ମକର ସଂକ୍ରାନ୍ତି ପରେ ଏହି ୩ ରାଶିର ବ୍ୟକ୍ତିଙ୍କର ବଢିବ ସମସ୍ୟା
Makara Sankranti 2025: 14 ଜାନୁୟାରୀ 2025ରେ ମକର ସଂକ୍ରାନ୍ତି ପାଳନ କରାଯିବ । ଏହି ଦିନ ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବେ ଧନୁ ରାଶିରୁ ବାହାରି ମକର ରାଶି ପ୍ରବେଶ କରନ୍ତି । ଯାହାର ପ୍ରଭାବ ଅନେକ ରାଶି ଉପରେ ପଡିଥାଏ । ଚାଲନ୍ତୁ ଜାଣିବ କେଉଁ ରାଶିକୁ କିପରି ଫଳ ମିଳିବ ।
ବୃଷ ରାଶି- ଶିକ୍ଷା କ୍ଷେତ୍ରରେ ଉନ୍ନତି ମିଳିବ । ବିଦେଶ ଯାତ୍ରା କରିବାର ଯୋଗ ରହିଛି । ଆର୍ଥିକ କ୍ଷେତ୍ରରେ ଲାଭରେ ରହିବେ । ତେବେ ଯେଉଁମାନେ ରାଜନୀତି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ନୂଆ ପଦ ମିଳିବାର ସମ୍ଭାବନା ରହିଛି । ହେଲେ ଆପଣଙ୍କୁ ସତର୍କ ରହିବା ପାଇଁ ପଡିବ । ଟଙ୍କା ଦେବା ପୂର୍ବରୁ ଚିନ୍ତା କରି ଦିଅନ୍ତୁ । ଆର୍ଥିକ ସଙ୍କଟ ଦେଖାଦେବ । କମ୍ବଳ, ଖାଦ୍ୟ ସାମଗ୍ରୀ ଦାନ କରନ୍ତୁ ।

କନ୍ୟା ରାଶି- ସାମାନ୍ୟ ସ୍ୱାସ୍ଥ୍ୟ ଖରାପ ହେବାର ଯୋଗ ରହିଛି । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ଅଣଦେଖା କରନ୍ତୁ ନାହିଁ । ବନ୍ଧୁ୍କଙ୍କ ମଧ୍ୟରେ କୌଣସି କଥା ନେଇ ଝଗଡା ସୃଷ୍ଟି ହୋଇପାରେ । କାମରେ ଧ୍ୟାନ ଦେଇପାରିବେ ନାହିଁ । ସନ୍ତାନଙ୍କୁ ନେଇ ଚିନ୍ତାରେ ରହିବେ । ଅଫିସ କାମ ପାଇଁ ଚିନ୍ତିତ ରହିବେ ।
କୁମ୍ଭ ରାଶି- ବ୍ୟବସାୟ କରୁଥିବା ଲୋକ ଏହି ସମୟରେ ସତର୍କ ରୁହନ୍ତୁ । ଟଙ୍କା ପଇସାକୁ ନେଇ ବିବାଦ ଦେଖାଦେଇ ପାରେ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥା ନେଇ ମନାନ୍ତର ସୃଷ୍ଟି ହୋଇପାରେ । ପରିବାର ବଡ଼ ଲୋକଙ୍କ ସହ ଭଲ ବ୍ୟବହାର କରନ୍ତୁ ।












Click it and Unblock the Notifications