ମକର ସଂକ୍ରାନ୍ତି ପରେ ଏହି ରାଶିର ବ୍ୟକ୍ତିଙ୍କର ଜୀବନରେ ହେବ ବଡ଼ ପରିବର୍ତ୍ତନ
Makar Sankranti 2025: 14 ଜାନୁୟାରୀ 2025ରେ ମକର ସଂକ୍ରାନ୍ତି ପାଳନ କରାଯିବ । ଶାସ୍ତ୍ରରେ ଏହି ଦିନର ଅନେକ ମହତ୍ତ୍ୱ ରହିଛି । ସୂର୍ଯ୍ୟ ନିଜର ରାଶିର ପରିବର୍ତ୍ତନ କରନ୍ତି, ଧନୁ ରାଶିରୁ ବାହାରି ମକର ରାଶି ପ୍ରବେଶ କରନ୍ତି ।ଏହି ଦିନ ଲୋକେ ନଦୀରେ ସ୍ନାନ ସହ ଦାନ ମଧ୍ୟ କରାଯାଏ । ଏହି ଦିନ ମୁଖ୍ୟତଃ ସୂର୍ଯ୍ୟଙ୍କର ପୂଜାର୍ଚ୍ଚନା କରାଯାଏ । ମକର ସଂକ୍ରାନ୍ତି ଦିନ ଗୁଡ଼ ଏବଂ ରାଶି ଦାନ କରିବା ଉଚିତ୍ ଯାହା ଦ୍ୱାରା ଲକ୍ଷ୍ମୀଙ୍କ କୃପା ସହ ଧନର ଆଭାବ ଦୂର ହେବ ।
ମେଷ ରାଶି- ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ସମୟ 2025 ବର୍ଷ ଜାନୁଆରୀ 14ରୁ ଆରମ୍ଭ ହେବ । ବୈବାହିକ ଜୀବନରେ ଆପଣଙ୍କ ସାଥୀଙ୍କଠାରୁ ସମର୍ଥନ ମିଳିବ । ସନ୍ତାନ ପ୍ରାପ୍ତିର ସୁଖ ମିଳିପାରେ । ନିଜ ପରିବାର ପାଇଁ ସପିଂ କରିପାରନ୍ତି। ଧନ ଲାଭର ଯୋଗ ରହିଛି ।

ସିଂହ ରାଶି- ଆପଣଙ୍କ କଠିନ ପରିଶ୍ରମ ଶୁଫଳ ଦେବ । ବ୍ୟବସାୟ ବିସ୍ତାର କରିବାରେ ସଫଳ ହେବ । ମାତାପିତା ପିଲାମାନଙ୍କଠାରୁ ଭଲ ପାଇବେ । ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ ।
ମକର ରାଶି- ମକର ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଉତ୍ତମ ରହିବ । ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ । ଦୀର୍ଘ ଦିନ ଧରି ଚାଲିଆସୁଥିବା ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ । ବ୍ୟବସାୟରେ ଲାଭ ମିଳିବ । କ୍ୟାରିୟର ଦୃଷ୍ଟିକୋଣରୁ ଏହି ସମୟ ଅତ୍ୟନ୍ତ ଶୁଭ ।












Click it and Unblock the Notifications