ଆଜିର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ମେଷ: ଅଫିସରେ ଅଧିକ ସମୟ କାମ କରନ୍ତୁ ଅଧୁରା କାମ ପୂରା ହୋଇଯିବ। ଦାମ୍ପତ୍ୟ ଜୀବନରେ ମିଷ୍ଟତା ରହିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶିକ୍ଷାର୍ଥୀ କୌଣସି ବରିଷ୍ଠଙ୍କର ପରାମର୍ଶ ନିଅନ୍ତୁ।
ବୃଷ: ବ୍ୟବସାୟରେ କିଛି ନୂଆ କରିବା ପାଇଁ ମନରେ ନୂଆ ବିଚାର ଆସିବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି।
ମିଥୁନ: ବ୍ୟବସାୟୀମାନେ କଠିନ ପରିଶ୍ରମର ଫଳ ପାଇବେ। ସେୟାର ବଜାର ବା କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କରିବା ପାଇଁ ସମୟ ଭଲ ରହିବ। ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ପୁଞ୍ଜି ବିନିଯୋଗ କଲେ ଭବିଷ୍ୟତରେ ଭଲ ଲାଭ ପାଇବେ। ବ୍ୟବସାୟରେ ପୂର୍ବ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ। କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ନେଇ ଦୂରଯାତ୍ରା କରିବାକୁ ପଡିପାରେ। ସେହିପରି, କର୍ମକ୍ଷେତ୍ରରେ ଭଲ କାର୍ଯ୍ୟ ପାଇଁ ବରିଷ୍ଠ ଅଧିକାରୀଙ୍କ ଠାରୁ ଢେର ସାରା ପ୍ରଶଂସା ପାଇବେ।
କର୍କଟ: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜିର ଦିନ ବେଶ୍ ଶୁଭ ରହିବ। ବ୍ୟବସାୟରେ ପୂର୍ବ ଯୋଜନା କାର୍ଯ୍ୟକାରୀ କରିବେ। ଆମଦାନୀ-ରପ୍ତାନୀ ବ୍ୟବସାୟରେ ଜଡି଼ତ ଥିବା ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। କିନ୍ତୁ ସ୍ବାସ୍ଥ୍ୟ ଠିକ୍ ରହିବ ନାହିଁ। ଦେହ ଭଲ ନଥିବାରୁ କାମରେ ମନ ଲାଗିବ ନାହିଁ। ପ୍ରେମୀମାନେ ନିଜ ସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ।
ସିଂହ : ଘାତବାର ଏବଂ କୃଷ୍ଣପକ୍ଷର ନବମ ଚନ୍ଦ୍ର ଯୋଗୁ ଅପମାନ, ଅପଯଶ ଓ ଅପନିନ୍ଦା ମିଳିବ ଏବଂ ମାନ ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମତାନ୍ତର ଏବଂ ନିଜର ପ୍ରିୟବନ୍ଧୁ କିମ୍ବା ପୁରାତନ ବନ୍ଧୁଙ୍କ ସହ ବିବାଦ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ ।
କନ୍ୟା: ଘାତବାର ଏବଂ ଅଷ୍ଟମ ଚନ୍ଦ୍ର ଯୋଗୁ ବାଦ ବିବାଦ, ସ୍ବାସ୍ଥ୍ୟ, ଆର୍ଥିକ କାରବାର ଏବଂ ଯାନ ବାହନ ଆରୋହଣ କାଳରେ ସତର୍କ ହେବେ । ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଶାରୀରିକ ପୀଡ଼ା ଭୋଗିବେ । ସମସ୍ତ କର୍ମରେ ଭୁଲ୍ ନିଷ୍ପରି ନେବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖା ଦେବ ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ ।
