Get Updates
Get notified of breaking news, exclusive insights, and must-see stories!

କୁମ୍ଭ ରାଶି ପ୍ରବେଶ କରିବେ ସୂର୍ଯ୍ୟ: ଜାଣନ୍ତୁ କେଉଁ ରାଶି ଉପରେ କିପରି ପଡିବ ପ୍ରଭାବ

Surya Gochar 2025: ଫେବୃଆରୀ ମାସରେ ସୂର୍ଯ୍ୟ ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିବାକୁ ଯାଉଛନ୍ତି। ମକର ରାଶି ଛାଡି ସଂକ୍ରାନ୍ତିଠାରୁ କୁମ୍ଭ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ । ଫେବ୍ରୁଆରୀ ୧୨ ତାରିଖ ବୁଧବାର ସଂକ୍ରାନ୍ତି ଦିନ କୁମ୍ଭ ରାଶିରେ ସୂର୍ଯ୍ୟ ପ୍ରବେଶ କରିବା ଯାଉଛନ୍ତି । ତେବେ କୁମ୍ଭ ରାଶିରେ ସୂର୍ଯ୍ୟଙ୍କ ଗୋଚର ପ୍ରଭାବ ପ୍ରାୟ ୧ ମାସ ପର୍ଯ୍ୟନ୍ତ ସମସ୍ତ ରାଶି ଉପରେ ଦେଖାଯିବ । ସୂଯ୍ର୍ୟ ଶକ୍ତି, ସମ୍ମାନର ଗ୍ରହ ହୋଇଥିବାରୁ, କ୍ୟାରିଅର ଏବଂ ବୈବାହିକ ଜୀବନ ଉପରେ ସୂର୍ଯ୍ୟଙ୍କର ଭିନ୍ନ ପ୍ରଭାବ ପଡ଼ିଥାଏ।

୧୨ ଫେବୃଆରୀ ୨୦୨୫ରେ ସୂର୍ଯ୍ୟ କୁମ୍ଭ ରାଶିରେ ପ୍ରବେଶ କରିବେ। ଏପରି ପରିସ୍ଥିତିରେ, ସୂର୍ଯ୍ୟ କୁମ୍ଭ ରାଶିରେ ପ୍ରବେଶ କଲେ କେଉଁ ରାଶି ଭାଗ୍ୟବାନ ହେବେ ଏବଂ କେଉଁ ରାଶି ଅସୁବିଧାର ସମ୍ମୁଖୀନ ହେବେ? ଚାଲନ୍ତୁ ଜାଣିବା ।

ମେଷ - କୁମ୍ଭ ରାଶି ପ୍ରବେଶ କରିବେ ସୂର୍ଯ୍ୟ ଯାହା ବେଶ ଭଲ ପ୍ରଭାବ ମେଷ ରାଶି ଉପରେ ପଡିବା ପାଇଁ ଯାଉଛି । ବୃତ୍ତିଗତ ଭାବରେ ଆପଣଙ୍କ ବ୍ୟବସାୟ ଏବଂ ଚାକିରି ପ୍ରତି ସଚ୍ଚୋଟ ରହିଲେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ସେହିପରି ଆପଣଙ୍କ ମାନ ସମ୍ମାନ ମଧ୍ୟ ବୃଦ୍ଧି ପାଇବ ।

Surya Gochar

ବୃଷ - ଏହି ସମୟ ମଧ୍ୟରେ ଆପଣଙ୍କୁ ଜୀବନର ଅନେକ କ୍ଷେତ୍ରରେ ଉନ୍ନତି ହେବ, ସଫଳତା ମିଳିବ । ଏହି ସମୟ ମଧ୍ୟରେ ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ ସମ୍ପୂର୍ଣ୍ଣ ସଫଳତା ମିଳିବା ସୁଯୋଗ ରହିଛି ।

