ବର୍ଷର ଶେଷ ସୂର୍ଯ୍ୟ ପରାଗ, ଏହି ରାଶି ଉପରେ ପଡିବ ଅଧିକ ପ୍ରଭାବ
ବର୍ଷର ଶେଷ ସୂର୍ଯ୍ୟ ପରାଗ, ଏହି ରାଶି ଉପରେ ପଡିବ ଅଧିକ ପ୍ରଭାବ
ଭୁବନେଶ୍ୱର: ଆଜି ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ । ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ର ସମାନ ଧାଡିରେ ଆସିବା ପରେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼େ ସେଠାରେ ସୂର୍ଯ୍ୟ ପରାଗ ଦେଖାଯାଏ । ଚଳିତ ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟ ପରାଗ ଦୀପାବଳିର ପରଦିନ ଲାଗିବା ପାଇଁ ଯାଉଛି । ଭାରତରେ ସୂର୍ଯ୍ୟ ପରାଗ ଆଂଶିକ ଦୃଶ୍ୟମାନ ହେବ । ସୂର୍ଯ୍ୟ ପରଗ ସମସ୍ତ ରାଶିର ଲୋକଙ୍କୁ ପ୍ରଭାବିତ କରେ, କିନ୍ତୁ ଗୋଟିଏ ରାଶି ଉପରେ ଏହାର ସର୍ବାଧିକ ପ୍ରଭାବ ପଡିଥାଏ । ଆସନ୍ତୁ ଜାଣିବା କେଉଁ ରାଶି ଉପରେ ଏହାର ଅଧିକ ପ୍ରଭାବ ପଡିବ ଏବଂ ଏହାର ଖରାପ ପ୍ରଭାବକୁ ଏଡାଇବା ପାଇଁ ଏହି ରାଶିର ଲୋକମାନେ କ'ଣ ପଦକ୍ଷେପ ଗ୍ରହଣ କରିବା ଉଚିତ୍?

ସୂର୍ଯ୍ୟ ପରାଗର ସମୟ
ବର୍ଷର ଶେଷ ସୂର୍ଯ୍ୟ ପରାଗ ଭାରତରେ ଆଂଶିକ ଦୃଶ୍ୟମାନ ହେବ । ଭାରତରେ ଏହା ଅପରାହ୍ନ ୪ଟା ୫୬ ମିନିଟ୍ ୫୨ ସେକେଣ୍ଡରେ ସୂର୍ଯ୍ୟରେ ଗ୍ରହଣ ସ୍ପର୍ଶ କରିବ ଏବଂ ସନ୍ଧ୍ୟା ୬ଟା ୨୬ମିନିଟ ୫୨ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ । ଆଜି ସୂର୍ଯ୍ୟ ପରାଗ ହେତୁ ଗୋବର୍ଦ୍ଧନ ପୂଜା ପର୍ବ ୨୬ ଅକ୍ଟୋବରରେ ଏବଂ ୨୭ ଅକ୍ଟୋବରରେ ୟମ ଦ୍ୱୀତିଆ ପାଳନ କରାଯିବ ।
ଏହି ରାଶି ଉପରେ ସବୁଠାରୁ ଅଧିକ ପ୍ରଭାବ ପଡିବ
ପରାଗର ପ୍ରଭାବ ତୁଳା ରାଶିର ଲୋକଙ୍କ ଉପରେ ଅଧିକ ପଡିବ । ସୂର୍ଯ୍ୟ ପରାଗର ପ୍ରଭାବ ହେତୁ ତୁଳା ରାଶିର ଲୋକଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । କର୍ମକ୍ଷେତ୍ରରେ କିଛି ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ରାଶିର ଲୋକ ମାନେ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ । ନିଜ କ୍ରୋଧକୁ ନିୟନ୍ତ୍ରଣ କରିବାକୁ ପଡିବ । ଗାଡି ଚଳାଇବା ସମୟରେ ସାବଧାନ ରୁହନ୍ତୁ । ତୁଳା ରାଶିର ଲୋକ ମାନେ ମା' ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରନ୍ତୁ । ଗରିବ ଏବଂ ଅଭାବୀ ଲୋକଙ୍କୁ ମିଠା ଦାନ କରିବା ଦ୍ୱାରା ସୁଫଳ ଲାଭ କରିବେ ।












Click it and Unblock the Notifications