For Quick Alerts
Turn On Notification  
For Daily Alerts
Oneindia App Download

Lunar Eclipse 2022: କେଉଁ ରାଶି ପାଇଁ କେମିତି ରହିବ ଚନ୍ଦ୍ରଗ୍ରହଣ

Lunar Eclipse 2022: କେଉଁ ରାଶି ପାଇଁ କେମିତି ରହିବ ଚନ୍ଦ୍ରଗ୍ରହଣ

|

Lunar Eclipse 2022: ୨୦୨୨ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆସନ୍ତା କାଲି ଲାଗିବା ପାଇଁ ଯାଉଛି । ଓଡ଼ିଶାର ଲୋକେ ଏହାକୁ ଦେଖିପାରିବେ ନାହିଁ । ଏହା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ଭାରତ ବ୍ୟତୀତ ନଭେମ୍ବର ୦୮ରେ ଆମେରିକା, ଅଷ୍ଟ୍ରେଲିଆ, ଏସିଆ ଓ ନ୍ୟୁଜିଲାଣ୍ତରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ଦୀର୍ଘ ୧ ଘଣ୍ଟା ୨୫ ମିନିଟ୍ ଧରି ଦୃଶ୍ୟମାନ ହେବ । ତେବେ ଚାଲନ୍ତୁ ଜାଣିବା ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣର, କେଉଁ ରାଶି ଉପରେ କିଭଳି ପ୍ରଭାବ ପ୍ରକାଇବ ।

ମେଷ - ବର୍ଷର ଏହି ଶେଷ ଚନ୍ଦ୍ରଗ୍ରହଣ ଆପଣଙ୍କ ରାଶିରେ ଲାଗୁଛି । ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆପଣଙ୍କ ପାଇଁ କ୍ଷତିକାରକ । ମାନସିକ ଅବସାଦ ବଢାଇପାରେ । ସତର୍କ ରୁହନ୍ତୁ ।

ବୃଷ - ଏହି ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଭଲ ଫଳ ଦେବା ନାହିଁ । ଅର୍ଥହାନି ଘଟିବା ସହ କଠିନ ପରିଶ୍ରମ କରିବାକୁ ପଡିପାରେ ।

ମିଥୁନ - ଏହି ଚନ୍ଦ୍ରଗ୍ରହଣ ଆପଣଙ୍କ ପାଇଁ ଶୁଭ ରହିବ । କ୍ୟାରିୟର-ବ୍ୟବସାୟରେ ଭଲ ଫଳାଫଳ ଏବଂ ଭଲ ଲାଭ ହୋଇପାରେ ।

କର୍କଟ- ଆପଣ କାର୍ଯ୍ୟରେ ସଫଳତା ପାଇବେ । କଠିନ ପରିଶ୍ରମ କଲେ ଭଲ ଫଳ ​​ମିଳିପାର ।

Lunar Eclipse 2022

ସିଂହ- ଆପଣ କିଛି ଭଲ ଖବର ପାଇପାରିବେ । କର୍ମ କ୍ଷେତ୍ରରେ ନୂତନ ଦାଇତ୍ୱ ନେଇ ପାରନ୍ତି ।

କନ୍ୟା- ଏହି ରାଶିର ଲୋକଙ୍କ ପାଇଁ ମଧ୍ୟ ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ କିଛି ଖାସ୍ ସୁଫଳ ଦେବ ନାହିଁ । ଏହାସହ ପାରିବାରିକ ସମସ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ ।

ତୁଳା - ଏହି ରାଶିର ଲୋକଙ୍କୁ ଚନ୍ଦ୍ରଗ୍ରହଣ ଦେଖିବା ପାଇଁ ବାରଣ କରାଯାଇଛି । ସ୍ୱାସ୍ଥ୍ୟ ଉପରେ ନାକାରାତ୍ମକ ପ୍ରଭାବ ପଡିବ । ଟଙ୍କା ନଷ୍ଟ ହେବାର ମଧ୍ୟ ସମ୍ଭାବନା ରହିଛି ।

ବିଛା- ଆପଣଙ୍କୁ ଧୈର୍ଯ୍ୟବାନ ହେବାକୁ ପଡିବ, ନଚେତ୍ ଏହି ଚନ୍ଦ୍ରଗ୍ରହଣରେ ଆପଣଙ୍କୁ ଅନେକ କ୍ଷତି ସହିବା ପାଇଁ ପଡିପାରେ । ସଜାଗ ରୁହନ୍ତୁ ।

ଧନୁ ରାଶି-ଏହି ରାଶିକ ଲୋକଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ ।

ମକର ରାଶି- ଏହି ରାଶିର ଲୋକଙ୍କୁ ଟଙ୍କା ନଷ୍ଟ, କର୍ମକ୍ଷେତ୍ରରେ ଅପମାନର ସମ୍ମୁଖୀନ ହେବାକୁ ପଡିପାରେ ।

କୁମ୍ଭ- ଏହି ରାଶିର ଲୋକଙ୍କ ପାଇଁ ଲାଭ ଏବଂ ଭାଗ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି ।

ମୀନ- ଅଧିକ କ୍ଷତି ହେବାର ସମ୍ଭାବନା ଅଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Lunar Eclipse 2022: Effect of this lunar eclipse on zodiac signs
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X