Get Updates
Get notified of breaking news, exclusive insights, and must-see stories!

ରାଶିଫଳ: ଆସନ୍ତୁ ଜାଣିବା ମଙ୍ଗଳମୟ ହେବ କି ଅଗଷ୍ଟ ମାସ

ଶିକ୍ଷା, ପ୍ରେମ ଓ ପରିବାର, ବ୍ୟବସାୟ ପାଇଁ କେମିତି ରହିଛି ଦିନ? ରାଶିରେ କେଉଁ କଣ ରହିଛି ଗ୍ରହର ପ୍ରଭାବ? ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆରେ ଏହି ମାସର ରାଶିଫଳ ...

ଶିକ୍ଷା, ପ୍ରେମ ଓ ପରିବାର, ବ୍ୟବସାୟ ପାଇଁ କେମିତି ରହିଛି ଦିନ? ରାଶିରେ କେଉଁ କଣ ରହିଛି ଗ୍ରହର ପ୍ରଭାବ? ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆରେ ଏହି ମାସର ରାଶିଫଳ ...

rashi phalaa august

ମେଷ: ବନ୍ଧୁଙ୍କ ସହିତ ସକରାତ୍ମକ ସମ୍ପର୍କ ବଜାୟ ରଖିବା ପାଇଁ କ୍ରୋଧକୁ ନିୟନ୍ତ୍ରଣ କରିବା ଗୁରୁତ୍ୱପୂର୍ଣ୍ଣ । ଅଗଷ୍ଟ 11 ର ପୂର୍ଣ୍ଣିମା ଆପଣଙ୍କୁ କହିବାକୁ ପ୍ରେରଣା ଦିଏ, କିନ୍ତୁ ସେହି ଦିନ ସିଂହ ରାଶିରେ ଶୁକ୍ରଙ୍କ ପ୍ରବେଶ ଆପଣଙ୍କୁ କଥା କହିବାରେ ସତର୍କତା ଅବଲମ୍ବନ କରନ୍ତୁ। ଅଗଷ୍ଟ 20 ରେ ମଙ୍ଗଳ ମିଥୁନରେ ପ୍ରବେଶ କରିବା ଆପଣଙ୍କର ଜୀବନ ଶୈଳୀ ଜୀବନ୍ତ ହେବ । ଅଗଷ୍ଟ 27 ର ଅମାବାସ୍ୟାରେ ସାଙ୍ଗ ଗୋଷ୍ଠୀର ବୃଦ୍ଧି ହେବ।

ବୃଷ: ମଙ୍ଗଳ ଅଗଷ୍ଟ 1 ରେ ସୂର୍ଯ୍ୟ ସହିତ ସମାନ ହେବ,ଆପଣ ଏକ ଉଚ୍ଚ ପଦ ରେ ରହିବେ। କିଛି ସମୟ ମଧ୍ୟରେ ପ୍ରଥମ ଥର ପାଇଁ, ଆପଣ ଜୀବନ, ​​ଶକ୍ତିରେ ପରିପୂର୍ଣ୍ଣ ଅନୁଭବ କରିବେ ଏବଂ ପରିସ୍ଥିତିକୁ ସୁଧାରିବା ପାଇଁ କୌଣସି ଆବଶ୍ୟକୀୟ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେବେ । ଆପଣ କରୁଥିବା ସମସ୍ତ ବ୍ୟକ୍ତିଗତ ଅଭିବୃଦ୍ଧି ଆପଣଙ୍କ ବୃତ୍ତିଗତ ଆକାଂକ୍ଷାକୁ ପ୍ରଭାବିତ କରିପାରେ । ଅଗଷ୍ଟ 11 ରେ ପୂର୍ଣ୍ଣିମା ଆସିବା ଏବଂ ଶୁକ୍ର ସିଂହରେ ପହଞ୍ଚିବା ବେଳକୁ ଆପଣଙ୍କ ବ୍ୟବସାୟକୁ ଏକ ଭିନ୍ନ ଦିଗରେ ବିକଶିତ କରିବେ। 27 ଅଗଷ୍ଟରେ ଅମାବାସ୍ୟାରେ ଆପଣ ପୂର୍ବରୁ ନିଜ କ୍ୟାରିୟର କୁ ନେଇ ଦ୍ୱନ୍ଦ୍ୱରେ ଥିବା ବେଳେ ଏହାର ସମାଧାନ କରିବେ।

