ସେପ୍ଟେମ୍ବର ମାସର ରାଶିଫଳ
ସେପ୍ଟେମ୍ବର ମାସର ରାଶିଫଳ

ମେଷ: ଏହି ମାସରେ ଆପଣ ଏଣେତେଣେ ଘୁରିବେ । କାମରେ ଶୃଙ୍ଖଳା ରଖନ୍ତୁ । ଆପଣଙ୍କ ମନ ଚଂଚଳ ରହିବ, ତେବେ ଦେହ ଭଲ ରହିବ । ଆୟ ବ୍ୟୟ ସମାନ ରହିବ । ଚାକିରିରେ ସ୍ୱାଧୀନତା ଟିକିଏ କମ୍ ମିଳିବ । ବ୍ୟବସାୟରୁ ଭଲ ଲାଭ ମିଳିବ । ବିଦ୍ୟାର୍ଥୀମାନଙ୍କ ପଢ଼ାପଢ଼ିରେ ଉଚ୍ଚ ଆଶା ସଫଳ ହେବ ।
ବୃଷ: କାମରେ ଆଗରେ ରହିବେ । ଶତ୍ରୁହାନୀ ଘଟିବ । ସାମୟୀକ ଭାବରେ ଦେହ ପୀଡା ହୋଇପାରେ । ମନବଳ ଦୃଢ଼ ରହିବ । ଆୟ ଭଲ ହେବ, ବ୍ୟୟ ସ୍ଥିର ରହିବ । ଚାକିରି ଜୀବନ ଭଲ ଅଛି । ଏହି ରାଶିର ବ୍ୟବସାୟ କରୁଥିବା ବ୍ୟକ୍ତି ଭଲ ଲାଭ କରିବେ । ବିଦ୍ୟାର୍ଥୀଙ୍କ ପଢ଼ାପଢ଼ିରେ ମଧ୍ୟମ ଫଳ ଲାଭ ହେବ ।
ମିଥୁନ: ଏମାସରେ ଫଳ ମଧ୍ୟମ ଅଟେ । ଅନ୍ୟମାନଙ୍କ ସହ ସମ୍ପର୍କ ଭଲ ରହି । ମନୋବଳ ଦୃଢ଼ ରହିବ । ଆୟ ବ୍ୟୟ ସମତୁଲ ଯୋଗ ରହିଛି । ଚାକିରିଆମାନଙ୍କ ସର୍ବ କାର୍ଯ୍ୟ କୁଶଳ ରହିବ । ବ୍ୟବସାୟ ଭଲରେ ଚାଲିବ । ବିଦ୍ୟାର୍ଥୀଙ୍କୁ ପଢ଼ାପଢ଼ିରେ ଭଲ ଫଳ ମିଳିବ ।
କର୍କଟ: ଏହି ମାସରେ ସାହାଯ୍ୟ ସହଯୋଗ ପାଇବେ । ଦେହ ଭଲ ରହିବ । ଆୟ ବୃଦ୍ଧି ପାଇବ, ହେଲେ ବ୍ୟୟ ବଢ଼ି ଚାଲିବ । ଚାକିରିରେ ଖଟିବେ ଅଧିକ, ପାଇବେ କମ୍ । ଏହି ରାଶିର ବ୍ୟକ୍ତିଙ୍କ ପାଇଁ ମାସଟି ମଧ୍ୟମ ଫଳ ପ୍ରଦାନ କରିବ । ମନବଳ ଦୃଢ଼ ରହିବ, ତଥା ସମ୍ପର୍କ ଭଲ ରହିବ ।
ସିଂହ: କାର୍ଯ୍ୟସିଦ୍ଧି ଯୋଗ ରହିଛି । ଏମାସରେ ଆଗକୁ ମାଡି ଚାଲିବେ । ଦେହ ଓ ମନ ଖୁବ୍ ଭଲ ରହିବ । ଆୟ ରୋଜଗାର ତୁଳନାରେ ଅଧିକ ହେବ। ବିଦ୍ୟାର୍ଥୀଙ୍କୁ ଭଲ ଫଳ ମିଳିବ । ଚାକିିରିରେ ଉତ୍ସାହ ବଢ଼ିବ ଏବଂ ସମ୍ପାନ ପାଇବେ । ମୋଟାମୋଟି ଭାବରେ ଏହି ମାସଟି ଆପଣଙ୍କ ପାଇଁ ଭଲ ଫଳ ଦାୟକ ହେବ ।
କନ୍ୟା: ଏହି ମାସଟି ବ୍ୟସ୍ତତା ଭିତର ଦେଇ ଗତି କରିବେ । ଦେହ ଭଲ ରହିବ, କିନ୍ତୁ ମନ ଅସ୍ଥିର ରହିବ । ଏ ମାସରେ ଆୟବ୍ୟୟ ସମାନ ରହିବ । ଚାକିରିରେ ସୁସ୍ଥତା ଅନୁଭବ କରିବେ । ବ୍ୟବସାୟରେ ଲାଭବାନ ହେବେ । ବିଦ୍ୟାର୍ଥୀଙ୍କୁ ପଢ଼ାପଢ଼ିରେ ମଧ୍ୟମ ଫଳ ପ୍ରାପ୍ତି ହେବ ।
