୨୦୨୫ ଜାନୁଆରୀରେ ଏହି ୩ ରାଶି ବ୍ୟକ୍ତିଙ୍କର ବଢିବ ସମସ୍ୟା
Astrology 2025: ଆରମ୍ଭ ହେବାକୁ ଯାଉଛି ଆଉ ଏକ ନୂଆ ବର୍ଷ ଖୁବ୍ ଶୀଘ୍ର ୨୦୨୪ ବିଦାୟ ନେବ ଏବଂ ୨୦୨୫ ବର୍ଷ ଆରମ୍ଭ ହେବ । ନୂଆ ବର୍ଷ ସହ ଆରମ୍ଭ ସହ ଅନେକ ଗ୍ରହର ପରିବର୍ତ୍ତନ ମଧ୍ୟ ହେବ । କେବେ କିଛି ରାଶି ଉପରେ ଏହାର ଭଲ ପ୍ରଭାବ ପଡିବା ବେଳେ କିଛି ରାଶି ଉପରେ ଏହାର ଖରାପ ପ୍ରଭାବ ମଧ୍ୟ ପଡିପାରେ । ତେବେ ବର୍ଷ ଆରମ୍ଭର ପ୍ରଥମ ମାସ ଅର୍ଥାତ୍ ଜାନୁଆରୀରେ ଏହି ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ ।
ମେଷ - ଏହି ରାଶିର ବ୍ୟକ୍ତିଙ୍କୁ ସତର୍କ ରହିବା ପାଇଁ ପଡିବ । କିଛି ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପୂଜାର୍ଚ୍ଚନା କରନ୍ତୁ । ଆର୍ଥିକ ସ୍ଥିତି ବିଗିଡି ପାରେ । ଋଣ ବଢିବା ସହ ଧନର ଅଭାବ ଦେଖା ଦେବ । ବ୍ୟବସାୟୀ ମାନେ ଲାଭରେ ରହିବେ ହେଲେ ମାସ ଶେଷ ସପ୍ତାହରେ କ୍ଷତି ସହିବା ପାଇଁ ପଡିପାରେ । କୌଣସି ବଡ଼ ବିନିଯୋଗ କରନ୍ତୁ ନାହିଁ, ନଚେତ୍ କ୍ଷତିରେ ପଡିବେ । ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକ ମାନେ ବର୍ତ୍ତମାନ ଏକ ସପ୍ତାହ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହା ଆପଣ ଜବ ଲାଇଫ ଉପରେ ପ୍ରଭାବ ପକାଇପାରେ ।

ଧନୁ- ନିଜ ଉପରେ ବିଶ୍ୱାସ ରଖି କାର୍ଯ୍ୟ କରନ୍ତୁ । ଶୁକ୍ର-ବୁଧର ମିଶ୍ରଣ ଆପଣଙ୍କ ଆତ୍ମବିଶ୍ୱାସ କମାଇବ । ଯାହାର ପ୍ରଭାବ ଆପଣଙ୍କ କର୍ମକ୍ଷେତ୍ରରେ ଦେଖିବା ପାଇଁ ମିଳିବ । ଆପଣଙ୍ୟ ଭାଗ୍ୟ ଏହି ସମୟରେ ସପୋର୍ଟ କରିବ ନାହିଁ । ହେଲେ ଆପଣ ନିଜ ଲକ୍ଷ ହାସଲ କରିପାରିବେ ।
ମକର- ଆର୍ଥିକ-ମାନସିକ ସମସ୍ୟାର ସମ୍ମୁଖୀନ ହେବା ପାଇଁ ପଡିବ । ଚାକିରି କରୁଥିବା ବ୍ୟକ୍ତି ସତର୍କ ରୁହନ୍ତୁ । ଧ୍ୟାନ ଦେଇ କାର୍ଯ୍ୟ କରନ୍ତୁ । କ୍ୟାରିୟରରେ କିଛି ବଡ଼ ନିଷ୍ପତ୍ତି ନେବା ପାଇଁ ପଡିପାରେ । ପାରିବାରିକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ସେହିପରି ଧନ ହାନି ହେବାର ଯୋଗ ରହିଛି । ଶତ୍ରୁଙ୍କ ରାଗରେ ଶିକାର ହେବେ । ବିବାଦଠୁ ଦୁରେଇ ରୁହନ୍ତୁ ।












Click it and Unblock the Notifications