Get Updates
Get notified of breaking news, exclusive insights, and must-see stories!

ଚଳିତବର୍ଷର ପ୍ରଥମ ସୂର୍ଯ୍ୟ ପରାଗ : ଜାଣନ୍ତୁ କେଉଁ ରାଶି ଉପରେ ପଡିବ କଣ ପ୍ରଭାବ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ 10 ଜୁନ୍ ଅର୍ଥାତ ଗୁରୁବାର 2021 ହେବ । ଏହି ପରାଗରେ ରାଶିମାନଙ୍କ ଉପରେ କଣ ପ୍ରଭାବ ପକାଇବ ଏହାକୁ ନେଇ ଅନେକ ଅପେକ୍ଷା କରିଥାନ୍ତି ।

ଭୁବନେଶ୍ୱର । ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ 10 ଜୁନ୍ ଅର୍ଥାତ ଗୁରୁବାର 2021 ହେବ । ଚନ୍ଦ୍ରଗ୍ରହଣ ପରେ ଏହି ସୂର୍ଯ୍ୟ ପରାଗ ହେବ ବର୍ଷର ଦ୍ୱିତୀୟ ଗ୍ରହଣ । ଚଳିତ ବର୍ଷ ସମୁଦାୟ 4ଟି ଗ୍ରହଣ ପଡ଼ିବ । ସେଥିମଧ୍ୟରୁ 2 ଟି ଚନ୍ଦ୍ରଗ୍ରହଣ ଏବଂ 2 ଟି ସୂର୍ଯ୍ୟ ପରାଗ ହେବ । ଜ୍ୟୋତିର୍ବିଜ୍ଞାନ ଅନୁସାରେ ଏହି ସୂର୍ଯ୍ୟ ପରାଗରେ ପ୍ରାୟ 99 ପ୍ରତିଶତ ଚନ୍ଦ୍ରର ଛାଇରେ ଲୁଚି ରହିଥାଏ। ତେବେ 10 ଜୁନ୍ 2021ରେ ହେବାକୁ ଥିବା ସୂର୍ଯ୍ୟ ପରାଗ ଭାରତରେ ଆଂଶିକ ଦୃଶ୍ୟମାନ ହେବ । ଏହି ପରାଗରେ ରାଶିମାନଙ୍କ ଉପରେ କଣ ପ୍ରଭାବ ପକାଇବ ଏହାକୁ ନେଇ ଅନେକ ଅପେକ୍ଷା କରିଥାନ୍ତି । ପରାଗ ଦିନ ଏହି ରାଶିର ଲୋକମାନେ ଜଗିରଖି ଚଳିବାକୁ ପଡିବ ।

ସୂର୍ଯ୍ୟ ପରାଗ

ରାଶି ଉପରେ କଣ ରହିଛି ପ୍ରଭାବ:
ମେଷ-ପରାଗ ସମୟରେ ମେଷ ରାଶିର ବ୍ୟକ୍ତି ବିତର୍କରୁ ଦୂରେଇ ରୁହନ୍ତୁ।
ବୃଷ-ବୃଷର ରାଶିର ବ୍ୟକ୍ତିମାନେ ସୂର୍ଯ୍ୟ ପରାଗ ପାଇଁ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ନିଜର କ୍ୟାରିୟରକୁ ନେଇ ସତର୍କତା ହୁଅନ୍ତୁ।
ମିଥୁନ- ଏହି ରାଶିର ବ୍ୟକ୍ତି ବିଶେଷ ଆର୍ଥିକ ପ୍ରତିବନ୍ଧକର ସାମ୍ନା କରିବାକୁ ପଡିବ। ଧନ ହାନୀ ହେବାର ସମ୍ଭାବନା ରହିଛି। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ।
କର୍କଟ- କର୍କଟ ରାଶିର ବ୍ୟକ୍ତି ଅଧିକ ସତର୍କ ହେବା ଆବଶ୍ୟକ। ବିତର୍କ ଠାରୁ ଦୂରେଇ ରୁହନ୍ତୁ।ଶତ୍ରୁମାନଙ୍କଠାରୁ ଦୂରେଇ ରୁହନ୍ତୁ।
ସିଂହ- ସିଂହ ରାଶିର ବ୍ୟକ୍ତି ଆର୍ଥିକ ଲାଭ ପାଇପାରିବେ। ଧନ ଲାଭର ଯୋଗ ରହିଛି। ମନରେ ନକାରାତ୍ମକ ଚିନ୍ତାଧାରା ଆଣିବା ଠାରୁ ଦୂରେଇ ରୁହନ୍ତୁ।

ରାଶିଫଳ

କନ୍ୟା- କନ୍ୟା ରାଶିର ବ୍ୟକ୍ତିମାନେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଉଚିତ୍। କାହାକୁ ଋଣ ଦେବା ଠାରୁ ଦୂରେଇ ରୁହନ୍ତୁ।
ତୁଳା- ତୁଳା ରାଶିର ବ୍ୟକ୍ତି ଯତ୍ନର ସହ କାମ କରିବା ଉଚିତ୍। ମାନସିକ ଚାପରୁ ଦୂରେଇ ରୁହନ୍ତୁ।
ବିଛା- ବିଛା ରାଶିର ବ୍ୟକ୍ତି ମନକୁ ନିୟନ୍ତ୍ରଣରେ ରଖନ୍ତୁ ଏବଂ ନକାରାତ୍ମକ ଚିନ୍ତାଧାରାରୁ ଦୂରରେ ରୁହନ୍ତୁ।
ଧନୁ- ଧନୁ ରାଶିର ବ୍ୟକ୍ତି କ୍ୟାରିୟର ଏବଂ ଶିକ୍ଷାରେ ସଫଳତା ପାଇବେ। କଠିନ ପରିଶ୍ରମ କରିବା ଉଚିତ।
ମକର- ମକର ରାଶିର ବ୍ୟକ୍ତି ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଯେକୌଣସି କାମ କରୁଛନ୍ତି ତାକୁ ଭାବି ଚିନ୍ତା କରିବା ଉଚିତ।
କୁମ୍ଭ - କୁମ୍ଭ ରାଶିର ଲୋକମାନେ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। କାର୍ଯ୍ୟକ୍ଷେତ୍ରରେ ସତର୍କ ରୁହନ୍ତୁ।
ମୀନ- ମୀନ ରାଶିର ଲୋକମାନେ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିବେ। ଭାବିଚିନ୍ତି ନିଷ୍ପତ୍ତି ନେବା ଦରକାର।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+