ମହାଳୟାରେ ଲାଗିବା ପାଇଁ ଯାଉଛି ସୂର୍ଯ୍ୟ ପରାଗ, ଜାଣନ୍ତୁ ଭାରତରେ ଦୃଶ୍ୟମାନ ହେବ ନା ନାହିଁ

Surya Grahan 2024 in India: 2024 ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ (Solar Eclipse 2024) ୮ ଏପ୍ରିଲ 2024ରେ ଘଟିଥିଲା । ବର୍ତ୍ତମାନ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ ଅକ୍ଟୋବର ମାସରେ ଘଟିବାକୁ ଯାଉଛି । ଚନ୍ଦ୍ର ଗ୍ରହଣ ବା ସୂର୍ଯ୍ୟ ପରାଗ ଏକ ଭୌଗୋଳିକ ଘଟଣା (Astronomical phenomenon) ଭାବରେ ବିବେଚନା କରାଯାଏ । ସେହିପରି ଧାର୍ମିକ ଏବଂ ବୈଜ୍ଞାନିକ ମହତ୍ତ୍ୱ ରହିଛି ।

ହିନ୍ଦୁ ଧର୍ମରେ ଚନ୍ଦ୍ରଗ୍ରହଣ ଅଶୁଭ ବୋଲି ବିବେଚନା କରାଯାଏ । ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚନ୍ଦ୍ରଗ୍ରହଣର ପ୍ରଭାବ ଦେଶ,ବିଶ୍ୱ ସହ ସମସ୍ତ ରାଶି ଉପରେ ମଧ୍ୟ ପଡିଥାଏ । ସୂର୍ଯ୍ୟ ପରାଗ ସମୟରେ ପୃଥିବୀ ଏବଂ ସୂର୍ଯ୍ୟ ମଝିରେ ଚନ୍ଦ୍ର ଥାଏ । ଯେତେବେଳେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଆଚ୍ଛାଦନ କରେ ସେତେବେଳେ ପୃଥିବୀରେ ସୂର୍ଯ୍ୟ କିରଣ ପଡିନଥାଏ । ବେଳେବେଳେ ଏହା ସଂପୂର୍ଣ୍ଣ ଅନ୍ଧାର ହୋଇଯାଏ । ଏହାକୁ ସୂର୍ଯ୍ୟ ପରାଗ କୁହାଯାଏ ।

Solar Eclipse 2024

ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ ଅକ୍ଟୋବର 02 ବୁଧବାର ଦିନ ଘଟିବା ପାଇଁ ଯାଉଛି । ଏହି ଦିନ ପିତୃ ପକ୍ଷ ଶେଷ ଦିନ ଅର୍ଥାତ୍ ଶ୍ରାଦ୍ଧ ଦେବାର ଶେଷ ଦିନ ଏବଂ ମହାଳୟା (Mahalaya 2024) ମଧ୍ୟ ଏହି ଦିନ ପଡୁଛି । 2 ଅକ୍ଟୋବରରେ ସୂର୍ଯ୍ୟପରାଗ 09:13 ରୁ 03:17 ମଧ୍ୟରାତ୍ରି ଲାଗିବ । ପରାଗର ମୋଟ ଅବଧି ପ୍ରାୟ 6 ଘଣ୍ଟା ରହିବ ।

ଭାରତୀୟ ସମୟ ଅନୁସାରେ ରାତିରେ ସୂର୍ଯ୍ୟ ପରାଗ ଲାଗିବ ଏବଂ ଏହି ପରାଗ ଭାଗରତେର ଦୃଶ୍ୟମାନ ହେବ ନାହିଁ । ସୂର୍ଯ୍ୟପରାଗ ଦୃଶ୍ୟମାନ ନହେବା ହେତୁ ଏହାର ସୂତକ କାଳ ମଧ୍ୟ ଏଠାରେ ବୈଧ ହେବ ନାହିଁ ଏବଂ ପୂଜାପାଠ ଇତ୍ୟାଦି ଧାର୍ମିକ କାର୍ଯ୍ୟକଳାପ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+