ମିଥୁନ - କୁମ୍ଭ ରାଶି ପ୍ରବେଶ କରିବେ ସୂର୍ଯ୍ୟ ଯାହା ପ୍ରଭାବରେ ମିଥୁନ ରାଶିର ବ୍ୟକ୍ତିଙ୍କ ଜୀବନରେ ମଧ୍ୟ ଉତ୍ତର ସମୟ ରହିବ । ବ୍ୟବସାୟୀ ଲାଭ ରହିବେ । ଆପଣ ନୂତନ ପ୍ରକଳ୍ପଗୁଡ଼ିକୁ ସଫଳତାର ସହିତ ପରିଚାଳନା କରିପାରିବେ।

କର୍କଟ - ଆପଣଙ୍କୁ କିଛି ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏହି ସମୟ ମଧ୍ୟରେ ଆପଣଙ୍କର କିଛି ମୂଲ୍ୟବାନ ଜିନିଷ ହଜିଯିବାର ମଧ୍ୟ ସମ୍ଭାବନା ଅଛି। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ ।

ସିଂହ - ଆପଣଙ୍କ ବ୍ୟବସାୟ ଏବଂ କ୍ୟାରିୟରରେ ଆପଣଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆପଣଙ୍କ ବ୍ୟବସାୟ ଆପଣ ଆଶା କରିଥିବା ପରି ନ ମିଳିପାରେ ।

କନ୍ୟା - ଏହି ସମୟରେ ଆପଣଙ୍କ ଶତ୍ରୁମାନେ ଆପଣଙ୍କ ସହିତ ଝଗଡ଼ା କରିବାର ସମ୍ଭାବନା ରହିଛି । ସରକାରୀ ଚାକିରି କରୁଥିବା ବ୍ୟକ୍ତିମାନେ ଲାଭରେ ରହିବେ ।

ତୁଳା ରାଶି - ଯଦି ଆପଣ କୌଣସି ନିବେଶ କରିଛନ୍ତି ତେବେ ଆପଣ ଏଥିରୁ ଶୁଭ ଫଳ ପାଇବେ। କ୍ୟାରିୟର ଦୃଷ୍ଟିକୋଣରୁ, ଏହି ସମୟରେ ଆପଣଙ୍କୁ ଆପଣଙ୍କ କ୍ୟାରିୟରରେ ଭଲ ସୁଯୋଗ ମିଳିବ।

ବିଛା - କିଛି ଘରୋଇ ସମସ୍ୟାର ସମ୍ଭାବନା ଅଛି। ଏହି ସମୟରେ ଆପଣଙ୍କୁ ଭାବପ୍ରବଣ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିପାରେ।

ଧନୁ - ଭାଗ୍ୟ, ସୌଭାଗ୍ୟ ଏବଂ ଆଧ୍ୟାତ୍ମିକତାର ନବମ ଘରେ ସୂର୍ଯ୍ୟଙ୍କ ଦୃଷ୍ଟି ଆପଣଙ୍କ ଭାଗ୍ୟକୁ ସୁଦୃଢ଼ ​​କରିବ ଏବଂ ଆପଣଙ୍କ କ୍ୟାରିଅରକୁ ଉନ୍ନତ ହେବ ।

ମକର - ଆର୍ଥିକ ସମସ୍ୟା ଦେଖାଦେବ । ପରିବାର ମଧ୍ୟରେ ବିବାଦ କିମ୍ବା ଭୁଲ ବୁଝାମଣାର ସମ୍ଭାବନା ରହିଛି ।

କୁମ୍ଭ - ଏହି ସମୟରେ କୁମ୍ଭ ରାଶିର ଲୋକଙ୍କୁ ସତର୍କ ରହିବାକୁ ପଡିବ । କିଠି ଭୁଲ ନିଷ୍ପତ୍ତି ନେଇପାରନ୍ତି । ଏହା ଭବିଷ୍ୟତରେ ଆପଣଙ୍କୁ ଅସୁବିଧାରେ ପକାଇପାରେ।

ମୀନ - ଆର୍ଥିକ ଦୃଷ୍ଟିରୁ ସମୟ ଅନୁକୂଳ ରହିବ। ଆପଣଙ୍କୁ କିଛି ଅଣଯୋଜନା ଖର୍ଚ୍ଚାନ୍ତର ସମ୍ମୁଖୀନ ହେବା ପାଇଁ ପଡିପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+