୧୪ ମାର୍ଚ୍ଚରେ ଲାଗିବା ପାଇଁ ଯାଉଛି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ, ଏହି ରାଶିର ବ୍ୟବସାୟୀ ରହିବେ ଲାଭରେ
Lunar Eclipse 2025: ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ୧୪ ମାର୍ଚ୍ଚ ୨୦୨୫ ରେ ଲାଗିବା ପାଇଁ ଯାଉଛି । ଏହି ଚନ୍ଦ୍ରଗ୍ରହଣ ସିଂହ ଏବଂ ଉତ୍ତରା ଫାଲଗୁନି ନକ୍ଷେତ୍ରରେ ହେବ । ତେବେ ଏହା ଭାରତରେ ସମ୍ପୂର୍ଣ୍ଣ ରୂପେ ଦୃଶ୍ୟମାନ ହେବ ନାହିଁ ଏବଂ ଏହାର ସୂତକ ଅବଧି ବୈଧ ହେବ ନାହିଁ। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ଚନ୍ଦ୍ରଗ୍ରହଣ କେଉଁ ରାଶି ଉପରେ କ'ଣ ପ୍ରଭାବ ପକାଇବ ଚାଲନ୍ତୁ ଜାଣିବା ।
ମେଷ - ଆପଣ କାର୍ଯ୍ୟରେ ସଫଳତା ପାଇବେ । କଠିନ ପରିଶ୍ରମ କଲେ ଭଲ ଫଳ ମିଳିବାର ସମ୍ଭାବନା ରହିଛି । ହେଲେ ଏହି ସମୟରେ ଆପଣଙ୍କୁ ସତର୍କ ରହିବା ପାଇଁ ପଡିବ । ଟଙ୍କା ପଇସାକୁ ନେଇ ଚିନ୍ତାରେ ରହିବେ ।
ବୃଷ - ଏହି ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ କିଛି ଖାସ୍ ରହିବ ନାହିଁ । ଅର୍ଥହାନି ଘଟିବ ଏବଂ କଠିନ ପରିଶ୍ରମ କରିବାକୁ ପଡିପାରେ ।

ମିଥୁନ - ଏହି ସମୟରେ ଆପଣ କିଛି ଭଲ ଖବର ପାଇପାରିବେ । କର୍ମ କ୍ଷେତ୍ରରେ ନୂଆ ସୁଯୋଗ ମିଳିବ । ପାରିବାରିକ ମାହୋଲ କିଛି ଖାସ୍ ଭଲ ରହିବ ନାହିଁ ।
କର୍କଟ- ବର୍ଷର ଏହି ଶେଷ ଚନ୍ଦ୍ରଗ୍ରହଣ ଆପଣଙ୍କ ରାଶିରେ ଲାଗୁଛି । ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆପଣଙ୍କ ପାଇଁ କ୍ଷତିକାରକ । ମାନସିକ ଅବସାଦ ବଢାଇପାରେ । ସତର୍କ ରୁହନ୍ତୁ ।
ସିଂହ- ଏହି ଚନ୍ଦ୍ରଗ୍ରହଣ ଆପଣଙ୍କ ପାଇଁ ଶୁଭ ରହିବ । କ୍ୟାରିୟର-ବ୍ୟବସାୟରେ ଭଲ ଲାଭ ହୋଇପାରେ ।
କନ୍ୟା- ଏହି ରାଶିର ଲୋକଙ୍କୁ ଚନ୍ଦ୍ରଗ୍ରହଣ ଦେଖିବା ପାଇଁ ବାରଣ କରାଯାଇଛି । ସ୍ୱାସ୍ଥ୍ୟ ଉପରେ ନାକାରାତ୍ମକ ପ୍ରଭାବ ପଡିବ । ଟଙ୍କା ନଷ୍ଟ ହେବାର ମଧ୍ୟ ସମ୍ଭାବନା ରହିଛି ।
ତୁଳା - ଏହି ରାଶିର ଲୋକଙ୍କ ପାଇଁ ମଧ୍ୟ ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ କିଛି ଖାସ୍ ସୁଫଳ ଦେବ ନାହିଁ । ଏହାସହ ପାରିବାରିକ ସମସ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ ।
ବିଛା- ଆପଣଙ୍କୁ ଧୈର୍ଯ୍ୟବାନ ହେବାକୁ ପଡିବ, ନଚେତ୍ ଏହି ଚନ୍ଦ୍ରଗ୍ରହଣରେ ଆପଣଙ୍କୁ ଅନେକ କ୍ଷତି ସହିବା ପାଇଁ ପଡିପାରେ । ସଜାଗ ରୁହନ୍ତୁ ।
ଧନୁ -ଏହି ରାଶିକ ଲୋକଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ ।
ମକର- ଏହି ରାଶିର ଲୋକଙ୍କୁ ଟଙ୍କା ନଷ୍ଟ, କର୍ମକ୍ଷେତ୍ରରେ ଅପମାନର ସମ୍ମୁଖୀନ ହେବାକୁ ପଡିପାରେ ।
କୁମ୍ଭ- ଏହି ରାଶିର ଲୋକଙ୍କ ପାଇଁ ଲାଭ ଏବଂ ଭାଗ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି ।
ମୀନ- ଚନ୍ଦ୍ର ଗ୍ରହଣ ସମୟରେ ଆପଣଙ୍କୁ ସତର୍କ ରହିବା ପାଇଁ ପଡିବ । ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ । ଜୀବନରେ ସମସ୍ୟା ବଢିବାର ସମ୍ଭାବନା ରହିଛି ।












Click it and Unblock the Notifications