ରାମ ନବମୀଠୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ, ହେବ ଧନବର୍ଷା, ଜାଣନ୍ତୁ କ'ଣ କହୁଛି ଆପଣଙ୍କ ରାଶି

Ram Navami 2023: ଚୈତ୍ର ଶୁକ୍ଳ ନବମୀ ତିଥୀରେ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ କରାଯାଏ । ମାର୍ଚ୍ଚ ୩୦ ତାରିଖରେ ସାରା ଦେଶରେ ପାଳନ କରାଯିବ ରାମ ନବମୀ । ସେହିପରି ଏହା ହେଉଛି ଚୈତ୍ର ନବରାତ୍ରୀର ଶେଷ ଦିନ । ଏହି ଦିନ ମା ଦୁର୍ଗାଙ୍କ ନବମ ଶକ୍ତି ଦେବୀ ସିଦ୍ଧଧତ୍ରୀଙ୍କର ପୂଜାର୍ଚ୍ଚନା କରାଯାଏ । ହିନ୍ଦୁ ଧର୍ମରେ ରାମ ନବମୀର ବିଶେଷ ମହତ୍ତ୍ୱ ରହିଛି । ଚଳିତ ବର୍ଷ ରାମ ନବମୀରେ ଦୁର୍ଲଭ ଯୋଗ ସୃଷ୍ଟି ହେବା ପାଇଁ ଯାଉଛି । ଯାହାର ପ୍ରଭାବ ଅନେକ ରାଶି ଉପରେ ପଡିବ । ଏହି ଶୁଭ ଯୋଗରେ ତିନୋଟି ରାଶିରେ ଧନ ବର୍ଷା ହେବା ସହ ବ୍ୟବସାୟ, ଚାକିରୀର ଯୋଗ ରହିଛି । ଚାଲନ୍ତୁ ଜାଣିବା ଏହି ରାଶିଗୁଡିକ ବିଷୟରେ ।
ରାମ ନବମୀ-୨୦୨୩: ଏହି ରାଶି ଉପରେ ହେବ ଧନ ବର୍ଷା
ବୃଷ ରାଶି- ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ରାମ ନବମୀଠୁ ଶୁଭ ସମୟ ଆରମ୍ଭ ହେବା ପାଇଁ ଯାଉଛି । ଏହି ରାଶିର ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି ସୁଦୃଢ ହେବ । ଧନ ପାଇଁ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ । କର୍ମକ୍ଷେତ୍ରରେ ଉପରସ୍ତ ଅଧିକାରୀଙ୍କ ସମର୍ଥନ ପାଇବେ । କିଛି ନୂଆ ଦାୟିତ୍ୱ ମଧ୍ୟ ମିଳିପାରେ । ନିବେଶ କରିବା ପାଇଁ ଉତ୍ତମ ସମୟ । ବ୍ୟବସାୟରେ ମଧ୍ୟ ଲାଭ ମିଳିବ । ଧନ ଲାଭର ଯୋଗ ରହିଛି ।
ତୁଳା ରାଶି- ତୁଳା ରାଶିର ବ୍ୟକ୍ତିଙ୍କ ଉପରେ ଶ୍ରୀ ରାମ ଏବଂ ଭଗବାନ ହନୁମାନଙ୍କର ବିଶେଷ ଆଶୀର୍ବାଦ ରହିଛି । ଆର୍ଥିକ ସ୍ଥିତି ଭଲ ରହିବ । ଆୟ ବୃଦ୍ଧି ପାଇବାର ଯୋଗ ରହିଛି । ଆତ୍ମବିଶ୍ୱାସ ବୃଦ୍ଧି ପାଇବ, ଯାହା ଆପଣଙ୍କ ଲକ୍ଷ୍ୟ ହାସଲ ବା ପୂରଣ କରିବାରେ ସହାୟକ ହେବ । ମାନସମ୍ମାନ ବୃଦ୍ଧି ପାଇବ । ପରିବାରର ସମର୍ଥନ ପାଇବେ । ଭଗବାନ ଶ୍ରୀ ରାମଙ୍କ ଆଶୀର୍ବାଦରେ ଦାମ୍ପତ୍ୟ ଜୀବନରେ ସୁଖ ଏବଂ ଶାନ୍ତି ବଜାୟ ରହିବ ।
ସିଂହ ରାଶି - ଶ୍ରୀ ରାମ ନବମୀରେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହେବ । ପୁରୁଣା ଋଣରୁ ମୁକ୍ତି ପାଇବେ । ଆୟ ବୃଦ୍ଧି ପାଇବ । ଆୟର ନୂତନ ଉତ୍ସ ଖୋଲିବ । ଦୀର୍ଘ ସମୟ ଧରି ଲାଗି ରହିଥିବା ଚାକିରୀ ସମସ୍ୟାର ଅନ୍ତ ହେବ । ନୂଆ ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ।












Click it and Unblock the Notifications