ୍ଟିକୋଣରୁ ଆଜି ଏକ ଭଲ ଦିନ ରହିବ । କିଛି ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଯାହା ପରେ ଆପଣ ଖୁସି ଅନୁଭବ କରିବେ । ପରିବାର ସହ ସମୟ ବିତାଇବାକୁ ପସନ୍ଦ କରିବେ । ପରିବାର ମଧ୍ୟରେ କୌଣସି ପୂଜା ପାଠର ଆୟୋଜନ କରାଯାଇପାରେ ।

ମକର: ଆଜି ଆପଣଙ୍କୁ କ୍ଷମତା ପ୍ରଦର୍ଶନ କରିବା ପାଇଁ ସୁଯୋଗ ମିଳିବ । ପୁରୁଣା ସାଙ୍ଗ ଘରକୁ ଆସି ପାରନ୍ତି । ଅନେକ ବର୍ଷ ପରେ ସେମାନଙ୍କୁ ଦେଖି ଆନନ୍ଦିତ ହେବେ ।

କୁମ୍ଭ: ନୂଆ ଘର ତିଆରି କରିବା ପାଇଁ ନିଜ ବନ୍ଧୁଙ୍କର ପରାମର୍ଶ ନିଅନ୍ତୁ । କର୍ମକ୍ଷେତ୍ରରେ ମାନ ସମ୍ନାନ ପାଇବେ । ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ ।

ମୀନ:ଆଜି ଧନଲାଭର ସମ୍ଭାବନା ରହିଛି । ଆଜି ଦିନଟି ଖୁସିରେ କଟିବ । ଦୀର୍ଘ ଦିନ ଧରି ବନ୍ଦ ହୋଇ ରହିଥିବା କାର୍ଯ୍ୟ ଆଜି ଶେଷ ହେବ । କିଛି ସାମାଜିକ କାର୍ଯ୍ୟକ୍ରମରେ ଜଡିତ ହୋଇପାରନ୍ତି । ହେଲେ କିଛି ସମସ୍ୟାକୁ ନେଇ ଚିନ୍ତାରେ ରହିବେ । କାହା ସହ ନିଜ ମନ କଥା ସେୟାର କରନ୍ତୁ ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+