ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ: ଏହି ୩ଟି ରାଶିର ବଦଳିବ ଭାଗ୍ୟ
Surya Parag 2023: ୨୦୨୩ର ପ୍ରଥମ ସୂର୍ଯ୍ୟ ପରାଗ, ଏପ୍ରିଲ୍ ୨୦ରେ ଲାଗିବା ପାଇଁ ଯାଉଛି । ଏହି ପରାଗ ମେଷ ରାଶି, ଅଶ୍ୱିନୀ ନକ୍ଷେତ୍ରରେ ଘଟିବା ପାଇଁ ଯାଉଛି । ସୂର୍ଯ୍ୟ ପରାଗ ହେଉ ବା ଚନ୍ଦ୍ର ଗ୍ରହଣ ମନୁଷ୍ୟ ଜୀବନରେ ଏହାର ପ୍ରଭାବ ନିଶ୍ଚୟ ପଡିଥାଏ । ତେବେ ଚାଲନ୍ତୁ ଦେଖିବା ଏହି ସୂର୍ଯ୍ୟ ପରାଗର ପ୍ରଭାବ କେଉଁ କେଉଁ ରାଶି ଉପରେ ପଡିବା ପାଇଁ ଯାଉଛି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଭାରତରେ ଏହି ପରାଗର କୌଣସି ମାନ୍ୟ ନାହିଁ ହେଲେ ବି ଏହାର ପ୍ରଭାବ ଅନେକ ରାଶି ଉପରେ ପଡିବ । ସମଗ୍ର ୧୨ଟି ରାଶି ଉପରେ ଏହାର ପ୍ରଭାବ ପଡିବ । ଏପ୍ରିଲ୍ ୨୦ ରେ ଏହି ସୂର୍ଯ୍ୟ ପରାଗ ଦକ୍ଷିଣ ପ୍ରଶାନ୍ତ ମହାସାଗର ଦେଶ ଚୀନ୍, ଆମେରିକା, ମାଲେସିଆ, ଜାପାନ, ସାମୋଆ, ଫିଜି, ସିଙ୍ଗାପୁର, ଥାଇଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଆଣ୍ଟାର୍କଟିକା, ନ୍ୟୁଜିଲ୍ୟାଣ୍ଡ, ଇଣ୍ଡୋନେସିଆ, ଫିଲିପାଇନ୍ସ, ଦକ୍ଷିଣ ଭାରତ ମହାସାଗରରେ ଦୃଶ୍ୟମାନ ହେବ।

ମେଷ ରାଶି
ଏପ୍ରିଲ୍ ୨୦ରେ ଲାଗିବା ପାଇଁ ଯାଉଥିବା ସୂର୍ଯ୍ୟ ପରାଗର ପ୍ରଭାବ ମେଷ ରାଶି ଉପରେ ଅଧିକ ପଡିବା ପାଇଁ ଯାଉଛି । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ, ଖାସ କରି ମାନସିକ ଚିନ୍ତା ବଢିପାରେ । ଏହି ରାଶିର ବ୍ୟକ୍ତିଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବା ପାଇଁ ପଡିବ । ସେହି ପରି ବ୍ୟବସାୟରେ ମଧ୍ୟ କ୍ଷତି ସହିବା ପାଇଁ ପଡିବ । ତେବେ ମହାଦେବଙ୍କର ଆରାଧନା କରନ୍ତୁ ଯାହା ଦ୍ୱାରା ଏହି ପରାଗର ପ୍ରଭାବ କମ୍ ପଡିବ । ବିଦ୍ୟାର୍ଥୀଙ୍କ ଚିନ୍ତା ବୃଦ୍ଧି ପାଇବ ।
ବୃଷ ରାଶି
ସୂର୍ଯ୍ୟ ପରାଗର ଶୁଭ ଫଳ ଏହି ରାଶି ଉପରେ ପଡିବ । ଚାକିରୀରେ ପଦୋନ୍ନତି, ଧନ ଲାଭ, ସକାରାତ୍ମକ ବାତାବରଣ, ଶୁଭ ସମାଚର ମିଳିବ । ହେଲେ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ପାଇଁ ପଡିବ । ସୂର୍ଯ୍ୟ ପରାଗ ଲାଗିବା ସମୟରେ ବିଷ୍ଣୁ ସହସ୍ର ନାମର ପାଠ କରନ୍ତୁ ।

ମିଥୁନ ରାଶି
ସୂର୍ଯ୍ୟପରାଗ କାରଣରୁ ଏହି ରାଶିର ବ୍ୟକ୍ତିଙ୍କୁ ଧନ ଲାଭ ହେବ । ଦୂର ଯାତ୍ରା କରିପାରନ୍ତି । ବକେୟା ଟଙ୍କା ଫେରି ପାଇବେ । ପାରିବାରିକ ସ୍ଥିତି ଭଲ ରହିବା ସହ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ରାଜନୈତିକ ଏବଂ ବ୍ୟବସାୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଏହି ପରାଗର ବିଶେଷ ଶୁଭ ଫଳ ମିଳିବ । ମାନ ସମ୍ମାନ ବୃଦ୍ଧି ପାଇବା ସହ ନୂତନ ଆୟର ଉତ୍ସ ମଧ୍ୟ ଖୋଲିବ ।
ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୨୦ ଏପ୍ରିଲ ଗୁରୁବାର ଦିନ ଲାଗିବା ପାଇଁ ଯାଉଛି । ଏହି ସୂର୍ଯ୍ୟ ପରାଗ ୨୦ ଏପ୍ରିଲ ସକାଳ ୭.୦୪ ରୁ ୧୨.୨୯ ପର୍ଯ୍ୟନ୍ତ ଲାଗିବା ପାଇଁ ଯାଉଛି ।












Click it and Unblock the Notifications