ମାସିକ ରାଶିଫଳ: ଏମାସରେ ବଦଳିବ କି ଆପଣଙ୍କ ଭାଗ୍ୟ , ଜାଣନ୍ତୁ କ'ଣ କହୁଛି ଆପଣଙ୍କ ରାଶି

ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ତାଙ୍କ ଜାତକରେ ଦିଆଯାଇଥିବା ଗୁଣ ଏବଂ ଚରିତ୍ର ଦ୍ୱାରା ନିର୍ଦ୍ଧାରିତ ହୁଏ । ଅକ୍ଟୋବର 2022 ପାଇଁ ଏହି ରାଶିଫଳରେ କଣ ରହିିଛି ୱାନ ଇଣ୍ଡିଆ ଓଡିଆରେ ପଢନ୍ତୁ....

ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ତାଙ୍କ ଜାତକରେ ଦିଆଯାଇଥିବା ଗୁଣ ଏବଂ ଚରିତ୍ର ଦ୍ୱାରା ନିର୍ଦ୍ଧାରିତ ହୁଏ । ଅକ୍ଟୋବର 2022 ପାଇଁ ଏହି ରାଶିଫଳରେ କଣ ରହିିଛି ୱାନ ଇଣ୍ଡିଆ ଓଡିଆରେ ପଢନ୍ତୁ....

ମେଷ: ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଅକ୍ଟୋବର ମାସଟି ଅନେକ ଦୃଷ୍ଟି ରୁ ସକରାତ୍ମକ ହେବାର ସମ୍ଭାବନା ରହୁଛି । ଏହି ମାସ ଆରମ୍ଭ ରେ ଆପଙ୍କର ଷଷ୍ଠ ଘରେ ତିନୋଟି ଗ୍ରହ ଷଷ୍ଠ ଘରେ ମିଶିବ ଯାହା ଆପଣଙ୍କର ସ୍ୱାସ୍ଥ୍ୟ ଜୀବନ ଉପରେ ସକରାତ୍ମକ ପ୍ରଭାବ ପକାଇବ। ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଲଭ ଲାଇଫ ସୁଖଦ ହେବ । କିନ୍ତୁ ଆପଣଙ୍କର ଦାମ୍ପତ୍ୟ ଜୀବନରେ କିଛି ଉଥନ ପଥନ ଦେଖା ଦେଇ ପାରେ ଏଭଳି ପରିସ୍ଥିତିରେ ଆପଣ ଆପଣଙ୍କର କ୍ରୋଧକୁ ନିୟନ୍ତ୍ରଣ କରିବାକୁ ପଡିବ ନଚେତ ଦାମ୍ପତ୍ୟ ଜୀବନରେ ସମସ୍ୟା ଅଧିକ ବଢିପାରେ ଏହି ବିଷୟ ରେ ଆପଣ ଅଧିକ ସାବଧାନ ରୁହନ୍ତୁ ।

rashi phala

ବୃଷ : ଏହି ରାଶି ପାଇଁ ବରଦାନର ମାସ ହେବ । ରାଜ୍ୟ ଯୋଗ ଆସିପାରେ । ବିବାହ ଯୋଗ ଆସିବ । ବିବାହିତଙ୍କ ସନ୍ତାନ ଯୋଜନା ହୋଇପାରେ । କିନ୍ତୁ ଏହି ରାଶିରେ ମଙ୍ଗଳ ଲଗ୍ନ ଘରେ ଅଛନ୍ତି । ମନରେ ସର୍ବଦା କ୍ରୋଧ ଆସିପାରେ । ପ୍ରଥମ ସପ୍ତାହରେ ଖର୍ଚ୍ଚ ବଢିପାରେ । ଦ୍ବିତୀୟ ସପ୍ତାହରେ ଅଚାନକ ଅର୍ଥଲାଭ ହୋଇପାରେ । ଅନେକ କାର୍ଯ୍ୟରେ ସଫଳତା ମିଳିପାରେ । ଶତ୍ରୁବୃଦ୍ଧି ହେବ । ପ୍ରେମରେ ସଫଳ ହୋଇ ପାରନ୍ତି ।

