୨୫ ଅକ୍ଟୋବରରେ ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ, ଦୀପାବଳିରେ ଲାଗିବ ପରାଗ
ଚଳିତ ବର୍ଷ ଅର୍ଥାତ୍ ୨୦୨୨ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ ୨୫ ଅକ୍ଟୋବର ମଙ୍ଗଳବାର ଦିନ ହେବ । ଏହି ସୂର୍ଯ୍ୟ ପରାଗ ୨୫ ଅକ୍ଟୋବର ରାତି ୪:୨୯ରୁ ଆରମ୍ଭ ହୋଇ ସନ୍ଧ୍ୟା ୫:୪୨ରେ ଶେଷ ହେବ ।
ଭୁବନେଶ୍ୱର: ଚଳିତ ବର୍ଷ ଅର୍ଥାତ୍ ୨୦୨୨ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ ୨୫ ଅକ୍ଟୋବର ମଙ୍ଗଳବାର ଦିନ ହେବ । ଏହି ସୂର୍ଯ୍ୟ ପରାଗ ୨୫ ଅକ୍ଟୋବର ରାତି ୪:୨୯ରୁ ଆରମ୍ଭ ହୋଇ ସନ୍ଧ୍ୟା ୫:୪୨ରେ ଶେଷ ହେବ । ଏସିଆ, ୟୁରୋପର ଦକ୍ଷିଣ-ପଶ୍ଚିମ ଭାଗରେ, ଆଟଲାଣ୍ଟିକ୍, ଆଫ୍ରିକା ମହାଦେଶର ଉତ୍ତର-ପୂର୍ବ ଭାଗରେ ଏହି ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ। ନୂଆଦିଲ୍ଲୀ, ବେଙ୍ଗାଲୁର, କୋଲକାତା, ଚେନ୍ନାଇ, ଉଜ୍ୱୈନ, ବାରଣାସୀ ଓ ମଥୁରାରେ ଏହି ପରାଗ ଦେଖାଯିବ । ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଏହି ସୂର୍ଯ୍ୟ ପରାଗ ଭାରତର କିଛି ଅଞ୍ଚଳରେ ଦେଖାଯିବ, ତେଣୁ ଏହି ସୂର୍ଯ୍ୟ ପରାଗ ଓ ସୂତକ ସମୟର ପ୍ରଭାବ ବୈଧ ହେବ ।

କାର୍ତ୍ତିକ ମାସରେ ଅକ୍ଟୋବର ୨୫ ମଙ୍ଗଳବାର ଦିନ ସମସ୍ତ ରାଜ୍ୟରେ ଆଂଶିକ ସୂର୍ଯ୍ୟଗ୍ରହଣ ଦେଖାଯିବ । ଅପରାହ୍ନ ୨.୨୮ ରୁ ଆରମ୍ଭ ହେବ ଏବଂ ଅପରାହ୍ନ ୪.୨୯ ରେ ଏହାର ଶିଖରରେ ରହିବ । ଏହା ସନ୍ଧ୍ୟା ୬.୩୨ ପର୍ୟ୍ୟନ୍ତ ଚାଲିବ । ତେଣୁ, ମନ୍ଦିର ଏବଂ ଘରେ ଦେବନୀତି ଗ୍ରହଣ ଶେଷ ପର୍ଯ୍ୟନ୍ତ ପାକ ନିଷେଧ କରାଯିବ । ବାଳ, ବୃଦ୍ଧ ଓ ରୋଗିମାନଙ୍କ ପାଇଁ ଉକ୍ତ ନିୟମ ଉଲଙ୍ଘନିୟ । ପୁରୀକୁ ଗ୍ରହଣ ସ୍ପର୍ଶ ମଙ୍ଗଳ ବାର ୨୫.୧୦.୨୦୨୨ ସନ୍ଧ୍ୟା ୪.୫୬.୫୨ ସେକେଣ୍ତ । ଗ୍ରହଣ ମଧ୍ୟ କାଳ ସନ୍ଧ୍ୟା ୫.୪୩.