ନଭେମ୍ବର ୧୯ ତାରିଖରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ପଡିବ
ଭୁବନେଶ୍ୱର: ଆଊ ଦୁଇଦିନ ପରେ ଅର୍ଥାତ ନଭେମ୍ବର ୧୯ ତାରିଖ ଦିନ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ପଡୁଛି । ଏହି ଦିନ କାର୍ତ୍ତିକ ପୂର୍ଣ୍ଣିମା।ଏହି ଗ୍ରହଣ ସକାଳ ୧୧ଟା ୩୦ ମିନିଟରେ ଲାଗିବ ଓ ସନ୍ଧ୍ୟା ୫ଟା ୩୩ ମିନିଟ ଯାଏଁ ରହିବ। ଏହି ଚନ୍ଦ୍ର ଗ୍ରହଣ ସମ୍ପୂର୍ଣ୍ଣ ଭାରତରେ ଦୃଶ୍ୟମାନ ହେବନାହିଁ। ଭାରତର ପୂର୍ବତ୍ତର ରାଜ୍ୟ ଆସାମ ଓ ଅରୁଣାଚଳ ପ୍ରଦେଶରେ କିଛି ସମୟ ପାଇଁ ଆଂଶିକ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ।

କାର୍ତ୍ତିକ ପୂର୍ଣ୍ଣିମା ଦିନ ପଡୁଥିବା ଚନ୍ଦ୍ର ଗ୍ରହଣ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ। ଏହା ବୃଷ ରାଶିରେ ଲାଗିବ। ବୃଷ ରାଶି ବ୍ୟକ୍ତିଙ୍କୁ ବିଶେଷ ସତର୍କ ରହିବା ଆବଶ୍ୟକ। ଏହା ଉପଛାୟା ଚନ୍ଦ୍ର ଗ୍ରହଣ। ଏହି ଚନ୍ଦ୍ର ଗ୍ରହଣରେ ସୁତକ ଲାଗିବ ନାହିଁ। ପୌରାଣିକ କଥା ଅନୁଯାୟୀ କେବଳ ସମ୍ପୂର୍ଣ୍ଣ ଚନ୍ଦ୍ର ଗ୍ରହଣରେ ସୁତକ ନିୟମ ପାଳନ କରାଯାଇଥାଏ। ଚନ୍ଦ୍ର ଗ୍ରହଣର ବୈଜ୍ଞାନିକ ମହତ୍ତ୍ୱ ସହ ଧାର୍ମିକ ଓ ଜ୍ୟୋତିଷ ମହତ୍ତ୍ୱ ମଧ୍ୟ ରହିଛି। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗ୍ରହଣକୁ ଅଶୁଭ ବୋଲି କୁହାଯାଏ। ଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ। ଗ୍ରହଣ ସମୟରେ ଘରେ ଓ ମନ୍ଦିରରେ ପୂଜା ପାଠ ଆଦି କରାଯାଏ ନାହିଁ। ଗ୍ରହଣ ସମୟରେ ମନ୍ଦିର ଦ୍ୱାର ମଧ୍ୟ ବନ୍ଦ ରହେ। ହିନ୍ଦୁ ପାଞ୍ଜି ଅନୁସାରେ ନଭେମ୍ବର ୧୯ ତାରିଖରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ପଡିବ।












Click it and Unblock the Notifications