ମକର ସଂକ୍ରାନ୍ତି ପରେ ବଦଳିବ ଏହି ରାଶିଙ୍କ ଭାଗ୍ୟ, ହେବ ଧନର ବର୍ଷା
Makar Sankranti: ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିକୁ ଆସନ୍ତି । ଏହି ଦିନ ସୂର୍ଯ୍ୟ ଉତ୍ତରଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ କରୁଥିବାରୁ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ,ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭକର୍ମ ଅନୁଷ୍ଠିତ ହୁଏ । ଏହି ସମୟରେ ଅଭୀଷ୍ଟ ସିଦ୍ଧି ପାଇଁ ସୂଯ୍ୟ ଉପାସନ କରାଯାଏ । ଓଡ଼ିଆ ପ୍ରବାଦ ଅନୁଯାୟୀ 'ମକରଠାରୁ ଦିନ ବକର ହୁଏ', ଅର୍ଥାତ ଏହି ଦିନଠାରୁ ଦିନ କ୍ରମଶଃ ବଡ଼ ହୁଏ । ସୂର୍ଯ୍ୟଙ୍କର ତେଜ ମଧ୍ୟ ଏହି ଦିନଠାରୁ ପ୍ରଖର ହୁଏ । ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁମାନେ ଏହିଦିନ ପୂଜାର୍ଚ୍ଚନା କରନ୍ତି । ତେବେ ମକର ସଂକ୍ରାନ୍ତି ପରେ ଏହି ରାଶି ମାନଙ୍କର ଭାଗ୍ୟ ବଦଳିଯିବ ।
ମେଷ: ଚଳିବ ବର୍ଷ ମେଷ ରାଶି ବ୍ୟକ୍ତିଙ୍କ ପାଇଁ ଏହି ମକର ସଂକ୍ରାନ୍ତି ଅତ୍ୟନ୍ତ ଲାଭଦାୟକ ଏବଂ ଶୁଭ ରହିବ । ଏହି ରାଶିର ବ୍ୟକ୍ତିଙ୍କୁ ସାମାନ୍ୟ ପରିଶ୍ରମ କରିବା ପାଇଁ ପଡିବ ହେଲେ ଲାଭବାନ ହେବେ । କ୍ୟାରିୟରରେ ଭଲ ସଫଳତା ମିଳିବାର ଆଶଙ୍କା ରହିଛି । ନୂଆ ନିଯୁକ୍ତ ବା ଚାକିରି ପାଇଁ ଅଫର ଆସିବ । କର୍ମକ୍ଷେତ୍ରରେ ସମ୍ମାନ ମିଳିବ ଏହାସହ ଆୟ ବୃଦ୍ଧି ପାଇବ । ବ୍ୟବସାୟଙ୍କୁ ସଫଳତା ମିଳିବ ।

ମିଥୁନ: ଯଦି ଆପଣ ଚାକିରି ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସମୟ । ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶୁଭଫଳ ମିଳିବ । ଧନ ଲାଭ ହେବାର ଯୋଗ ରହିଛି । ଜୀବନ ସାଥୀ ସହିତ ଆପଣଙ୍କର ଭଲ ବୁଝାମଣା ରହିବ । ସମସ୍ତ କ୍ଷେତ୍ରରେ ତାଙ୍କର ସାହାଯ୍ୟ ପାଇବେ ।
ସିଂହ:ମକର ସଂକ୍ରାନ୍ତିଙ୍କ ସିଂହ ରାଶି ପାଇଁ ଲାଭଦାୟକ ରହିବ । ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟୀ ଲାଭରେ ରହିବେ । ଧନ ଲାଭ ହେବ । ଛାତ୍ରଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ । ପ୍ରେମ ସମ୍ପର୍କ ଏବଂ ଦାମ୍ପତ୍ୟ ଜୀବନ ପାଇଁ ସମୟ ଶୁଭ ହେବ ।












Click it and Unblock the Notifications