ମିଥୁନ: ବୃହସ୍ପତି 10 ମରେ ରହିବେ । ଏଥିଯୋଗୁଁ ଧନ ପ୍ରାପ୍ତି ହେବ । ରାହୁ 5ମ ଘରେ ରହିବେ , ତେଣୁ ପିଲାଙ୍କୁ ପାଠ ପଢାରେ ଅସୁବିଧା ଭୋଗିବାକୁ ପଡିପାରେ । ପ୍ରଥମ ସପ୍ତାହରେ ଶତ୍ରୁଙ୍କୁ ଭେଟିପାରନ୍ତି । ଛୋଟ ମୋଟ ସମସ୍ୟା ଆସିପାରେ । ଦ୍ବିତୀୟ ସପ୍ତାହରେ ଅର୍ଥଲାଭର ଯୋଗ ରହିଛି । ଶେଷ ସସ୍ତାହ ଆଡକୁ ପାରିବାରିକ ଶାନ୍ତି ଏବଂ ଧନ ସଂଚୟ ଏବଂ ପ୍ରାପ୍ତିର ଯୋଗ ରହିଛି ।

କର୍କଟ : ଏହି ରାଶିର ବ୍ୟକ୍ତିମାନେ ଅଧିକ ପରିଶ୍ରମୀ ହେବେ । ଏହି ରାଶିରେ ସୂର୍ଯ୍ୟ ତୃତୀୟ ଘରେ ଅଛନ୍ତି । 9ମ ଘରେ ବୃହସ୍ପତି ଥିବାରୁ ଧନ ଲାଭ, ବିବାହ ଓ କ୍ୟାରିଅର ଭଲ ରହିବ । ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ । ଶତ୍ରୁ ବୃଦ୍ଧି ସମେତ କିଛି ଅଘଟଣ ଘଟିପାରେ , ତେଣୁ ଦେଖି ଚାହିଁ ଦିନ କାଟନ୍ତୁ। ଆକସ୍ମିକ ଧନ ଲାଭ ହୋଇପାରେ । ଯାହା ଆପଣଙ୍କ ମନକୁ ଆନନ୍ଦିତ କରିବ ।

ସିଂହ: ଏହି ରାଶିର ବ୍ୟକ୍ତିଙ୍କ ପ୍ରତ୍ୟେକ ଇଚ୍ଛା ପୁରଣ ହେବ । ଏହି ମାସର ପ୍ରଥମା ଅଧ୍ୟାୟରେ ଟଙ୍କା ସଞ୍ଚିୟ କରିବାର ସଫଳ ହେବେ । ମାସର ଦ୍ୱିତୀୟ ଅଧ୍ୟାୟରେ ସୂର୍ଯ୍ୟଦେବ ଆପଣଙ୍କ ରାଶିରୁ ତୃତୀୟ ଘରକୁ ଯିବେ ଏବଂ ଆପଣଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବେ । ଏହି ସମୟ ମଧ୍ୟରେ ଆପଣ ସରକାରୀ କ୍ଷେତ୍ରରୁ ଲାଭ ପାଇଁବାର ସମ୍ଭାବନା ଅଛି । ସେହିପରି ପ୍ରେମ ଦାମ୍ପତ୍ୟ ଜୀବନରୁ ସିଂହ ରାଶିର ଲୋକମାନଙ୍କ ପାଇଁ ଅକ୍ଟୋବର ମାସଟି ସକରାତ୍ମକ ହେବାର ସମ୍ଭାବନା ଅଛି ।

କନ୍ୟା: ଏହି ରାଶି ପାଇଁ ମାସଟି ଅତି ଉତ୍ତମ । ପ୍ରେମ ଜୀବନରେ କହଳ ହୋଇପାରେ । ବିଜୟର ଦିନ ହେବ । ଜୀବନରେ ଘଟୁଥିବା କିଛି ଛୋଟ ମୋଟ କଥା ଆପଣଙ୍କ ଚିନ୍ତା ବଢାଇପାରେ। କର୍ମଜୀବୀଙ୍କ ପାଇଁ ଭଲ ଦିନ । ଧନ ଖର୍ଚ୍ଚକୁ ନେଇ ସାବଧାନ ରୁହନ୍ତୁ ।

ତୁଳା: ଆୟ ଯେତେ ହେବ ବ୍ୟୟ ସେତିକି ହେବ । ପ୍ରେମ ସଂପର୍କ ଭଲରେ ରହିବ । ଭବିଷ୍ୟତରେ ଅଧିକ ଉନ୍ନତି ହେବ । ପରିବାର ଏବଂ ମିତ୍ରଙ୍କ ଠାରୁ ସହଯୋଗ ମିଳିବ । ଶତ୍ରୁ ବୃଦ୍ଧି ହୋଇପାରେ । ମଙ୍ଗଳ 8ମ ଘରେ ରହିବେ । ସ୍ବାସ୍ଥ୍ୟ ସମସ୍ୟା ହୋଇପାରେ । ପରିବାର ଏବଂ ମିତ୍ର ସାହାଯ୍ୟ କରିବେ ।