ମିଥୁନ: ସମସ୍ତେ ନିଜ କାମ ଏବଂ ପାଠ ପଢା ରୁ ବିରତି ନେଇ ଆରାମ କରିବା ପାଇଁ ଚାହାଁନ୍ତି। ଏହି ମାସରେ ଆପଣ ଆରାମ କରି ପାରନ୍ତି। ଅଗଷ୍ଟ 4 ରେ କନ୍ୟା ଏବଂ ଅଗଷ୍ଟ 25 ରେ ତୁଳା ଆପଣ ବନ୍ଧୁ ମିଳନ କରି ପାରନ୍ତି। ସେ ଅନ ଲାଇନ୍ ମଧ୍ୟ ହୋଇ ପାରେ। ସୌଭାଗ୍ୟବଶତ ଅଗଷ୍ଟ 11 ର ପୂର୍ଣ୍ଣିମା ଆପଣଙ୍କୁ ଛୁଟି ମିଳିବ। ଯାହା ଦ୍ଵାରା ଆପଣ ପୁରା ଆରାମ କରିବାର ସୁଯୋଗ ଲାଭ କରିବେ। ବୃତ୍ତିଗତ ପ୍ରୋଜେକ୍ଟ ପ୍ରତି ଯଥେଷ୍ଟ ଧ୍ୟାନ ନ ଦେଉଛନ୍ତି। ଆପଣ ଅଗଷ୍ଟ 24 ଏବଂ 27କୁ ଅସୁବିଧାରେ ପଡ଼ି ପାରନ୍ତି।

କର୍କଟ: ଆଗାମୀ ମାସ ଆପଣଙ୍କୁ ଆହୁରି ଫ୍ରି ରଖିବ । ଅର୍ଥ ପ୍ରତି ସତର୍କ ରୁହନ୍ତୁ। ଅଗଷ୍ଟ 11 ର ପୂର୍ଣ୍ଣିମା ସମୟରେ ଆପଣଙ୍କ ଅଯଥା ଅର୍ଥ ବିନିଯୋଗ ନ କରି ଷ୍ଟକ୍ ମାର୍କେଟରେ ବ୍ୟବହାର କରନ୍ତୁ। ସୌଭାଗ୍ୟବଶତ ଅଗଷ୍ଟ 27 ର ଅମାବାସ୍ୟା ଆପଣଙ୍କୁ ଟଙ୍କା ନିବେଶ ପାଇଁ ଆଉ ଥରେ ସୁବିଧା ହୋଇପାରେ। ଯେଉଁଥିରେ ଆପଣ ଲାଭବାନ୍ ହେବେ।

ସିଂହ: ଗତ କିଛି ମାସ ହେବ ଜୀବନ ସୁରୁଖୁରୁରେ ଏବଂ ସହଜରେ ଗତି କରୁଛି । ଦୁର୍ଭାଗ୍ୟବଶତ ଅଗଷ୍ଟ 1 ରେ ହଠାତ୍ ଶାନ୍ତି ଭଙ୍ଗ ହୋଇପାରେ। ଶେଷ ଫଳାଫଳ ଅଗଷ୍ଟ 11 ର ପୂର୍ଣ୍ଣିମା ସମୟରେ କାର୍ଯ୍ୟରେ ଥିବା ଗ୍ରାହକ କିମ୍ବା ଚୁକ୍ତିନାମାକୁ ପ୍ରଭାବିତ କରିପାରେ (ଯାହା ଆପଣଙ୍କ ସୂର୍ଯ୍ୟରେ ଶୁକ୍ରଙ୍କ ପ୍ରବେଶ ହେତୁ ଅର୍ଥ ହ୍ରାସ କରିବ)। ଯଦି ଆପଣ ନିଜ ଚାକିରି ଛାଡିବାକୁ ଯୋଜନା କରୁଛନ୍ତି, ତେବେ ଅଗଷ୍ଟ 22, 24 କିମ୍ବା 27 ତାରିଖରେ ଯୋଜନା କରନ୍ତୁ ।

କନ୍ୟା: ଏହି ରାଶିର ବ୍ୟକ୍ତି ବିଦେଶ ଯିବା ପାଇଁ ଯାତ୍ରା କରୁଥିଲେ , ତାହା ସଫଳ ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀ ସଫଳ ହୋଇ ପରିବାର ପାଇଁ ଗର୍ବ ଓ ଗୌରବ ଆଣିଦେବ। ପାରିବାରିକ ଶାନ୍ତି ବଜାୟ ରହିବ। ଅଯଥା ଏଣେ ତେଣେ ଯାତ୍ରା କରିବା ପାଇଁ ପଡିପାରେ। ପ୍ରେମ ସମ୍ପର୍କ ସେତେଟା ମଧୁର ରହିବ ନାହିଁ।

