Get Updates
Get notified of breaking news, exclusive insights, and must-see stories!

Shani Dev: ଏହି ସମସ୍ତ ରାଶି ଉପରେ ହେବ ଶନିଙ୍କ କୃପା, ହେଲେ କରନ୍ତୁ ନାହିଁ ଏହି ଭୁଲ୍

Shani Dev: ଶାସ୍ତ୍ରରେ ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି ବିବେଚନା କରାଯାଏ । ତାଙ୍କୁ କର୍ମଫଳ ଦାତା ବୋଲି ମଧ୍ୟ କୁହାଯାଏ । ବାସ୍ତବରେ, ଶନି ଦେବଙ୍କୁ ନଅ ଗ୍ରହ ମଧ୍ୟରୁ ସବୁଠାରୁ ନିଷ୍ଠୁର ବୋଲି ବିବେଚନା କରାଯାଏ । ଶନି ଦେବ ସମସ୍ତ ଗ୍ରହମାନଙ୍କ ମଧ୍ୟରେ ମନ୍ଥର ଗତିରେ ଗତି କରନ୍ତି, ତେଣୁ ଏହାର ଶୁଭ ଏବଂ ଅଶୁଭର ପ୍ରଭାବ ମଧ୍ୟ ଯେକୌଣସି ରାଶି ଚିହ୍ନ ଉପରେ ଦୀର୍ଘ ସମୟ ଧରି ରହିଥାଏ ।

ମାନ୍ୟତା ରହିଛି ଯେ, ଶନିଙ୍କ ଦୃଷ୍ଟି ଯେଉଁ ରାଶି ଉପରେ ପଡିଥାଏ , ତାଙ୍କୁ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ହେଲେ କିଛି ପରିସ୍ଥିତି ଅଛି ଯେତେବେଳେ ଶନି ଦେବ ଲାଭଦାୟକ ଏବଂ କିଛି ଏପରି ରାଶି ଅଛି ଯାହା ଶନି ଦେବଙ୍କ ପାଇଁ ପ୍ରିୟ ଏବଂ ସେ ସର୍ବଦା ସେମାନଙ୍କ ଉପରେ ଆଶୀର୍ବାଦ କରିଥାନ୍ତି । ଏହିପରି ଲୋକଙ୍କ ଜୀବନରେ ସବୁବେଳେ ସୁଖ ରହିଥାଏ ଏବଂ ଧନର କମି ରହି ନଥାଏ । ତେବେ ନ୍ୟାୟର ଦେବତା ହୋଇ ଶନି ଦେବ ମଧ୍ୟ ଅନ୍ୟାୟ କାର୍ଯ୍ୟ ପାଇଁ ଦଣ୍ଡ ଦିଅନ୍ତି। ତେଣୁ, ଯଦି ଆପଣ ଶନି ଦେବଙ୍କ ଆଶୀର୍ବାଦ ଚାହୁଁଛନ୍ତି, ତେବେ ଆପଣ ସର୍ବଦା ଏହି ଭୁଲ କରିବାରୁ ଦୂରେଇ ରହିବା ଉଚିତ୍ ।

Shani Dev

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ତୁଳା, ମକର ରାଶି, କୁମ୍ଭ ରାଶି ଶନିଙ୍କର ପ୍ରିୟ ରାଶି । ସେହିପରି ଶନିଙ୍କ ଦୃଷ୍ଟି ଯେତେବେଳେ ନିଜ ରାଶି ବା ନିଜଠୁ ଉଚ୍ଚ ରାଶି ଉପରେ ପଡିଥାଏ ଏହାକୁ ଲାଭଦାୟକ ବୋଲି ବିବେଚନା କରାଯାଏ । ଶନିଙ୍କ ଦୃଷ୍ଟି ଯେତେବେଳେ ନେଷ, କର୍କଟ ଏବଂ ସିଂହ ରାଶି ଉପରେ ପଡିଥାଏ ସେତେବେଳେ ଉକ୍ତ ରାଶିର ବ୍ୟକ୍ତିର ଜୀବନରେ ଲାଭ, ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ । ଶନିଙ୍କ ଉପରେ ଯେତେବେଳେ ବୃହସ୍ପତିର ଦୃଷ୍ଟି ପଡିଥାଏ ସେତେବେଳେ ମଧ୍ୟ ଏହା ଲାଭଦାୟକ ବୋଲି ବିବେଚନା କରାଯାଏ । ଶନି ଯେତେବେଳେ କୁମ୍ଭ ରାଶିରେ ପ୍ରବେଶ କରନ୍ତି ଏହା ଶୁଭ ଫଳାଫଳ ଦେଇଥାଏ ।

ସତର୍କ ରୁହନ୍ତୁ...
ଯେଉଁମାନେ ଅନ୍ୟମାନଙ୍କ ଧନ ଉପରେ ନଜର ପକାନ୍ତି, ଲୋଭ କରନ୍ତି ଏବଂ ଯେଉଁମାନେ କଠିନ ପରିଶ୍ରମ ନ କରି ଟଙ୍କା ରୋଜଗାର କରନ୍ତି ସେମାନଙ୍କୁ ଶନି ଦେବ କଠୋର ଦଣ୍ଡ ଦିଅନ୍ତି ।

ଯେଉଁମାନେ ଅନ୍ୟମାନଙ୍କୁ ଅସୁବିଧାରେ ପକାନ୍ତି ସେମାନଙ୍କୁ ମଧ୍ୟ ଶନି ଦେବ କଠୋର ଦଣ୍ଡ ଦିଅନ୍ତି । ଯେତେବେଳେ ଏପରି ବ୍ୟକ୍ତିଙ୍କ ରାଶିରେ ଶନି ମହାଦଶା, ସାଢେ ସାତୀ ଲାଗେ ସେତେବେଳେ ଶନି ସେମାନଙ୍କୁ ନିଜ କର୍ମରଫଳ ଦେଇଥାନ୍ତି ।

ଯେଉଁମାନେ ଭୁଲ୍ କରନ୍ତି, ମହିଳାମାନଙ୍କ ଉପରେ ଖରାପ ଦୃଷ୍ଟି ପକାଇଥାନ୍ତି ଏବଂ ଅସହାୟ ଲୋକଙ୍କୁ ହଇରାଣ କରନ୍ତି ଏବଂ ସେମାନଙ୍କ ଜୀବନ ଅସୁବିଧାରେ ଭରିଯାଏ । ସେମାନଙ୍କୁ ଶନି ଦେବ ସର୍ବଦା ଖରାପ ଫଳାଫଳ ଦେଇଥାନ୍ତି ।

ଯେଉଁମାନେ ଅନ୍ୟମାନଙ୍କୁ କ୍ଷତି କରନ୍ତି, ନିୟମ ପାଳନ କରନ୍ତି ନାହିଁ ଏବଂ ଅନୁଶାସନ ଭାଙ୍ଗନ୍ତି ସେମାନଙ୍କୁ ଶନି କେବେ କ୍ଷମା କରନ୍ତି ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+