Get Updates
Get notified of breaking news, exclusive insights, and must-see stories!

ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ; କେଉଁ କାର୍ଯ୍ୟ କରିବେ ନାହିଁ ?

ସେପ୍ଟେମ୍ବର ୭ରେ ବର୍ଷର ୨ୟ ଓ ଶେଷ ଚନ୍ଦ୍ରଗ୍ରହଣ ଲାଗିବ। ଏହା ଭାରତରେ ମଧ୍ୟ ଦୃଶ୍ୟମାନ ହେବ। ଏହି ଦିନ ପିତୃପକ୍ଷର ମଧ୍ୟ ଆରମ୍ଭ ହେବ। ବର୍ଷର ୨ୟ ଓ ଶେଷ ଚନ୍ଦ୍ରଗ୍ରହଣ କୁମ୍ଭ ରାଶି ଓ ଭାଦ୍ରପଦ ନକ୍ଷତ୍ରରେ ଲାଗିବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା ବୋଲି ମାନ୍ୟତା ରହିଛି। ୭ ସେପ୍ଟେମ୍ବର ରବିବାର ରାତି ୯ଟା ୫୮ ମିନିଟରୁ ଆରମ୍ଭ ହୋଇ ଏହା ରାତି ୧ଟା ୨୬ ମିନିଟ୍‌ରେ ଶେଷ ହେବ।

ଜ୍ୟୋତିର୍ବିଦ୍‌ଙ୍କ ମତାନୁସାରେ ୭ ସେପ୍ଟେମ୍ବରକୁ ଦେଖାଯିବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ଲାଲ ରଙ୍ଗର ହେବ। ଯାହାକୁ ବ୍ଲଡ୍‌ ମୁନ୍‌ ବୋଲି କୁହାଯିବ। ଅନେକ ବର୍ଷକୁ ଥରେ ଏଭଳି ଚନ୍ଦ୍ରଗ୍ରହଣ ଦେଖାଯାଏ ।
୭ ସେପ୍ଟେମ୍ବରରେ ୧୨ଟା ୫୭ ମିନିଟ୍‌ରେ ପାକ ତ୍ୟାଗ ସମୟ ଆରମ୍ଭ ହେବ। ଏହି ସମୟରେ ସମସ୍ତ ଶୁଭ କାର୍ଯ୍ୟ କରିବାକୁ ବାରଣ କରାଯାଏ।

Lunar eclipse is happening on September 7 what should you not do

ଏହି ଚନ୍ଦ୍ରଗ୍ରହଣ ଭାରତ ସହ ଏସିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆମେରିକା, ଫିଜି ଆଦି ସ୍ଥାନରେ ଦେଖାଯିବ।
ଗ୍ରହଣ ସମୟରେ ଭୁଲ୍‌ରେ ମଧ୍ୟ କ୍ରୋଧ କରନ୍ତୁ ନାହିଁ। ଏହି ସମୟରେ ଭୋଜନ କରିବାକୁ ମଧ୍ୟ ବାରଣ କରାଯାଇଛି। ଏହି ସମୟରେ ଶୁଭ ସମୟ କାର୍ଯ୍ୟ ମଧ୍ୟ କରାଯିବା ଉଚିତ୍‌ ନୁହେଁ ।

ଚନ୍ଦ୍ରଗ୍ରହଣରେ ପାକ ତ୍ୟାଗ ସମୟ ପୂର୍ବରୁ ହିଁ ଖାଦ୍ୟ ପ୍ରସ୍ତୁତ କରିବା ଉଚିତ୍‌। ପ୍ରସ୍ତୁତ ଖାଦ୍ୟରେ ତୁଳସୀ ପତ୍ର ପକାଇ ରଖନ୍ତୁ। ଫଳରେ ଗ୍ରହଣର କୌଣସି ପ୍ରଭାବ ଏହା ଉପରେ ପଡିବ ନାହିଁ । ମାତ୍ର ପାକ ତ୍ୟାଗ ସମୟ ଆରମ୍ଭ ହେବା ପୂର୍ବରୁ ତୁଳସୀ ପତ୍ର ଆଣି ରଖନ୍ତୁ। ଗ୍ରହଣ ସ୍ପର୍ଶ ସମୟ ରବିବାର ରାତି ୯ଟା ୫୮ ମିନିଟରୁ ଆରମ୍ଭ ହୋଇ ଏହା ରାତି ୧ଟା ୨୬ ମିନିଟ୍‌ରେ ଶେଷ ହେବ। ଗ୍ରହଣର ପାକ ତ୍ୟାଗ ସମୟ ୯ ଘଣ୍ଟା ପୂର୍ବରୁ ଲାଗୁ ହେବ । ଅର୍ଥାତ୍‌ ୧୨ଟା ୫୭ ମିନିଟ୍‌ରୁ ଲାଗୁ ହେବ। ତେଣୁ ପାକ ତ୍ୟାଗ ସମୟ ଆରମ୍ଭ ପୂର୍ବରୁ ହିଁ ଖାଦ୍ୟ ପ୍ରସ୍ତୁତ କରି ସେଥିରେ ତୁଳସୀ ପତ୍ର ପକାଇ ରଖନ୍ତୁ।

ଏହି ସମୟରେ କେଉଁ କାର୍ଯ୍ୟ କରିବେ ନାହିଁ..
ଏହି ସମୟରେ ଦେବନୀତି ବନ୍ଦ ରହିଥାଏ। ମନ୍ଦିରର ଦରଜା ବନ୍ଦ କରାଯିବା ସହ ଏହି ସମୟରେ ପୂଜାର୍ଚ୍ଚନା କରାଯାଏ ନାହିଁ। ମାତ୍ର ଏହି ସମୟରେ ନିଜ ଇଷ୍ଟ ଦେବତାଙ୍କୁ ସ୍ମରଣ କରନ୍ତୁ। ମନ୍ତ୍ର ଜପ କରନ୍ତୁ।
ଗ୍ରହଣ ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟ କରିବା ଉଚିତ୍‌‌ ନୁହେଁ। ଧାର୍ମିକ ମହତ୍ତ୍ୱ ଅନୁଯାୟୀ, ଏହି ସମୟରେ ଶୁଭ କାର୍ଯ୍ୟ କଲେ ଅଶୁଭ ଫଳ ମିଳିଥାଏ।
ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ପ୍ରସ୍ତୁତ କରିବା ଓ ଭୋଜନ କରିବା ବର୍ଜନୀୟ। ମାନ୍ୟତା ଅନୁଯାୟୀ, ଏହି ସମୟରେ ଭୋଜନ କଲେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
ଏହି ସମୟରେ ଶୟନ କରିବା ଉଚିତ ନୁହେଁ। ମାତ୍ର ରୋଗଗ୍ରସ୍ତ,ବୃଦ୍ଧ ଓ ପିଲାଙ୍କ କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ।
ଚନ୍ଦ୍ର ଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ ବିଶେଷ ଧ୍ୟାନ ଦେବା ଉଚିତ୍‌‌। ସେମାନେ ଘରୁ ବାହାରକୁ ଯିବା ଉଚିତ ନୁହେଁ। କୌଣସି ଧାରୁଆ ଜିନିଷର ବ୍ୟବହାର କରିବା ଉଚିତ ନୁହେଁ। ଏହାଦ୍ୱାରା ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପଡିଥାଏ।
ଗ୍ରହଣ ସମୟରେ ନଖ ଓ କେଶ କାଟନ୍ତୁ ନାହିଁ। ଭଗବାନଙ୍କ ନାମ ସ୍ମରଣ କରନ୍ତୁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+