କାଳସର୍ପ ଦୋଷ ଅଛି କି ? ପିତୃପକ୍ଷରେ ଆପଣାନ୍ତୁ ଏହି ଉପାୟ

କାଳସର୍ପ ଦୋଷ ଅଛି କି ? ପିତୃପକ୍ଷରେ ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ୱର: ଜଣେ ବ୍ୟକ୍ତିଙ୍କ କୋଷ୍ଠୀରେ ଯଦି ସମସ୍ତ ଗ୍ରହ "ରାହୁ ଓ କେତୁ" ମଧ୍ୟରେ ଥାଆନ୍ତି ତେବେ କାଳସର୍ପ ଦୋଷ ଲାଗିଥାଏ। କାଳସର୍ପ ଦୋଷ ଥିଲେ କାମରେ ସଫଳତା ମିଳିବାରେ ବେଳେ ବେଳେ ବାଧା ଉପୁଜିଥାଏ । କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଅସଫଳତାର ସାମ୍ନା କରିବାକୁ ପଡିଥାଏ । ତେବେ କାଳସର୍ପ ଦୋଷରୁ ବଂଚିବା ପାଇଁ ମଧ୍ୟ ପ୍ରଦେଶର ଉଜେୈନରେ ମହାକାଳଙ୍କ ନିକଟରେ ପୂଜା କରାଯାଇଥାଏ। କାଳସର୍ପ ଦୋଷରୁ ବଂଚିବା ପାଇଁ କିଛି ସହଜ ଉପାୟ ମଧ୍ୟ ଅବଲମ୍ବନ କରାଯାଇପାରେ । ଏହି ଉପାୟ ଯଦି ପିତୃପକ୍ଷରେ କରାଯାଏ ତେବେ ଅଧିକ ଲାଭଦାୟକ ହୋଇଥାଏ ।

Kaalsarpa Dosh

ଆସନ୍ତୁ ଜାଣିବା କଣ ଉପାୟ
୧. ପିତୃପକ୍ଷରେ ଯେକୌଣସି ଦିନ ନବନାଗ ସ୍ତୋତ୍ର ପାଠ କରନ୍ତୁ । ଯଦି ନିଜେ ନ କରିପାରିବେ ତେବେ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ୱାରା କରାନ୍ତୁ ।

୨. ପିତୃପକ୍ଷରେ ଯେକୌଣସି ଦିନ ନିଜ ପୂଜା ଘରେ କାଳସର୍ପ ଯନ୍ତ୍ର ସ୍ଥାପନା କରନ୍ତୁ । ସ୍ଥାପନା ପରେ ପ୍ରତିଦିନ ବିଧି ମୁତାବକ ଏହାର ପୂଜା କରନ୍ତୁ ।

୩. ପିତୃପକ୍ଷ ସମୟରେ ସକାଳ ସ୍ନାନ ସାରି ଧଳା ଫୁଲ, ଧଳା କପଡା, ଚାଉଳ, କଞ୍ଚା କ୍ଷୀର, ଧଳା ମିଠା ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ ଏବଂ ଦୋଷ ଶାନ୍ତି ପାଇଁ ଶେଷନାଗଙ୍କୁ ପ୍ରାର୍ଥନା କରନ୍ତୁ ।

୪. ପିତୃପକ୍ଷ ଚାଲିଥିବା ସମୟରେ ଶିବ ମନ୍ଦିରରେ ତମ୍ବା ନାଗ ଦାନ କରନ୍ତୁ । ଏହାପରେ ମନ୍ଦିରରେ ବସି ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ ଏବଂ ଶିବଙ୍କ ପାଖରେ ଦୋଷରୁ ମୁକ୍ତି ପାଇବା ପାଇଁ ପ୍ରାର୍ଥନା କରନ୍ତୁ ।

୫. ପିତୃପକ୍ଷରେ ଗରିବକୁ କଳା କମ୍ବଳ ବା କଳା ବିରି ଡାଲି ଦାନ କରନ୍ତୁ । ଏହା ଫଳପ୍ରଦ ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+