ଅକ୍ଟୋବର ୨୮ରେ ଲାଗିବା ପାଇଁ ଯାଉଛି ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଜାଣନ୍ତୁ ଆପଣଙ୍କ ରାଶିରେ କ'ଣ ରହିବ ପ୍ରଭାବ
Chandra Grahan:ଚଳିତ ୨୮ ତାରିଖରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଲାଗିବା ପାଇଁ ଯାଉଛି ଅର୍ଥାତ୍ କୁମାର ପୂର୍ଣ୍ଣିମା ଦିନ ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ ଲାଗିବ । ଏହି ଗ୍ରହଣର ଅବଧି ହେଉଛି ୧ଘଣ୍ଟା ୧୯ମିନିଟ ୭ସେକେଣ୍ଡ । ଗ୍ରହଣର ସ୍ପର୍ଶ ସମୟ ହେଉଛି ରାତ୍ରି ୧ ଘଣ୍ଟା ୪ ମିନିଟ୍ ୫୫ସେକେଣ୍ଡ । ଗ୍ରହଣ ସର୍ବମୋକ୍ଷ ସମୟ ହେଉଛି ରାତ୍ରୀ ୨ଟା ୨୪ମିନିଟ୍ ୨ ସେକେଣ୍ଡ । । ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ୪ ଘଣ୍ଟା ୪ ମିନିଟ୍ ୫୫ ସେକେଣ୍ଡ ଠାରୁ ରାତ୍ର ୨ଟା ୨୪ମିନିଟି ୨ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ ଓ ଦେବନୀତି ନିଷିଦ୍ଧ ରହିବ ।
୬ଟି ରାଶି ପାଇଁ ଏହି ଗ୍ରହଣ ଶୁଭ ଥିବାବେଳେ ୬ଟି ରାଶି ପାଇଁ ଅଶୁଭ ବୋଲି ଜ୍ୟୋତିର୍ବିଦ କହିଛନ୍ତି । ମିଥୁନ, ବିଛା, ଧନୁ , ମକର, କୁମ୍ଭ ଓ ମୀନ ପାଇଁ ଏହି ଗ୍ରହଣ ଶୁଭ ହୋଇଥିବା ବେଳେ ମେଷ, ବୃଷ, କର୍କଟ, ସିଂହ, କନ୍ୟା ଓ ତୁଳା ପାଇଁ ଏହା ଅଶୁଭ ବୋଲି ଜ୍ୟୋତିର୍ବିଦ କହିଛନ୍ତି । ତେବେ ଚାଲନ୍ତୁ ଜାଣିବା କେଉଁ ରାଶି ଉପରେ କ'ଣ ପ୍ରଭାବ ପଡିବ ।

ମେଷ ରାଶି: ମେଷ ରାଶି ଉପରେ ଗ୍ରହଣର ଭଲ ପ୍ରଭାବ ପଡିବ ନାହିଁ । ଚିନ୍ତା ବଢିବ । ମାନସିକ ଚିନ୍ତାରେ ରହିବେ । ଏହା ସହିତ ଆଘାତ ଲାଗିପାରେ । ଧନ ହାନୀ ହୋଇପାରେ ।
ବୃଷ: ବୃଷ ରାଶିର ବ୍ୟକ୍ତିଙ୍କ ଉପରେ ମଧ୍ୟ କିଛି ଖାସ ଭଲ ପ୍ରଭାବ ପକାଇବ ନାହିଁ ଏହି ଗ୍ରହଣ । ଆର୍ଥିକ କ୍ଷତି ସହିବା ପାଇଁ ପଡିବ । ଦ୍ୱନ୍ଦରେ ରହିବେ ।
ମିଥୁନ:ମିଥୁନ ରାଶି ଉପରେ ଭଲ ପ୍ରଭାବ ପଡିବ । ଧନ ଲାଭର ଯୋଗ ରହିଛି । କିଛି ନୂଆ ଖବର ଶୁଣିବା ପାଇଁ ମିଳିବ ।
କର୍କଟ ରାଶି:କାହା ସହ ଯୁକ୍ତିତର୍କ କରନ୍ତୁ ନାଗିଁ । କ୍ରୋଧ ନିୟନ୍ତ୍ରଣ କରନ୍ତୁ ।
ସିଂହ ରାଶି: ପାଲମାନଙ୍କ ପାଇଁ ଚିନ୍ତାରେ ରହିବେ । ଦୂରଯାତ୍ର କରିବାର ଯୋଗ ରହିଛି । ମନ ଅଶାନ୍ତ ରହିବ ।
କନ୍ୟା ରାଶି: ଏହି ରାଶିର ବ୍ୟକ୍ତି ଯାନ ଓ ସମ୍ପତ୍ତି କିଣି ପାରନ୍ତି । ହକର୍ମୀ ଓ ପରିବାରର ସହଯୋଗ ପାଇବେ । ବ୍ୟବସାୟରେ ମଧ୍ୟ ମଧ୍ୟ ଧରଣର ସ୍ଥିତି ରହିବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ମନ ଭଲ ରହିବ ।
ତୁଳା ରାଶି: ଚନ୍ଦ୍ରଗ୍ରହଣର ପ୍ରଭାବ ପିତି-ପତ୍ନୀଙ୍କ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି ହେବ । ଚାପରେ ରହିବେ ।
ବିଛା ରାଶି: ଚନ୍ଦ୍ର ଗ୍ରହଣର ପ୍ରବାରରେ ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । ଖର୍ଚ୍ଚାନ୍ତ ହୋଇପାରନ୍ତି ।
ଧନୁ ରାଶି: ଚନ୍ଦ୍ରଗ୍ରହଣର ପ୍ରଭାବ ଆପଣଙ୍କ ଜୀବନରେ କିଛି ଖାସ ଭଲ ପଡିବ ନାହିଁ । ଏହି ସମୟରେ କାହ ସହ ଯୁକ୍ତିତର୍କ କରନ୍ତୁ ନାହିଁ ।
ମକର ରାଶି: ଆପଣ ନୂଆ ଯାନ ସମ୍ପତ୍ତି ମଧ୍ୟ ଉପଭୋଗ କରିବେ । ଭୂମି କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି । ଛାତ୍ରଛାତ୍ରୀଙ୍କ ଉପରେ ଗ୍ରହଣର ଭଲ ପ୍ରଭାବ ପଡିବ ।
କୁମ୍ଭ ରାଶି: ବ୍ୟବସାୟରେ ଲାଭ ହେବ । ଏଥିସହିକ ଅଟକି ରହିଥିବା ଟଙ୍କା ଫେରିପାଇବେ ।
ମିନ ରାଶି: ଗ୍ରହଣର ପ୍ରଭାବରେ ବ୍ୟବସାୟ ମନ୍ଥର ହେବ । ଟଙ୍କା ନଷ୍ଟ ହେବାର ଯୋଗ ରହିଛି ।












Click it and Unblock the Notifications