ଭାରତରେ ଦୃଶ୍ୟମାନ ହେଲା ସୂର୍ଯ୍ୟ ପରାଗ
ଭାରତରେ ଦୃଶ୍ୟମାନ ହେଲା ସୂର୍ଯ୍ୟ ପରାଗ
ଭୁବନେଶ୍ୱର: ଭାରତରେ ଦୃଶ୍ୟମାନ ହେଲା ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ । ବିଭିନ୍ନ ସ୍ଥାନରେ ଲୋକମାନେ ସୂର୍ଯ୍ୟ ପରାଗରର ଚମତ୍କାର ଦୃଶ୍ୟ ଦେଖୁଛନ୍ତି । ସୁରକ୍ଷାମୂଳକ ଚଷମା ବିନା ସୂର୍ଯ୍ୟ ପରାଦ ସମୟରେ ସିଧାସଳଖ ସୂର୍ଯ୍ୟକୁ ଦେଖିବା ଅନୁଚିତ୍ । ଏପରି କରିବା ଦ୍ୱାରା ଆଖି ନଷ୍ଟ ହେବାର ସମ୍ଭାବନା ଥାଏ । ଭାରତରେ ବର୍ତ୍ତମାନ ସୁଦ୍ଧା ନୂଆଦିଲ୍ଲୀ, ବେଙ୍ଗାଲୁରୁ, କୋଲକାତା, ଚେନ୍ନାଇ, ଉଜୈନ, ଭୁବନେଶ୍ୱର ଭଳି ଅଞ୍ଚଳରେ ଦେଖାଯାଇସାରିଛି । ଭାରତର ସୂର୍ଯ୍ୟପରାଗ ପାଖାପାଖି ଏକ ଘଣ୍ଟା ୪୦ ମିନିଟ ରହିବ ସେହିପରି ଭୁବନେଶ୍ୱରରେ ୨୦ ମିନିଟ୍ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ।

ସୂଚନା ଅନୁସାରେ ଅପରାହ୍ନ ୨ଟା ୨୯ ମିନିଟରେ ପ୍ରଥମେ ଆଇସଲାଣ୍ତରେ ଦୃଶ୍ୟମାନ ହୋଇଥିଲା ସୂର୍ଯ୍ୟ ପରାଗ । ଭାରତରେ ଏହି ସୂର୍ଯ୍ୟ ପରାଗ ଅପରାହ୍ନ ୪ ଟା ୨୯ ମିନିଟରୁ ଆରମ୍ଭ ହୋଇସାରିଛି । ଯାହା ସନ୍ଧ୍ୟା ୬ଟା ୯ ମିନିଟରେ ଶେଷ ହେବା ନେଇ ସୂଚନା ରହିଛି । ତେବେ ପ୍ରତିବର୍ଷ ୪ରୁ ୫ଟି ସୂର୍ଯ୍ୟ ପରାଗ ଏବଂ ୨ ବା ୩ଟି ଚନ୍ଦ୍ରଗ୍ରହଣ ଘଟିଥାଏ ।












Click it and Unblock the Notifications