ମୀନ: ମୀନ ରାଶିର ଲୋକେ ଆଜିର ଦିନଟି ମଉଜ ମଜଲିସ୍ ରେ ଅତିବାହିତ କରିବେ। ବ୍ୟବସାୟରେ ଅଗ୍ରଗତି କରିବା ସହ ପ୍ରତିଷ୍ଠା ଲାଭ କରିବେ। ନିଜଲୋକମାନେ ବ୍ୟବସାୟୀରେ ଧୋକା ଦେଇପାରନ୍ତି। ଗାଡି଼ ଚାଳନା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ନଚେତ୍ କୌଣସି ଅଘଟଣର ସାମ୍ନା କରିବାକୁ ପଡିପାରେ।
ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ମହତ୍ତ୍ଵ ଉପଲବ୍ଧ ହେବ। ନିଜ ଭିତରେ ବା ସୂର୍ଯ୍ୟକୁ ଉଦୟ କରି ପାବଚ୍ଛ ଅତିକ୍ରମ କରିବେ। ଖୁସୀ ରହିବେ।
ବିଛା:ଆଚାର, ବ୍ୟବହାରରେ ଶତ୍ରର ହୃଦୟ ଜୟ କରିପାରନ୍ତି। ଗୋଟିଏ ମୁଦ୍ରା ପ୍ରାପ୍ତିର ସୂଚନା ମିଳୁଛି। ଯେଉଁ ମୁଦ୍ରାର ଗୋଟିଏ ପାର୍ଶ୍ୱ ଶକ୍ତିଯୁକ୍ତ ଓ ଅନ୍ୟ ପାର୍ଶ୍ୱଟି ଭକ୍ତି ରସାତ୍ମକ। ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ ।

ଧନୁ:ସତ୍ୟଧର୍ମ ପରାୟଣ ହୋଇପାରନ୍ତି। ଲେଖାରେ ନିଜର ମହାନତା ପରିସ୍ଫୁଟ କରି ସମସ୍ତଙ୍କ ଆସ୍ଥାଭାଜନ ହେବେ । ସ୍ୱୟଂସିଦ୍ଧ ହେବେ। ଅନନ୍ୟ ବିରଳ ପ୍ରତିଭାସମ୍ପନ୍ନ ହେବେ । ବିଭିନ୍ନ ସ୍ତରରୁ ଅର୍ଥାଗମ ହେବ।
ମକର: ମକର ରାଶିର ଲୋକେ ଆଜି ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପାଇବେ। ବ୍ୟବସାୟୀମାନେ ଦୂରଯାତ୍ରାରୁ ଶୁଭଫଳ ପାଇବେ। କ୍ୟାରିୟରକୁ ନେଇ କୌଣସି ଖୁସି ଖବର ମିଳିପାରେ। ବେକାରିମାନଙ୍କୁ ଭଲ ଚାକିରି ଅଫର ମିଳିପାରେ। ଆର୍ଥିକ ସ୍ଥିତି ମଜବୁତ୍ ହେବାସହ ଆୟ ବଢିବ। ଦିର୍ଘ ଦିନ ଧରି ଲାଗି ରହିଥିବା ଜମିବାଡି଼ ବିବାଦରୁ ମୁକ୍ତି ମିଳିବ।
କୁମ୍ଭ: ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ଅନ୍ୟମାନଙ୍କ ସହ କଥା କହିବା ସମୟରେ ଠିକ୍ ଭାଷା ପ୍ରୟୋଗ କରନ୍ତୁ। ଜୀବନସାଥୀ ଆପଣଙ୍କ ପ୍ରତି ଖୁସି ରହିବେ। ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ମନ ଲାଗିବ।
ମୀନ:ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖାଦେଲେ ମଧ୍ୟ ପରକ୍ଷଣରେ ସବୁ ଠିକ୍ ହୋଇଯିବ। କର୍ମକ୍ଷେତ୍ରରେ ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇପାରନ୍ତି। ଦୀର୍ଘ ସମୟ ପରେ ଆତ୍ମୀୟଙ୍କଠାରୁ ପ୍ରତୀକ୍ଷିତ ଖବର ପାଇପାରନ୍ତି। ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରି କଟୁ କଥା କହିବାକୁ ପଛାଇବେ ନାହିଁ।












Click it and Unblock the Notifications