17th December Horoscope: ଜାଣନ୍ତୁ ଆଜି କେମିତି ରହିବ ଆପଣଙ୍କ ଦିନ, ଏହି ରାଶିର ବ୍ୟକ୍ତିଙ୍କୁ ପ୍ରେମରେ ମିଳିବ ସଫଳତା
17th December Horoscope: ଜାଣନ୍ତୁ ଆଜି କେମିତି ରହିବ ଆପଣଙ୍କ ଦିନ, ଏହି ରାଶିର ବ୍ୟକ୍ତିଙ୍କୁ ପ୍ରେମରେ ମିଳିବ ସଫଳତା
ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....
ମେଷ : ଦିନଟି ଶୁଭଫଳ ପ୍ରଦାନ କରିବ । ସ୍ୱାସ୍ଥ୍ୟ ଭଲ ରହିବ । ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଅର୍ଥ ହାନି ହେବାର ସମ୍ଭାବନା ରହିଛି । ପରିବାର ମଧ୍ୟରେ ଲାଗି ରହିଥିବା ସମସ୍ୟା ଦୂର କରିବା ପାଇଁ ଚେଷ୍ଟା କରିବେ । ବ୍ୟବସାୟୀ ବକୟା ଟଙ୍କା ଫେରି ପାଇବେ । ଦାମ୍ପତ୍ୟ ଜୀବନ ସୁଖଦ ରହିବ ।
ବୃଷ: ପରିବାର ସଦସ୍ୟମାନଙ୍କର ସମର୍ଥନ ପାଇବେ । ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ସ୍ୱାସ୍ଥ୍ୟ ଭଲ ରହିବ । ବନ୍ଧୁଙ୍କ ସାହାଯ୍ୟ ପାଇବେ । ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇପାରିବେ । ଆଜି ଅସହାୟ ବ୍ୟକ୍ତିଙ୍କୁ ଦାନ କରନ୍ତୁ । କମ୍ ପରିଶ୍ରମରେ ଅଧିକ ଅର୍ଥ ରୋଜଗାର କରିପାରିବେ । ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ ।
ମିଥୁନ: ଛାତ୍ରଛାତ୍ରୀ କୌଣସି ଶୁଭ ସମାଚାର ପାଇପାରନ୍ତି । ବ୍ୟବସାୟ ପାଇଁ ଆଜିର ଦିନଟି ଅନୁକୂଳ ରହିବ । ଆର୍ଥିକ ସମସ୍ୟାର ସମାଧାନ ହେବ । କୌଣସି କ୍ଷେତ୍ରକୁ ଶୁଭଫଳ ମିଳିବାର ସମ୍ଭାବନା ରହିଛି । ଅନାବଶ୍ୟକ ଚିନ୍ତା କରି ନିଜ ସମୟ ନଷ୍ଟ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆଜି କାହାକୁ ପରାମର୍ଶ ଦେବା ଠାରୁ ଦୂରେଇ ରୁହନ୍ତୁ ।

କର୍କଟ: ବ୍ୟବାସୟ କ୍ଷେତ୍ରରେ ପୂର୍ବ ଅପେକ୍ଷା ଆଜି ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି । ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ପରିବାର ସହ ସମୟ ବିତାଇବେ । ଦୂର ଯାତ୍ରା କରିପାରନ୍ତି । ପେଟ ସହିତ ଜଡିତ କିଛି ସମସ୍ୟା ଦେଖାଦେଇ ପାରେ ।
ସିଂହ: ଜୀବନସାଥୀଙ୍କ ସହଯୋଗ ମିଳିବ । ବ୍ୟବସାୟୀ କିଛି ନୂଆ ବେପାର ଆରମ୍ଭ କରି ପାରନ୍ତି । ଅଫିସରେ ଉପରିସ୍ଥ ଅଧିକାରୀମାନଙ୍କ ସହିତ ସୁସମ୍ପର୍କ ରହିବ । ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ଛାତ୍ରଛାତ୍ରୀ ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ । ଆଜି ଘରର ପରିବେଶ ଭଲ ରହିବ । କୌଣସି ସମସ୍ୟାକୁ ନେଇ ଚିନ୍ତାରେ ରହିପାରନ୍ତି । ପ୍ରେମରେ ସଫଳତା ପାଇବେ ।
କନ୍ୟା: ଘରୋଇ କଳହରୁ ଦୂରେଇ ରୁହନ୍ତୁ । ପରିବାର ସହ ସମସ୍ୟା ବିଷୟରେ ଆଲୋଚନା କରନ୍ତୁ । ବ୍ୟବସାୟରେ ଲାଭ ପାଇବାର ସୁଯୋଗ ରହିଛି । ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଏବଂ ଲାଭପ୍ରଦ ହେବ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ଆର୍ଥିକ ସ୍ଥିତି ଭଲ ହେବ ।
