ଗୁରୁବାର ରାଶିଫଳ: ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ
ମେଷ: ସତର୍କ ରହିବା ପାଇଁ ପଡିବ । କୌଣସି ଛୋଟ କଥାକୁ ନେଇ ବିବାଦ ଦେଖିବା ପାଇଁ ମିଳିବ । ପିତାମାତାଙ୍କ ସମର୍ଥନ ପାଇବେ । ଆର୍ଥିକ ଅବସ୍ଥା ଭଲ ରହିବ। କର୍ମକ୍ଷେତ୍ରରେ ଉନ୍ନତି କରିପାରିବେ । ଶୁଭ ଖବର ପାଇ ପାରନ୍ତି ।
ବୃଷ: ଆଜି ଆପଣଙ୍କ ପାଇଁ ଦିନଟି ଉତ୍ତମ ରହିବ । ଅନେକ ସମସ୍ୟାର ସମଧାନ ପାଇପାରିବେ । ବ୍ୟବସାୟ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ । ଛାତ୍ରଛାତ୍ରୀ ମାନେ ପାଠକୁ ନେଇ ଚିନ୍ତାରେ ରହିବେ । ରାଜନୀତି କିମ୍ବା ସମାଜ ସେବା କରୁଥିବା ବ୍ୟକ୍ତି ମାନସମ୍ମାନ ପାଇବେ ।
ମିଥୁନ: ଆର୍ଥିକ ସ୍ଥିତି ମଜବୁତ ହେବ । ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ସୁସ୍ୱାଦୁ ଭୋଜନ କରିପାରନ୍ତି । ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ଘରର ପରିବେଶ ବହୁତ ଭଲ ରହିବ । ପରିବାର ସଦସ୍ୟଙ୍କ ସହିତ ସମ୍ପର୍କ ମଜବୁତ ହେବ । ଖୁବଶୀଘ୍ର ଆପଣ ନୂଆ ପଦବୀ ପାଇପାରନ୍ତି । ବ୍ୟବସାୟୀ ଲାଭରେ ରହିବେ ।

କର୍କଟ: ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଦିନଟିଏ । ପତି-ପତ୍ନୀଙ୍କ ସହ ସମ୍ପର୍କରେ ଘନିଷ୍ଠତା ରହିବ । ପରିବାର ସହିତ ସମୟ ବିତାଇବା ପାଇଁ ପସନ୍ଦ କରିବେ । ବ୍ୟବସାୟୀ ଲାଭରେ ରହିବେ । କୌଣସି ସମସ୍ୟାକୁ ନେଇ ଚିନ୍ତାରେ ରହିବେ ।
ସିଂହ: ଛାତ୍ରଛାତ୍ରୀ ମାନେ ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ । କିଛି ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି । ବହୁତ ଦିନରୁ ଅଟକି ଥିବା ଅର୍ଥ ଆଜି ମିଳିବାର ଯୋଗ ରହିଛି । ଅଳ୍ପ ପରିଶ୍ରମରେ ସଫଳତା ପାଇପାରିବେ । ପାରିବାରିକ ଜୀବନ ସୁଖଦ ହେବ । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ । ଅଯଥା ଖର୍ଚ୍ଚାନ୍ତି ହୋଇପାରନ୍ତି ।
କନ୍ୟା:ଆଜି ଦିନଟି ଆପଣଙ୍କ ପାଇଁ ସେତେ ଭଲ ରହିବ ନାହିଁ । ଜଗିରଖି ନିଷ୍ପତ୍ତି ନିଅନ୍ତୁ । କର୍ମକ୍ଷେତ୍ରରେ ଅପଦସ୍ତ ହୋଇପାରନ୍ତି । ପତିପତ୍ନୀ ମଧ୍ୟ ଅଶାନ୍ତି ସୃଷ୍ଟି ହୋଇପାରେ । ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ସଫଳତା ଓ ସମ୍ମାନ ମିଳିବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ରହିଛି । ସାଧାରଣ କଥାକୁ ନେଇ ପରିବାର ମଧ୍ୟରେ ମନାନ୍ତର ଦେଖାଦେଇପାରେ । ବ୍ୟବସାୟୀମାନେ ଆଜି କାର୍ଯ୍ୟରେ କୌଣସି ପ୍ରକାର ଅବହେଳା କରନ୍ତୁ ନାହିଁ ।