ତୁଳା: ଏହି ରାଶିର ବ୍ୟକ୍ତିଙ୍କ କ୍ଷେତ୍ରରେ ମାନସିକ ଅଶାନ୍ତି ବୃଦ୍ଧି ପାଇବ। ସମସ୍ୟାର ସମାଧାନ ପାଇଁ ବନ୍ଧୁ ପରିଜନଙ୍କ ସହାୟତା ଲୋଡ଼ିବେ। ବ୍ୟବସାୟ ଭଲ ଚାଲିବ, ଲାଭ ହୋଇପାରେ। ନୂଆ ପ୍ରେମ ସମ୍ପର୍କ ଆରମ୍ଭ ହୋଇପାରେ। ମନ ପସନ୍ଦର ଜୀବନ ସାଥି ମିଳି ପାରନ୍ତି। ମାସ ଶେଷ ଆଡ଼କୁ ଏନେଇ ନିଷ୍ପତ୍ତି ନେବେ ପରିବାର ଲୋକ।

ବିଛା: ବୈବାହିକ ଜୀବନ ଭଲରେ କଟିବ। ବ୍ୟବସାୟ ରେ ସାଥୀ ଆପଣଙ୍କ ସାହାଯ୍ୟ କରିବେ। ଜଲଦୀରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ସମସ୍ୟା ହୋଇପାରେ। ଧାର୍ମିକ କାର୍ଯ୍ୟରେ ଅଧିକ ଲିପ୍ତ ରହିବେ। ପରିବାରରେ ଖୁସି ଲାଗି ରହିବ। ମାସ ଆରମ୍ଭ ଭଲ ରହିବ ମଝିରେ ସମସ୍ୟା ଦେଇ ଗତି କରିବା ପରେ ଶେଷ ଆଡ଼କୁ ଭଲ ରହିଛି।

ଧନୁ: ସବୁ କାମରେ ସଫଳତା ମିଳିବ। ପତ୍ନୀଙ୍କ ସହ ସମ୍ପର୍କ ଆହୁରି ମଜବୁତ୍ ହେବ। ପାରିବାରିକ ଶାନ୍ତି ବଜାୟ ରହିବ। କେହି ଜଣେ ସଦସ୍ୟ ହଠାତ୍ ଅସୁସ୍ଥ ହେବେ,ଯାହା ଆପଣଙ୍କୁ ବ୍ୟଥିତ କରିବ। ମାସଟି କଷ୍ଟ ଦାୟକ ହେବ ନାହିଁ।

ମକର: ଯଦି ନୂଆ ଘର କିଣିବା ନେଇ ଚିନ୍ତା କରିଛନ୍ତି। ତେବେ କାମରେ କରି ଦେଖନ୍ତୁ। ଏହି ମାସଟି ଖୁବ୍ ଶୁଭଙ୍କର। କାର୍ଯ୍ୟକ୍ଷେତ୍ରରେ ଆପଣ ଭଲ କାମ କରି ଲୋକପ୍ରିୟ ହେବେ। ପ୍ରେମିକଙ୍କ ସହିତ ବୁଲି ଯାଇ ପାରନ୍ତି।

କୁମ୍ଭ: ଅନେକ ଦିନରୁ ଥିବା ଅସୁସ୍ଥତା ଏହି ମାସରେ ଠିକ୍ ହେବ। ପରିବାରରେ ଏନେଇ ଖୁସିର ମହୋଲ ରହିବ। କାର୍ଯ୍ୟରେ ସଫଳ ହେବେ। ପ୍ରଶଂସିତ ହେବେ। ନୂଆ ଚାକିରି ମିଳିପାରେ।

ମୀନ: ବିବାହ ଯୋଗ ରହିଛି। ପରିବାର ପକ୍ଷରୁ କନ୍ୟା ପକ୍ଷ ସହିତ ମିଳନ ହୋଇପାରେ। ବିବାହ ପକ୍କା ମଧ୍ୟ ହେଇପାରେ। ଚାକିରୀ ସହ କିଛି ବ୍ୟବସାୟରେ ମନୋ ବଳେଇବେ। ଅଗଷ୍ଟ 20 ରେ ମଙ୍ଗଳ ମିଥୁନରେ ପ୍ରବେଶ କରିବା ଆପଣଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ ହେବ । ଅଗଷ୍ଟ 27 ର ଅମାବାସ୍ୟାରେ ଆପଣ ସଫଳ ମଧ୍ୟ ହେବେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+