ତୁଳା: ମାସଟି ସାରା ବ୍ୟସ୍ତ ବିବ୍ରତ ରହିବେ । କାର୍ଯ୍ୟରେ ବିଶୃଙ୍ଖଳା ଦେଖାଦେବ । ଦେହ ପ୍ରାୟ ଭଲ ରହିବ ନାହିଁ । ଏହି ମାସରେ ଆୟ ତୁଳନାରେ ବ୍ୟୟ ଅଧିକ ହେବ । ଚାକିରିରେ ସ୍ଥାନ ତ୍ୟାଗ ଯୋଗ ରହିଛି । ବ୍ୟବସାୟରେ ସୁଫଳ ମିଳିବ । ପଢ଼ାପଢ଼ିରେ ବିଦ୍ୟାର୍ଥୀଙ୍କୁ କମ୍ ସଫଳତା ମିଳିବ ।
ବିଛା: ଏହି ମାସରେ ଆପଣ ଅଧିକ ସତର୍କ ରହିବେ । ଦୁର୍ଭାବନାକୁ ମନକୁ ଆଣନ୍ତୁ ନାହିଁ । ସ୍ୱାସ୍ଥ୍ୟପ୍ରତି ଜାଗ୍ରତ ହୁଅନ୍ତୁ । ମନବଳ ଦୃଢ଼ ରଖନ୍ତୁ । ଆୟ ଠାରୁ ବ୍ୟୟ ଅଧିକା ହେବା ସମ୍ଭାବନା ରହିଛି । ଚାକିରିରେ ଅସହଯୋଗ ଦେଖାଦେଇପାରେ । ବ୍ୟବସାୟରେ ଧାର କରଜ କରିବାକୁ ପଡ଼ିପାରେ । ପଢ଼ାପଢ଼ିରେ ଅଧିକ ନିÂାର ସହ ମନୋନିବେଶ କରନ୍ତୁ ।
ଧନୁ: ଆପଣଙ୍କ ପାଇଁ ଏହି ମାସଟି ଶୁଭ ଅଟେ । କାର୍ଯ୍ୟ ସିଦ୍ଧି ଯୋଗ ରହିଛି । ଦେହ ସୁସ୍ଥ ରହିବ ତଥା ମନୋବଳ ଦୃଢ଼ ହେବ । ଆୟ ରୋଜଗାର ଭଲ ହେବ । ଚାକିରିରେ ଶୁଭ ଫଳ ଯୋଗ ରହିଛି । ବ୍ୟବସାୟରୁ ଭଲ ଲାଭ ଯୋଗ ରହିଛି । ବିଦ୍ୟାର୍ଥୀମାନଙ୍କୁ ପଢ଼ାପଢ଼ିରେ ଶୁଭ ଫଳ ମିଳିବ ।
ମକର: ଏହି ମାସଟି ଆପଣଙ୍କ ଭଲରେ କଟିବ । ଯାହା ଚାହିଁବେ ପ୍ରାପ୍ତି ହେବା ଯୋଗ ରହିଛି । ଦେହ ଓ ମନ ପ୍ରସନ୍ନ ରହିବ । ସର୍ବଦା ପ୍ରସନ୍ନ ରହିବେ। ଆୟ ଆଶନୁରୁପେ ବୃଦ୍ଧି ପାଇବ । ଚାକିରିରେ ଭଲ ଯୋଗ ରହିଛି । ବ୍ୟବସାୟରେ ଭଲ ଯୋଗ ରହିଛି । ବିଦ୍ୟାର୍ଥୀଙ୍କୁ ପଢ଼ାପଢ଼ିରେ ପ୍ରଶଂସା ମିଳିବ।
କୁମ୍ଭ: ଏହି ମାସଟି ଆପଣଙ୍କ ପାଇଁ ମଧ୍ୟମ ଫଳ ଦେବ । କାର୍ଯ୍ୟରେ ମନ୍ଥର ଗତି ଯୋଗ ରହିଛି । ଦେହ ଓ ମନ ଭଲ ରହିବ । ଆୟ ଏବଂ ବ୍ୟୟ ପ୍ରାୟ ସମତୁଲ ରହିବ । ଚାକିରିରେ ଏତେଟା ମନ ଲାଗିବ ନାହିଁ । ବ୍ୟବସାୟରେ ଭଲ ଲାଭ ପ୍ରାପ୍ତ ହେବା ଯୋଗ ରହିଛି । ପଢ଼ାପଢ଼ିରେ ଉଚ୍ଚ ଆଶ ସଫଳ ହେବ ।
ମୀନ: ଏମାସର ଫଳ ଏତେଟା ଶୁଭନୁହେଁ । କାର୍ଯ୍ୟରେ ଗତି ଟିକେ ଧୀର ରହିବ । ସ୍ୱାସ୍ଥ୍ୟପ୍ରତି ଜାଗ୍ରତ ରୁହନ୍ତୁ । ଧୈର୍ଯ୍ୟର ସହ ମୁକାବିଲା କରନ୍ତୁ । ଆୟ ସ୍ୱଳ୍ପ ହେବ ମାତ୍ର ବ୍ୟୟ ବଢ଼ିବ । ଚାକିରିରେ ଧୈର୍ଯ୍ୟର ସହ କାମ କରନ୍ତୁ । ପଢ଼ାପଢ଼ି ମଧ୍ୟମ ରହିବ । ବ୍ୟବସାୟ କ୍ଷତିରେ ଚାଲିବା ସମ୍ଭବନା ରହିଛି ।












Click it and Unblock the Notifications