୪୬ ସେକେଣ୍ତ । ସର୍ବମୋକ୍ଷ ସନ୍ଧ୍ୟା ୬.୨୫.୫୨ ସେକେଣ୍ତ । ଗ୍ରହଣ ଆଦ୍ୟ ଅନ୍ତକାଳ ୧.୩୦ ମିନିଟ୍ । ବୁଧବାର ସୂର୍ଯ୍ୟୋଦୟ ପରେ ସକାଳ ୫.୪୮ ସେକେଣ୍ତ ପରେ ସୂର୍ଯ୍ୟ ଦର୍ଶନ କରି ଦେବନୀତି ଏବଂ ରୋଷେଇକର୍ମ ଆରମ୍ଭ ହେବ । ଅନ୍ୟପଟେ କାର୍ତ୍ତିକ ପୂର୍ଣ୍ଣିମାରେ ପରମ୍ପରା ମୁତାବକ ଡଙ୍ଗାଭସା ପାଇଁ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ଜ୍ୟୋତିର୍ବିଦ । ସେହିପରି ଦୀପାବଳିକୁ ନେଇ ସମସ୍ତଙ୍କ ମନରେ ଆଶଙ୍କା ଥିବା ବେଳେ ଉଭୟ ଦୀପାବଳି ଓ କାର୍ତ୍ତିକ ପୂର୍ଣ୍ଣିମା ପାଳନ ହୋଇପାରିବ ।
ଆଂଶିକ ସୂର୍ଯ୍ୟପରାଗ ସମସ୍ତ ଜାଗାରେ ଏହା ଦୃଶ୍ୟମାନ ହେବ । ୨୫ ତାରିଖ ସନ୍ଧ୍ୟା ୪ଟା ୫୬ରେ ଆରମ୍ଭ ହୋଇ ଏହା ୫ଟା ୧୬ ମିନିଟରେ ସରିବ । ଖାଲି ଆଖିରେ ଏହି ସୂର୍ଯ୍ୟପରାଗ ନ ଦେଖିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ବର ପ୍ଲାନେଟୋରିୟମ ଉପ ନିର୍ଦ୍ଦେଶକ ଡକ୍ଟର ଇଂଜିନିୟର ଶୁଭେନ୍ଦୁ ପଟ୍ଟନାୟକ । ୮ ତାରିଖ ଦିନ ଚନ୍ଦ୍ର ଗ୍ରହଣ ସନ୍ଧ୍ୟା ୫ଟା ୫ ମିନିଟରୁ ଆରମ୍ଭ ହୋଇ ୭ ଟା ୨୬ ମିନିଟରେ ଶେଷ ହେବ ।
ଦୀପାବଳି ଓ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିପାରିବେ
ଚଳିତ ବର୍ଷ ଦୀପାବଳି ଅମାବାସ୍ୟାରେ ସୂର୍ଯ୍ୟପରାଗ ପଡୁଥିବା କାରଣରୁ ଦେବନୀତି ଓ ପାକନିଷେଧ ରହିବ । ୨୪ ତାରିଖ ସନ୍ଧ୍ୟା ସୁଦ୍ଧା ଅମାବାସ୍ୟା ତିଥି ପ୍ରବେଶ କରୁଥିବାରୁ ଆଲୋକ ପର୍ବ ପାଳନ ହୋଇପାରିବ । ସେହିପରି ବଡ଼ବଡୁଆ ଡାକ, ଦୀପଦାନ ଶ୍ରାଦ୍ଧ ଏବଂ ଶ୍ୟାମାକାଳୀ ପୂଜା ମଧ୍ୟ ହୋଇପାରିବ । ଶାସ୍ତ୍ର ଅନୁସାରେ ଅକ୍ଟୋବର ୨୫ ଅମାବାସ୍ୟାରେ ପଡୁଛି କେତୁଗ୍ରସ୍ତ ଖଣ୍ଡ ଗ୍ରାସ ସୂର୍ଯ୍ୟ ପରାଗ ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା











Click it and Unblock the Notifications