କାହିଁକି ହୁଏ ସୂର୍ଯ୍ୟ ଗ୍ରହଣ ? ଜାଣନ୍ତୁ ଏହି ମାସରେ ପଡୁଥିବା ବର୍ଷର ପ୍ରଥମ ଗ୍ରହଣର ତାରିଖ ଓ ସମୟ
ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୧୦ ଜୁନ୍ ୨୦୨୧ ହେବ
ଭୁବନେଶ୍ୱର : ସୂର୍ଯ୍ୟ ଗ୍ରହଣର ମହତ୍ୱ ଉଭୟ ବୈଜ୍ଞାନିକ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ରହିଛି । ସୂର୍ଯ୍ୟ ଗ୍ରହଣ ଦିନ ହୋଇଥିବା ଅନେକ ଘଟଣା ସମ୍ପର୍କରେ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଗ୍ରହ ନକ୍ଷତ୍ର ସମ୍ବନ୍ଧୀୟ ଜ୍ଞାନ ମୁନି ରୁଷିଙ୍କ ପାଖରେ ବହୁ ପୂର୍ବରୁ ରହିଛି। ଗ୍ରହଣ ସମ୍ବନ୍ଧୀୟ ଜ୍ଞାନ ଦେବାରେ ମହର୍ଷି ଅତ୍ରି ସର୍ବ ପ୍ରଥମ। ଋକବେଦର ଏକ ମନ୍ତ୍ରରେ ସୂର୍ଯ୍ୟ ଗ୍ରହଣକୁ ନେଇ ଏକ ଚମତ୍କାର ଭାବେ ବର୍ଣ୍ଣନା କରାଯାଇଛି। ଏହି ବର୍ଣ୍ଣନା ଅନୁଯାୟୀ, ଅସୁର ରାହୁ ସୂର୍ଯ୍ୟଙ୍କୁ ଆକ୍ରମଣ କରି ସୂର୍ଯ୍ୟଙ୍କୁ ଅନ୍ଧକାରରେ ଢାଙ୍କି ଦେଇଥାଏ।

ଯାହାଫଳରେ ମନୁଷ୍ୟ ସୂର୍ଯ୍ୟଙ୍କ ରୂପକୁ ସମ୍ପୂର୍ଣ୍ଣ ଭାବେ ଦେଖିପାରିନଥିଲେ। ସୂର୍ଯ୍ୟଙ୍କୁ ନଦେଖିବା ଫଳରେ ମନୁଷ୍ୟ ହତାଶ ହୋଇଯାଇଥିଲେ। ସେତେବେଳେ ମହର୍ଷି ଅତ୍ରି ନିଜର ଅର୍ଜିତ ଜ୍ଞାନର ସହାୟତାରେ ଅନ୍ଧକାର ଦୂର କରି ସୂର୍ଯ୍ୟଙ୍କୁ ଉଦ୍ଧାର କରିଥିଲେ।
ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୧୦ ଜୁନ୍ ୨୦୨୧ ହେବ। ଚନ୍ଦ୍ରଗ୍ରହଣ ପରେ ଏହି ସୂର୍ଯ୍ୟ ପରାଗ ହେବ ବର୍ଷର ଦ୍ୱିତୀୟ ଗ୍ରହଣ। ଚଳିତ ବର୍ଷ ସମୁଦାୟ ୪ଟି ଗ୍ରହଣ ପଡ଼ିବ। ସେଥିମଧ୍ୟରୁ ୨ ଟି ଚନ୍ଦ୍ରଗ୍ରହଣ ଏବଂ ୨ ଟି ସୂର୍ଯ୍ୟ ପରାଗ ହେବ। ଜ୍ୟୋତିର୍ବିଜ୍ଞାନ ଅନୁସାରେ ଏହି ସୂର୍ଯ୍ୟ ପରାଗରେ ପ୍ରାୟ ୯୯ ପ୍ରତିଶତ ଚନ୍ଦ୍ରର ଛାଇରେ ଲୁଚି ରହିଥାଏ। ତେବେ ୧୦ ଜୁନ୍ ୨୦୨୧ରେ ହେବାକୁ ଥିବା ସୂର୍ଯ୍ୟ ପରାଗ ଭାରତରେ ଆଂଶିକ ଦୃଶ୍ୟମାନ ହେବ।












Click it and Unblock the Notifications