Shani Dev: ୨୦୨୫ରେ ଏହି ରାଶି ଉପରେ ରହିବ ଶନିଙ୍କ ନଜର
Shani Dev: ୨୦୨୫ ମସିହା ଆରମ୍ଭ ହେବାକୁ ଯାଉଛି । ଏହି ବର୍ଷ ରହିବ ଶନିଙ୍କ ରାଜ । ଯେଉଁମାନେ ଶନି ଦେବଙ୍କୁ ହାଲୁକାରେ ନେଉଛନ୍ତି ସେମାନେ ହୋଇଯାଆନ୍ତୁ ସତର୍କ । କାରଣ କର୍ମ, ପରିଶ୍ରମ, ସମୟର ରହିବ ଖାସ ଭୂମିକା । ୨୦୨୫ ରେ ଦୀର୍ଘ ସମୟ ପରେ ଶନି ବଦଳାଇବେ ନକ୍ଷତ୍ର । ଯାହାର ପ୍ରଭାବ ଅନେକ ରାଶି ଉପରେ ପଡିବ । ମାର୍ଚ୍ଚ ୨୯ ତାରିଖ ୨୦୨୫ରେ ଶନି କୁମ୍ଭ ଛାଡି ମୀନ ରାଶିରେ ପ୍ରବେଶ କରିବେ ଏବଂ ୨୦୨୭ ପର୍ଯ୍ୟନ୍ତ ଏହି ରାଶିରେ ରହିବେ । ୨୦୨୫ ମସିହାରେ ଶନି ନକ୍ଷତ୍ରକୁ ତିନିଥର ପରିବର୍ତ୍ତନ କରିବେ ।
ମେଷ ରାଶି - ୨୦୨୫ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଶନି ଆପଣଙ୍କ ସପକ୍ଷରେ ରହିବେ । ଏହି ସମୟରେ ଆପଣ ଲାଭରେ ରହିବେ, ଜୀବନରେ କୌଣସି କଷ୍ଟ ରହିବ ନାହିଁ । ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଆପଣଙ୍କର ସମସ୍ତ ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ । ହେଲେ ଅନ୍ୟାୟ ବା ନିୟମ ବିରୁଦ୍ଧରେ ଯାଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ଏରି କରିବା ଦ୍ବାରା ଆପଣଙ୍କ ଜୀବନରେ ସମସ୍ୟା ବୃଦ୍ଧି ପାଇପାରେ କାରଣ ମାନ୍ୟତା ରହିଛି ଶନି ଭଗବାନ ଦଣ୍ଡ ଦେବାରେ କେବେ ବିଳମ୍ବ କରନ୍ତି ନାହିଁ । ନିୟମିତ ଶନି ମନ୍ଦିରରେ ଶନି ଦେବଙ୍କୁ ତେଲ ଚଢାନ୍ତୁ ଏବଂ ପଶୁ ଓ ପକ୍ଷୀମାନଙ୍କୁ ଖାଇବା ଏବଂ ପାଣି ଦିଅନ୍ତୁ ।

ସିଂହ ରାଶି- ଜାନୁୟାରୀରୁ ମାର୍ଚ୍ଚ ୨୦୨୫ ଯାଏଁ କିଛି ଖାସ କାର୍ଯ୍ୟ କରନ୍ତୁ ନାହିଁ । ହେଲେ ଏପ୍ରିଲ ୨୦୨୫ରେ ଶୁଭ ଫଳାଫଳ ଦେବ । ତେବେ ମହିଳାମାନଙ୍କୁ ଅସମ୍ମାନ କରନ୍ତୁ ନାହିଁ । ମହିଳାମାନଙ୍କୁ ସମ୍ମାନ ଦିଅନ୍ତୁ । ସମାଲୋଚନାରୁ ଦୂରରେ ରୁହନ୍ତୁ ଏବଂ କାହାର ସଫଳତାରେ ଇର୍ଷା କରନ୍ତୁ ନାହିଁ । ଯଦି ଆପଣ ଏପରି କରିବେ ଖୁବ୍ ଶୀଘ୍ର ଭଗବାନ ଶନିଙ୍କ କୃପା ପ୍ରାପ୍ତ କରିବେ । ଶନିବାର ଦିନ ଦାନ ଇତ୍ୟାଦି କରନ୍ତୁ ।
କୁମ୍ଭ ରାଶି- ୨୦୨୫ ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହେବ । ହେଲେ ମାର୍ଚ୍ଚ ମାସ ପରେ । କେତେକ କ୍ଷେତ୍ରରେ ଆପଣଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପଡିବ । ଏହି ବର୍ଷ, ଶନି ଦେବ ଆପଣଙ୍କ ଜୀବନର ଅନେକ ସମସ୍ୟା ଦୂର କରିବେ । ବ୍ୟବସାୟ ଏବଂ ଚାକିରି ପାଇଁ ଭଲ ସଙ୍କେତ ଅଛି । ଧାର୍ମିକ ଯାତ୍ରା କରିପାରନ୍ତି । ଯେଉଁମାନେ ନୂତନ ଚାକିରି କିମ୍ବା ଚାକିରି ବଦଳାଇବାକୁ ଚାହୁଁଛନ୍ତି ସେମାନେ ମେ'ମାସ ପରେ ଏହି ପରିବର୍ତ୍ତନ କରିପାରିବେ । ଶନିଙ୍କ ଆଶୀର୍ବାଦ ପାଇବା ପାଇଁ ଗରିବ ଲୋକଙ୍କୁ ଦାନ କରନ୍ତୁ । ଯେଉଁମାନେ କଠିନ ପରିଶ୍ରମ କରୁଥିବା ଲୋକଙ୍କୁ ପୋଷାକ ଇତ୍ୟାଦି ଦାନ କରନ୍ତୁ ।












Click it and Unblock the Notifications