ବିଛା: ଏହି ରାଶିରେ ବୃହସ୍ପତିଙ୍କ ଦୃଷ୍ଟିରରୁ ଆପଣ କାର୍ଯ୍ୟରେ ସଫଳ ହେବେ । ନୂତନ ମିତ୍ର ଲାଭ କରିବେ । ମହତ୍ତ୍ବପୂର୍ଣ୍ଣ ଯାତ୍ରା ବୃଥା ହେବ । ପ୍ରଥମ ସପ୍ତାହରେ ଆପଣଙ୍କ ଦିନ ଉତ୍ତମ ରହିବ । ମନରେ କିଛି କାମକୁ ନେଇ ଭୟ ଆସିପାରେ । ନିଜର ବାଣୀ ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଟଙ୍କା ଉଧାର ଆଣି ପାରନ୍ତି । ବ୍ୟବସାୟୀମାନେ ଲାଭ ପାଇବେ । ଧାର୍ମିକ ସ୍ଥଳକୁ ଯାତ୍ରାର ଯୋଗ ରହିଛି ।

ଧନୁ: ଏହି ମାସରେ ଚାକିରୀର ସମସ୍ୟା ଦୂର ହେବ । ଚାକିରିରେ ପ୍ରମୋସନ ମିଳିବ । ସମାଜରେ ମାନସମ୍ମାନ ବୃଦ୍ଧି ହେବ । ବିଦ୍ୟାର୍ଥୀଙ୍କ ପାଇଁ ଚିନ୍ତା ଆଣିପାରନ୍ତି ରାହୁ। ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ବଡ ଚିନ୍ତାର କାରଣ ପାଲଟିବ। ସଂଚିତ ଧନକୁ ନେଇ ଲାଭ ମିଳିପାରେ । ଚାକିରିରେ ପ୍ରମୋଶନ ମିଳିବ ।

ମକର: ମକର ରାଶି ପାଇଁ ଏହି ମାସଟି ଅତ୍ୟନ୍ତ ଉତ୍ତମ । ସୂର୍ଯ୍ୟ , ବୁଧ ଏବଂ ଶୁକ୍ର ଆପଣଙ୍କ ରାଶିର ନବମ ଘରେ ରହିବେ । ଆପଣ ବହୁତ ଭାଗ୍ୟଶାଳୀ ହେବେ । ମାନସମ୍ନାନର ଅଧିକାରୀ ହେବେ । ଶନି ମନ୍ଦିର ଦର୍ଶନ କରନ୍ତୁ । ରାଜକୀୟ କାମରେ ଶନି ଆପଣଙ୍କୁ ସାହାଯ୍ୟ କରିବେ । ମନ ସର୍ବଦା ଉଚ୍ଚରେ ରହିବେ ।

କୁମ୍ଭ: ଏହି ମାସଟି ସେତେଟା ଉତ୍ତମ ରହିବ ନାହିଁ । ଶନି ସାଢେ ସାତି ଚାଲୁଛି । ଗରିବଙ୍କୁ ଲୁହା , ବିରି ଆଦି ଦାନ କରନ୍ତୁ । ଆୟ, ପାରିବାରିକ ଜୀବନ ଆଦି ଭଲ ରହିବ । ମାଛକୁ ଦାନା ଦିଅନ୍ତୁ । ରାଜଯୋଗ ରହିଛି । ଧନ ଖର୍ଚ୍ଚକୁ ନେଇ ଚିନ୍ତା ବଢିବ । ସରାକାରୀ ଅଫିସରେ ପ୍ରମୋଶନ ମିଳିବ ।

ମୀନ: ଏହି ରାଶିର ଲୋକେ ମିଶ୍ରିତ ଫଳ ପାଇବେ । ଆପଣ ହନୁମାନ ବା ଶନିଙ୍କ ଉପାସନା କରନ୍ତୁ । ଗ୍ରହ ରିଷ୍ଟ ଖଣ୍ଡନ ପାଇଁ ଧାର୍ମିକ କାର୍ଯ୍ୟରେ ଲିପ୍ତ ରୁହନ୍ତୁ । ମିତ୍ରହାନୀ ଘଟିପାରେ । ଅନେକ କାର୍ଯ୍ୟରେ ଅସଫଳତା ଆପଣଙ୍କୁ ଆଘାତ ଦେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+