ତୁଳା: ପ୍ରତ୍ୟକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ପାରିବାରିକ ସମସ୍ୟକୁ ଚିନ୍ତାରେ ରହିବେ । ଖର୍ଚ୍ଚାନ୍ତ ହୋଇପାରନ୍ତି । ପ୍ରେମିକ ପ୍ରେମିକାଙ୍କ ପାଇଁ ଆଜି ଭଲ ଦିନଟିଏ । ପୂର୍ବ ସମସ୍ୟାର ସରଳ ସମାଧାନ ବାହାର କରିବେ । ଧାର୍ମିକ ଓ ସାମାଜିକ ଉତ୍ସବ ପାଇଁ ଉତ୍ତମ ଦିନ । ନୂତନ ସମ୍ପତ୍ତି କିଣିବା ପାଇଁ ଇଚ୍ଛା ପ୍ରକାଶ କରିପାରନ୍ତି ।
ବିଛା : ପରିବାର ମଧ୍ୟରେ ସୁଖ, ଶାନ୍ତି ବଜାୟ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ବନ୍ଧୁଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ । ବ୍ୟବସାୟୀଙ୍କ ପାଇଁ ଦିନଟି ଶୁଭପ୍ରଦ ହେବ । ଚାକିରୀ କରୁଥିବା ଲୋକଙ୍କ ପାଇଁ ଆଜି ଏକ ଉତ୍ତମ ଦିନ । ଅଚାନକ ଧନଲାଭ ହେବ । ନିଜ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ।
ଧନୁ: ଅଫିସ୍ କାର୍ଯ୍ୟରେ ବ୍ୟସ୍ତରେ ରହିବେ । ନିଜ କଥାରେ ଅନ୍ୟମାନଙ୍କୁ ପ୍ରଭାବିତ କରି ପାରନ୍ତି । ପ୍ରେମିକାଙ୍କ ସମର୍ଥନ ପାଇପାରନ୍ତି । ମାନସିକ ଶାନ୍ତି ଲାଭ କରିବେ । ବକେୟା ଅର୍ଥ ଫେରି ପାଇବେ । ବୃତ୍ତିଗତ କାର୍ଯ୍ୟ ପାଇଁ ଦୂରଯାତ୍ରା କରି ପାରନ୍ତି । ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ । କିଛି ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି ।
ମକର: କୌଣସି ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ଦେଖାଦେଇପାରେ । ବାଦ-ବିବାଦରୁ ନିଜ ଦୂରେଇ ରଖନ୍ତୁ । ଧନ ହାନି ହେବାର ଆଶଙ୍କା ଅଛି । ବନ୍ଧୁଙ୍କ ସାହଯ୍ୟ ପାଇବେ । ବ୍ୟବସାୟୀମାନେ ଏକ ଭଲ ସୁଯୋଗ ପାଇପାରନ୍ତି । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦିନଟି ଉତ୍ତମ । ପୁରୁଣା ସାଙ୍ଗ ଘରକୁ ଆସି ପାରନ୍ତି ।
କୁମ୍ଭ: କୈଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି । ଆଗାମୀ ଦିନରେ ଦୂରଯାତ୍ରା କରିପାରନ୍ତି । ପରିବାର ସହ ସମୟ ବିତାଇବେ । ଛାତ୍ରଛାତ୍ରୀ ମାନେ ପାଠପଢାରେ ଅଧିକ ସମୟ ବିତାଇବେ । ଅର୍ଥ ଲାଭର ସୁଯୋଗ ରହିଛି । ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ ।
ମୀନ: ନିଜ କ୍ରୋଧ ଉପରେ ନିୟନ୍ତ୍ରଣ କରନ୍ତୁ । ବ୍ୟବସାୟରେ ବାକି ଦେଇଥିବା ଟଙ୍କା ଫେରି ପାଇବେ । ଦାମ୍ପତ୍ୟ ଜୀବନ ସୁଖଦ ରହିବ । ପ୍ରେମରେ ସଫଳତା ମିଳିପାରନ୍ତି । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିବ । ସଞ୍ଚୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ପରିବାରକୁ ସମୟ ଦିଅନ୍ତୁ । ଅବହେଳା କଲେ କ୍ଷତିରେ ପଡିବେ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications