Get Updates
Get notified of breaking news, exclusive insights, and must-see stories!

ଚଳିତ ବର୍ଷ ମହାଶିବରାତ୍ରୀରେ ଘଟୁଛି ଦୁର୍ଲଭ ଯୋଗ, ୪ ରାଶି ଉପରେ ପଡିବ ଭଲ ପ୍ରଭାବ

ଚଳିତ ବର୍ଷ ୧୮ ଫେବୃଆରୀ ପାଳନ କରାଯିବ ଶିବରାତ୍ରୀ । ମାନ୍ୟତା ରହିଛି ଯେ, ଶିବରାତ୍ରୀ ଦିନ ଭୋଳାନାଥଙ୍କର ଜଳାଭିଶେକ ଏବଂ ରୁଦ୍ରାଭିଶେକ କରିବା ଦ୍ୱାରା ପରିବାରରେ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ ।

mahashivratri 2023
Mahashivaratri 2023: ମହାଦେବଙ୍କର ପୂଜା କରିବାର ସବୁଠୁ ଦିନ ହେଉଛି ଶିବରାତ୍ରୀ । ଚଳିତ ବର୍ଷ ୧୮ ଫେବୃଆରୀ ପାଳନ କରାଯିବ ଶିବରାତ୍ରୀ । ମାନ୍ୟତା ରହିଛି ଯେ, ଶିବରାତ୍ରୀ ଦିନ ଭୋଳାନାଥଙ୍କର ଜଳାଭିଶେକ ଏବଂ ରୁଦ୍ରାଭିଶେକ କରିବା ଦ୍ୱାରା ପରିବାରରେ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ ଏବଂ ମନସ୍କାମନା ପୂରଣ ହୋଇଥାଏ । ମହାଦେବ ସମସ୍ତ ଅସୁବିଧାରୁ ରକ୍ଷା କରିଥାନ୍ତି ।

ଚଳିତ ବର୍ଷ ମହାଶିବରାତ୍ରୀରେ ଘଟୁଛି ଦୁର୍ଲଭ ଯୋଗ
ଫେବୃଆରୀ ମାସ ୧୮ ତାରିଖରେ ଅନୁଷ୍ଠିତ ହେବା ପାଇଁ ଯାଉଛି ଶିବରାତ୍ରୀ । ଏହି ଦିନ ଚତୁର୍ଦଶୀ ଓ ଶିନାବାର ପଡୁଥିବାରୁ ଶନି ପ୍ରଦୋଷ ବ୍ରତ ପାଳନ କରାଯିବ ଯାହା ଦ୍ୱାରା ସମସ୍ତ ନନସ୍କାମନା ପୂରଣ ହେବ । ସୂର୍ଯ୍ୟ, ଶନି ଏବଂ ଚନ୍ଦ୍ର ଏହି ଦିନ କୁମ୍ଭ ରାଶିରେ ପ୍ରବେଶ କରିବେ । ଗ୍ରହମାନଙ୍କର ଏହି ସ୍ଥିତି ପରିବର୍ତ୍ତନ ହେବା ଯୋଗୁ କିଛି ରାଶି ଉପରେ ଏହାର ପ୍ରଭାବ ପଡିବ । ଅର୍ଥ, ଚାକିରୀ, ବ୍ୟବସାୟରେ ଅଧିକ ଲାଭ ପାଇବାର ଯୋଗ ରହିଛି ।


ମହାଶିବରାତ୍ରୀ ଦିନ ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ସୁଫଳ
କୁମ୍ଭ :ମହାଶିବରାତ୍ରୀ ଦିନ ପିତା-ପୁତ୍ର ଅର୍ଥାତ୍ ସୂର୍ଯ୍ୟ ଏବଂ ଶନି କୁମ୍ଭ ରାଶିରେ ପ୍ରବେଶ କରିବେ । ଚନ୍ଦ୍ର ମଧ୍ୟ କୁମ୍ଭ ରାଶିରେ ପ୍ରେବଶ କରିବେ । ଏପରି ସ୍ଥିତିରେ ମହାଶିବରାତ୍ରୀ ଦିନ ଏହି ରାଶିର ବ୍ୟକ୍ତିଙ୍କୁ ସଫଳତା ପ୍ରାପ୍ତ ହେବ । କିଛି ନୂଆ କାର୍ଯ୍ୟର ଆରମ୍ଭ କରିବା ପାଇଁ ଏହା ଏକ ଉତ୍ତମ ଦିନ । ଅଟକି ରହିଥିବା କାର୍ଯ୍ୟ ଶେଷ ହେବ । ଶନି ଦେବଙ୍କର କୃପା ପାଇଁ କ୍ୟାରିୟରରେ ଅଗ୍ରଗତି ହେବ । ବ୍ୟବସାୟରେ ବୃଦ୍ଧି ଘଟିବ ।

ମେଷ: ମହାଶିବରାତ୍ରୀର ଦିନ ମେଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ । ଚାକିରୀ ଖୋଜୁଥିବା ଲୋକମାନେ ନୂଆ
ସୁଯୋଗ ପାଇବେ । ଭଗବାନ ଶିବଙ୍କ କୃପା ସହିତ ତାଙ୍କ ଆୟରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ଦୀର୍ଘ ସମୟ ଧରି ଅଟକି
ରହିଥିବା କାର୍ଯ୍ୟର ସମାପ୍ତ ହେବ ।

କର୍କଟ:ମହାଶିବରାତ୍ରୀରେ ଭୋଲେନାଥ କର୍କଟ ରାଶିର ଲୋକଙ୍କ ପ୍ରତି ଦୟାଳୁ ହେବେ । ଅର୍ଥ ଦୃଷ୍ଟିରୁ ବହୁତ ଲାଭ ମିଳିବ । ବିଭିନ୍ନ ସ୍ଥାନରୁ ଟଙ୍କା ପାଇବାର ଯୋଗ ରହିଛି । କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟର ପ୍ରଶଂସା କରାଯିବ । ଉଚ୍ଚ ପଦାଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ।

ବୃଷ: ଏହି ଶିବରାତ୍ରାରେ ଆପଣଙ୍କର ବେତନରେ ବୃଦ୍ଧି ହୋଇପାରେ । ନୂତନ ଯାନବାହନ କିଣିବାର ଏହା ଏକ ଶୁଭ ସମୟ । କର୍ମକ୍ଷେତ୍ରରେ ନିଜ କାର୍ଯ୍ୟ ପାଇଁ ପ୍ରଶଂସିତ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+