ମେଷ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ ଦେବତା, ୫ଟି ରାଶିରେ ଲାଗି ରହିବ ଆର୍ଥିକ ସଙ୍କଟ
Surya Gochar 2025: ଚଳିତ ବର୍ଷ ସୂର୍ଯ୍ୟ ୧୪ ଏପ୍ରିଲ ସକାଳ ୩:୨୧ ରେ ମେଷ ରାଶିରେ ପ୍ରବେଶ କରିବେ। ମେଷ ରାଶି ସୂର୍ଯ୍ୟଙ୍କର ଉଚ୍ଚ ରାଶି, କିନ୍ତୁ ଏହାର ପ୍ରଭାବ ପ୍ରତ୍ୟେକ ରାଶି ଉପରେ ସମାନ ହେବ ନାହିଁ। କିଛି ରାଶି ପାଇଁ ଲାଭଦାୟକ ହେବ ହେଲେ କିଛି ରାଶି ଲୋକଙ୍କୁ ପାଇଁ ଆଣିବ ସମସ୍ୟା । ମାନସିକ ଚାପ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
କନ୍ୟା ରାଶି-ମେଷ ରାଶିରେ ସୂର୍ଯ୍ୟଙ୍କ ପ୍ରବେଷ ସମୟରେ ଅଷ୍ଟମ ଘରେ ସୂର୍ଯ୍ୟଙ୍କ ଉପସ୍ଥିତି ଯୋଗୁଁ ଏହି ରାଶିର ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। - କଠିନ ପରିଶ୍ରମ ସତ୍ତ୍ୱେ, ଆପଣଙ୍କୁ ସଫଳତା ମିଳିବ ନାହିଁ। କାମରେ ବାରମ୍ବାର ବାଧା ସୃଷ୍ଟି ହେବ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ । ସେହିପରି ବ୍ୟବାହିକ ଜୀବନରେ ସମସ୍ୟା ଦେଖାଦେବ ।
ତୁଳା ରାଶି - କ୍ୟାରିୟର ଏବଂ ବ୍ୟବସାୟରେ ଆପଣଙ୍କୁ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ିପାରେ। ଉତ୍ତମ ଫଳାଫଳ ପାଇବେ ନାହିଁ ମାନସିକ ଚାପରେ ରହିବେ । ଛୋଟ ଛୋଟ କଥାକୁ ନେଇ ବୈବାହିକ ଜୀବନରେ କଳହ ସୃଷ୍ଟି ହୋଇପାରେ। ପାରିବାରିକ ମାହୋଲ ମଧ୍ୟ ଆପଣଙ୍କୁ କଷ୍ଟ ଦେବ । ସୂର୍ଯ୍ୟଙ୍କ ନକାରାତ୍ମକ ପ୍ରଭାବରୁ ରକ୍ଷା ପାଇବା ପାଇଁ, ଆପଣଙ୍କର ପ୍ରତିକ୍ରିୟାଗୁଡ଼ିକରେ ଶାନ୍ତ ଏବଂ ସଂଯମ ରହିବା ଗୁରୁତ୍ୱପୂର୍ଣ୍ଣ।

ଧନୁ ରାଶି- କର୍ମକ୍ଷେତ୍ରରେ କଠିନ ପରିଶ୍ରମ ସତ୍ତ୍ୱେ, ପଦୋନ୍ନତିରେ ବିଳମ୍ବ ହୋଇପାରେ। ପିଲାମାନଙ୍କ ପାଠପଢ଼ା କିମ୍ବା ସେମାନଙ୍କ ଆଚରଣକୁ ନେଇ ଚିନ୍ତାରେ ରହିବେ । କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସନ୍ଦେହ କିମ୍ବା ଦ୍ୱନ୍ଦ୍ୱର ରହିବେ । ସକାରାତ୍ମକ ମନୋଭାବ ବଜାୟ ରଖିବା ଏବଂ ସଠିକ୍ ସମୟକୁ ଅପେକ୍ଷା କରିବା ଲାଭଦାୟକ ହେବ।
ମକର ରାଶି - ପରିବାର, ମାତା ଏବଂ ସମ୍ପତ୍ତି ସହିତ ଜଡିତ ସମସ୍ୟା ଦେଖା ଦେବ । ଭାଗ୍ୟ ଦୁର୍ବଳ ରହିବ । ପାରିବାରିକ ମାହୋଲ କିଛି ଖାସ ଭଲ ରହିବ ନାହିଁ । ବିଶେଷକରି ମା'ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ମାନସିକ ଅସ୍ଥିରତା ଲାଗି ରହିବ ।
କୁମ୍ଭ: ନିଯୁକ୍ତି ପାଇଥିବା ଲୋକଙ୍କୁ ଲକ୍ଷ୍ୟ ଏବଂ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ। ଭାଗ୍ୟ ଦୁର୍ବଳ ରହିବ, ଯାହା ଫଳରେ କାମରେ ବିଳମ୍ବ ହୋଇପାରେ। - ବ୍ୟବସାୟରେ ସ୍ଥିରତା ବଜାୟ ରଖିବା କଷ୍ଟକର ହୋଇପାରେ, କିନ୍ତୁ ଆପଣଙ୍କ ଜୀବନସାଥୀଙ୍କ ସମର୍ଥନରେ କିଛି ଉନ୍ନତି ସମ୍ଭବ। ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।
ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଚିନ୍ତାଧାରା ସଫଳତା ଦେବ ।












Click it and Unblock the Notifications