ତୁଳା: କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରିପାରନ୍ତି । ଏହି ଯାତ୍ରା ଆପଣଙ୍କୁ ସୁଫଳ ଦେବ । ଛାତ୍ରଛାତ୍ରୀ ପାଠପଢାରେ ଉନ୍ନତି କରିବେ ଏବଂ ନୂଆ ଚାକିରି ସୁଯୋଗ ପାଇପାରନ୍ତି । ବ୍ୟବସାୟୀମାନଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି । କର୍ମକ୍ଷେତ୍ରରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ଆର୍ଥିକ ସ୍ଥିତି ଭଲ ରହିବ ।
ବିଛା: ବ୍ୟବସାୟରେ ଲାଭ ପାଇପାରିବେ । ବନ୍ଧୁ ମିଳନର ସୁଯୋଗ ରହିଛି । ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭ ଖବର ମିଳିବ । ଜୀବନସାଥୀଙ୍କ ସହିତ ଭଲ ସମୟ ବିତାଇବେ । କର୍ମକ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି । ଆର୍ଥିକ ସ୍ଥିତି ଭଲ ରହିବ ।
ଧନୁ: ଆଜି ଧନଲାଭର ସମ୍ଭାବନା ରହିଛି । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଚିନ୍ତା କରିପାରନ୍ତି । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ଅଜଥା କଥାକୁ ନେଇ ଚିନ୍ତାରେ ରୁହନ୍ତୁ ନାହିଁ । ବ୍ୟବସାୟୀଙ୍କ କଠିନ ପରିଶ୍ରମ ସଫଳ ହେବ ଏବଂ ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ ।
ମକର: ବ୍ୟବସାୟରେ ଉନ୍ନତି ହେବ ଏବଂ ଲାଭ ପାଇପାରିବେ । ଋଣ କରନ୍ତୁ ନାହିଁ । ପରିବାର ତରଫରୁ ଖୁସି ଖବର ପାଇପାରନ୍ତି । କିଛି ନୂଆ ସାମଗ୍ରୀ କିଣି ପାରନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଦିନଟିଏ । ମନ ଖୁସି ରହିବ ।
କୁମ୍ଭ:କୌଣସି ଖବର ମନରେ ଅସ୍ଥିରତା ସୃଷ୍ଟି କରିବ । ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ । ସାବଧାନ ରୁହନ୍ତୁ ଓ ମୂଲ୍ୟବାନ ସାମଗ୍ରୀକୁ ଯତ୍ନର ସହିତ ରଖନ୍ତୁ । ଅଫିସରେ କାର୍ଯ୍ୟଭାର ଅଧିକ ହେବାର ସମ୍ଭାବନା ଅଛି । ବ୍ୟବସାୟୀଙ୍କୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । ଧୈର୍ଯ୍ୟ ରଖି କାର୍ଯ୍ୟ କରନ୍ତୁ ।
ମୀନ: ସ୍ୱାସ୍ଥ୍ୟାଜନିତ ସମସ୍ୟା ଦେଖାଯିବ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ । ବ୍ୟବସାୟୀ କିଛି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଚିନ୍ତା କରିବେ । ଆର୍ଥିତ ସ୍ଥିତି ଭଲ ରହିବ । ଚାକିରୀ କରୁଥିବା ଲୋକ ଠିକ ସମୟରେ କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ଚେଷ୍ଟା କରନ୍ତୁ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications