Get Updates
Get notified of breaking news, exclusive insights, and must-see stories!

ରାଶିଫଳ : ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ'ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀଙ୍କ ସହିତ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ'ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....

rashi phala

ମେଷ: ଆଜି ଆପଣ ପୁରା ଫିଟ୍ ରହିବେ। ମନ ପ୍ରସନ୍ନ ରହିବ। ଆପଣଙ୍କ ସହକର୍ମୀ ଆପଣ ଙ୍କ ର କିଛି ଜରୁରୀ ଜିନିଷ ଚୋରି କରି ପାରନ୍ତି। ତେଣୁ ଆପଣ ନିଜ ଜିନିଷ ଦାୟିତ୍ଵ ରେ ରଖନ୍ତୁ। ଆପଣଙ୍କ ଜୀବନସାଥୀ ଙ୍କ ସହ ଅଧିକ ସମୟ ବିତାଇବେ। ମାନସିକ ଶାନ୍ତି ଅତ୍ୟନ୍ତ ଜରୁରୀ। ତେଣୁ ପାଖ ଉଦ୍ୟାନ କିମ୍ବା ମନ୍ଦିର ଯାଆନ୍ତୁ।

ବୃଷ : କାମବୋଝ ବଢ଼ି ପାରେ। ଘରୁ ବାହାରିବା ବେଳେ ଗୁରୁଜନଙ୍କ ଆଶୀର୍ବାଦ ନେଇ ଯାଆନ୍ତୁ। ଏହାଦ୍ବାରା ଆପଣଙ୍କୁ ଧନ ଲାଭ ହୋଇପାରେ। ଯାହା ସହ କେବେ କେବେ ଦେଖା ହୁଏ ତାଙ୍କ ସହ ସମ୍ପର୍କ ବଢେଇବା ପାଇଁ ଭଲ ଦିନ । ଆପଣଙ୍କ ପସନ୍ଦର କାମ କରିବେ ।

ମିଥୁନ: ଅନ୍ୟର ସଫଳତାରେ ଆପଣ ଖୁସି ହେବେ। ବନ୍ଧୁଙ୍କ ଠାରୁ ଅର୍ଥିକ ସହାୟତା ପାଇବେ। ଆପଣଙ୍କ ବ୍ୟବହାର ପରିବର୍ତ୍ତନ କରନ୍ତୁ, ପରିବାର ସହ ସମୟ ବିତାନ୍ତୁ। ଭୋରୁ ଉଠି କାମ କରିବା ଆରମ୍ଭ କରନ୍ତୁ । ନହେଲେ ଆପଣ ପୁରା ଦିନ ବର୍ବାଦ ହେବା ଭଳି ଆପଣକୁ ଅନୁଭବ ହେବ ।

କର୍କଟ: ଜୀବନସାଥିଙ୍କ ପ୍ରତି ଧ୍ୟାନ ଦିଅନ୍ତୁ, ତାଙ୍କୁ ଭଲ ବ୍ୟବହାର କରନ୍ତୁ। ଆଜିର ଦିନଟି ସଠିକ୍ ଭାବେ ପୁଞ୍ଜି ନିବେଶ କରିବା ନିମନ୍ତେ ଭଲ ଦିନ। ଆପଣଙ୍କ ପସନ୍ଦର ବହି ପଢ଼ିବା ସହ ଗୀତ ଶୁଣନ୍ତୁ। ନିଜ ପାଇଁ ବେଶୀ ସମୟ ମିଳିବ। ସଠିକ୍ ଭାବେ ଉପଯୋଗ କରନ୍ତୁ।

ସିଂହ: ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହୁଅନ୍ତୁ । ଆଜିର ଦିନଟି ଆର୍ଥିକ ସ୍ଥରରେ ବେଶୀ ଖରାପ ରହିବ ନାହିଁ। ଆପଣଙ୍କ ଘରକୁ ଅତିଥି ଆସି ପାରନ୍ତି। ଦିନଟି ଅନ୍ୟ ଦିନ ଅପେକ୍ଷା ଭଲରେ ବିତିବ। ପରିବାର ସହ ସବୁଠୁ ଭଲ ସମୟ ବିତାଇବେ। ରୋମାନ୍ସ କ୍ଷେତ୍ରରେ ଦିନଟି ଏତେ ଭଲ ରହିବ ନାହିଁ ।

କନ୍ୟା: ଦିନଟି ଲାଭ ଦାୟକ ହେବ । କେଉଁ ପୁରୁଣା ରୋଗରୁ ଟିକେ ତ୍ରାହି ପାଇ ପାରନ୍ତି । ଅଯଥା ଖର୍ଚ୍ଚ ବନ୍ଦ କରିବା ଦ୍ଵାରା ଧନ ସଞ୍ଚୟ କରିପାରିବେ। ଏହିକଥା ଆଜି ଆପଣ ନିଜେ ବୁଝିବେ। ଆପଣ ଙ୍କ ପ୍ରେମୀ କୁ ମନ କଥା କହି ଦିଅନ୍ତୁ। ଆଜି ହିଁ ଆପଣ ଙ୍କ ପାଇଁ ଭଲ ଦିନ। କାଲି ହୁଏତ ଡେରି ହେଇ ଯିବ।

ତୁଳା: ସନ୍ଧ୍ୟା ସମୟରେ ଆରାମ କରନ୍ତୁ। ଭାଗିଦାରୀ ବ୍ୟବସାୟ ଅର୍ଥ ନିବେଶ କରନ୍ତୁ ନାହିଁ। ଅନେକ ଦିନରୁ ଅସୁସ୍ଥ ଥିବା ବନ୍ଧୁଙ୍କୁ ଦେଖିବା ପାଇଁ ଯାଆନ୍ତୁ। ଛୋଟ ପିଲମାନଙ୍କ ସହ ନିଜେ ପିଲା ଭଳି ବ୍ୟବହାର କରିବେ । ଅନେକ ସମୟ ପିଲାଙ୍କ ସହ ବିତିପାରେ।

ବିଛା: ଅଯଥା ଖର୍ଚ୍ଚରୁ ନିଜକୁ ବଞ୍ଚେଇ ରଖନ୍ତୁ। ସନ୍ଧ୍ୟା ସମୟ ବନ୍ଧୁ ଙ୍କ ସହ କଟିବ। ସାଙ୍ଗ ହେଇ ଛୁଟି କଟାଇବା ନେଇ ଚର୍ଚ୍ଚା ହେଇପାରେ। ଆପଣଙ୍କ କଥା କହିବା ଶୈଳୀ ଓ କ୍ଷମତା ଫଳପ୍ରଦ ହେବ । ଜୀବନସାଥୀ ଙ୍କ ଠାରୁ ଅଧିକ ପ୍ରେମ ମିଳିପାରେ। ମା ବାପାଙ୍କ ମନ ପସନ୍ଦର ଡିସ୍ ଘରକୁ ଆଣନ୍ତୁ । ଏହା ଦ୍ବାରା ଘରେ ସକାରାତ୍ମକ ମହୋଲ ତିଆରି ହେବ।

ଧନୁ: ସ୍ୱାସ୍ଥ୍ୟ ଟିକେ ଖରାପ ରହିପାରେ। ମନରୁ ନକରାତ୍ମକ ଭାବନା ଦୂର କରନ୍ତୁ । ଦେଖିବେ ଖୁବ ଭଲ ଅନୁଭବ କରିବେ । ଜରୁରୀ କାମକୁ ସମୟ ନଦେଇ ଅଯଥା ସମୟ ବର୍ବାଦ କରିବା ଆପଣଙ୍କ ପାଇଁ ଘାତକ ହେବ। ଜୀବନସାଥୀଙ୍କ ମିଶି କିଛି ରୋମାଞ୍ଚକ କାର୍ଯ୍ୟ କରିପାରନ୍ତି।

ମକର: ଶାରୀରିକ ବ୍ୟାୟାମ ଆପଣଙ୍କ ପାଇଁ ଲାଭ ଦାୟକ ହେବ। ଦିନ ଆରମ୍ଭ ରୁ ଅର୍ଥହାନୀ ହୋଇପାରେ। ବିବାହ ପ୍ରସ୍ତାବ ନେଇ ଦିନଟି ଖୁବ୍ ଭଲ। ନିଜକୁ ଅଧିକ ସମୟ ଦେବେ। ଫିଲ୍ମ ଦେଖନନ୍ତୁ ନଚେତ ଏକ ଭଲ ବହି ପଢି ଆପଣ ଦିନଟି ବିତାନ୍ତୁ । ଆପଣଙ୍କ ଜୀବନସାଥି ଆପଣଙ୍କ ପାଇଁ କିଛି ଖାସ୍ କରି ପାରନ୍ତି।

କୁମ୍ଭ: କିଛି ଲୋକ ଜାଣିଶୁଣି ଆପଣଙ୍କୁ ଫସାଇବାକୁ ଚେଷ୍ଟା କରିବେ। ବାଦ ବିବାଦରୁ ବଞ୍ଚି ରୁହନ୍ତୁ। ଆଜି ଘରେ ବିବାହକୁ ନେଇ ଆଲୋଚନା ହୋଇପାରେ। ଅଜଣା ବ୍ୟକ୍ତିଙ୍କ କଥାରେ ଆପଣ ପୁଞ୍ଜି ନିବେଶ କରିଥିଲେ, ଆଜି ତାର ଭଲ ଫଳ ପାଇବେ । ଦିନଟି ଭଲରେ କଟିବ ।

ମୀନ: ଆପଣଙ୍କ ଇଚ୍ଛା ଉପରେ ଡରର ଛାୟା ପଡିପାରେ । ତେଣୁ ସାବଧାନ ରୁହନ୍ତୁ । ଜୀବନସାଥୀଙ୍କ ସହ କିଛି ମୂଲ୍ୟବାନ ଜିନିଷ କିଣି ପାରନ୍ତି। ବନ୍ଧୁ ଏବଂ ଜୀବନସାଥୀଙ୍କ ଠାରୁ ସୁଖ ଲାଭ କରିବେ । କିନ୍ତୁ ଦିନ ସାରା କୌଣସି କଥା ଆପଣଙ୍କୁ ଅନ୍ୟମନସ୍କ ରଖିପାରେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+