ଆଜି ଆସନ୍ତୁ ଜାଣିବା ରବିବାର ଦିନ ସୂର୍ଯ୍ୟ ପୂଜାର ମହତ୍ତ୍ଵ
ରବିବାର ଦିନ ସୂର୍ଯ୍ୟ ପୂଜା କରିବା ଦ୍ଵାରା ଆମ ଜୀବନରେ ଜାଗ୍ରତ ହୋଉଥିବା ଶକ୍ତିର ସଂଚାର ଓ ସମସ୍ତ ସଙ୍କଟ ଦୂର ହୋଇଥାଏ । ରବିବାର ଦିନଟି ସୂର୍ଯ୍ୟ ଦେବଙ୍କୁ ସମର୍ପିତ କରାଯାଏ । ସୂର୍ଯ୍ୟ ଦେବଙ୍କ ଆଲୋକରେ ସାରା ବିଶ୍ବ ଆଲୋକିତ ହୋଇଥାଏ । ସୂର୍ଯ୍ୟଙ୍କ ଉପାସନା ଦ୍ୱାରା ଯାଶ ଓ ଆରୋଗ୍ୟ ଲାଭ ହୋଇଥାଏ ।

ବାସ୍ତୁ ଶାସ୍ତ୍ରରେ ସୂର୍ଯ୍ୟଙ୍କ ଉପାସନା କୁ ନେଇ କିଛିଟା ଉପାୟ କୁହାଯାଇଛି । କୁହାଯାଇଛି ଯେ ଯଦି ଆପଣ ସପ୍ତାହ ସାରା ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିପାରୁ ନାହାନ୍ତି ତେବେ ରବିବାର ଦିନ ତମ୍ବା ପାତ୍ରରେ ଜଳ ଅର୍ପଣ କରନ୍ତୁ । ଜଳ ଅର୍ପଣ କରିବା ସମୟ ରେ ସୂର୍ଯ୍ୟ ମନ୍ତ୍ର ଜପ କରନ୍ତୁ । ରବିବାର ଦିନ ଘରର ସମସ୍ତ ସଦସ୍ୟ ମଥାରେ ଚନ୍ଦନ ଲଗାଇବା ଉଚିତ୍ । ରବିବାର ଦିନ ବ୍ରତ କରିବା ଦ୍ୱାରା କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହୋଇଥାଏ ।

ରବିବାର ଦିନ ଆଦିତ୍ୟ ହୃଦୟ ମନ୍ତ୍ର ଜପ କରିବା ଉଚିତ୍ । କାରଣ ଚକ୍ଷୁ ଓ ଚର୍ମ ରୋଗରୁ ଆରମ୍ ମିଳିଥାଏ । ଗୁରୁଜନ ମାନଙ୍କ ଆଶୀର୍ବାଦ ଗ୍ରହଣ କରିବା ଉଚିତ୍ । ରବିବାର ଦିନ ତମ୍ବା ପାତ୍ର , ଗହମ , ତେଲ ଇତ୍ୟାଦି ଗରିବକୁ ଦାନ ଦିଆଯିବା ଉଚିତ୍ । ଏପରି କରିବା ଦ୍ବାରା ଘରୁ ବିପଦ ଦୂରେଇ ଯାଏ । ରବିବାର ଦିନ ପୀପଲ୍ ଗଛ ତଳେ ଦ୍ଵିପ ଜଳାଇବା ଦ୍ଵାରା ପଦ ପ୍ରତିଷ୍ଠା ଲାଭ ହୋଇଥାଏ । ସନ୍ତାନ ମାନଙ୍କ ଉନ୍ନତି ପାଇଁ ରବିବାର ଦିନ ନିଜ ଘରେ ବିଶେଷ ଭାବରେ ସୂର୍ଯ୍ୟ ପୂଜା କରନ୍ତୁ । ସୂର୍ଯ୍ୟ ଦେବ ଯଶ , ଆୟୁ , ସଫଳତା ଦେଇ ଥାଆନ୍ତି। ଓଁ ସୂର୍ଯ୍ୟ ଦେବାୟ ନମଃ












Click it and Unblock the Notifications