ରାକ୍ଷୀ ପୂର୍ଣ୍ଣିମାଠୁ ବଦଳିବ ଏହି ୩ ରାଶିର ଭାଗ୍ୟ
Raksha Bandhan 2024: ପ୍ରତ୍ୟେକ ବର୍ଷ ଶ୍ରାବଣ ପୂର୍ଣ୍ଣିମା ଦିନ ରାକ୍ଷା ବନ୍ଧନ ପାଳନ କରାଯାଏ । ତେବେ ରାକ୍ଷୀ ପୂର୍ଣ୍ଣିମାଠୁ କିଛି ରାଶିର ଭାଗ୍ୟ ବଦଳିବା ବେଳେ କିଛି ରାଶିରେ ଏହାର କୁପ୍ରଭା ପଡିପାରେ । ତେବେ ଚାଲନ୍ତୁ ଜାଣିବା ପୂର୍ଣ୍ଣିମାଠୁ କେଉଁ ରାଶିର ବ୍ୟକ୍ତିଙ୍କ ଜୀବନରେ ହେବ ପରିବର୍ତ୍ତନ ।
ସିଂହ : ରାକ୍ଷୀ ପୂର୍ଣ୍ଣିମାଠୁ ଏମାନଙ୍କ ଭାଗ୍ୟ ବଦଳିବ । ଧନ ଲାଭର ଯୋଗ ରହିଛି । ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । କର୍ମକ୍ଷେତ୍ରରେ ବଡ଼ ସଫଳତା ପାଇ ପାରନ୍ତି । ସେହିପରି ଅବିବାହିତ ମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ । ପ୍ରେମୀ ଯୁଗଳଙ୍କ ପାଇଁ ଏହି ସମୟ ଅତି ଶୁଭଦାୟକ ରହିବ । ଛାତ୍ରଛାତ୍ରୀଙ୍କୁ ମିଳିବ ସମ୍ମାନ । ପାଠପଢାରେ ଆଗ୍ରହ ଦେଖାଇବେ ।

ମେଷ:ରାକ୍ଷୀ ପୂର୍ଣ୍ଣିମାଠୁ ଏହି ରାଶିର ବ୍ୟକ୍ତିଙ୍କ ଜୀବନର ସମସ୍ତ ଚିନ୍ତା ଦୂର ହେବ । ସୁଖ ଦିନ ଆରମ୍ଭ ହେବ । ବ୍ୟବସାୟୀ ମାନେ ଲାଭର ରହିବେ । ନୂଆ ବିଜନେସ୍ ଆରମ୍ଭ କରିବାର ଯୋଜନା କରିପାରନ୍ତି । ସମସ୍ତ କ୍ଷେତ୍ରରେ ସଫଳତା ମିଳିବ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ଭଲ ରହିବ । ଅଟକି ରହିଥିଲା କାର୍ଯ୍ୟ ସମ୍ପନ୍ନ ହେବା ସହ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ସାଙ୍ଗସାଥୀଙ୍କ ସହ ସମ୍ପର୍କ ମଧୁର ହେବ । ପ୍ରେମରେ ସଫଳତା ମିଳିବ । ମା'ସମର୍ଥନ ମିଳିବ । ଚାକିରି ପରିବର୍ତ୍ତନ କରିପାରନ୍ତି ।
କୁମ୍ଭ: ଆସନ୍ତା ପୂର୍ଣ୍ଣିମା ଅର୍ଥାତ୍ ରାକ୍ଷୀ ପୂର୍ଣ୍ଣିମାଠୁ ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଅନେକ ଭଲ ପରିବର୍ତ୍ତନ ହେବ । ଏମାନଙ୍କୁ ବ୍ୟବସାୟରେ ଲାଭ ମିଳିବ । କ୍ୟାରିୟରେ କିଛି ବଡ଼ ପରିବର୍ତ୍ତନ ହେବା ସହ ସଫଳତା ମିଳିବ । ନୂତନ ନିଯୁକ୍ତି ପାଇପାରନ୍ତି । ଆପଣ ଜୀବନରେ ଲାଗି ରହିଥିବା ସମସ୍ତ ସମସ୍ୟାର ଅନ୍ତ ଘଟିବ । ନୂଆ ଚାକିରିର ନିଯୁକ୍ତି ପାଇ ପାରନ୍ତି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟ ଭଲ ସମ୍ପର୍କ ରହିବ । ଭଲ ସ୍ଥାନକୁ ଦୂରଯାତ୍ରା କରିପାରନ୍ତି । ମନ ଭଲ ରହିବ ।
ସୂଚନା ଅନୁସାରେ, ଶ୍ରାବଣ ମାସର ଦ୍ୱିତୀୟ ପୂର୍ଣ୍ଣିମା ତଥା ଶୁକ୍ଳ ପକ୍ଷର ପୂର୍ଣ୍ଣିମା ଦିନ ପାଳନ କରାଯାଏ । ଭାଇର ଦୀର୍ଘାୟୁ କାମନା କରି ତା ହାତରେ ରାକ୍ଷୀ ବାନ୍ଧିଥାଏ ଭଉଣୀ । ଏଥର ଅଗଷ୍ଟ ୧୯ ତାରିଖ ସୋମବାର ଦିନ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯିବ । ଏଥର ରାକ୍ଷୀରେ ତିନୋଟି ଶୁଭ ମିଶ୍ରଣ ଗଠନ ହେଉଛି । ଶୋଭନ ଯୋଗ ସେହି ଦିନ ସାରା ଦିନ ରହିବ । ସାରଳା ସିଦ୍ଧ ଯୋଗ ସକାଳ ୦୫:୫୩ ରୁ ୦୮:୧୦ ଯାଏଁ ଥିବାବେଳେ ରବି ଯୋଗ ସକାଳ ୦୫:୫୩ ରୁ ୦୮:୧୦ ପର୍ଯ୍ୟନ୍ତ ରହିବ ।












Click it and Unblock the Notifications